ଗୁଜୁରାଟ ର ବଦୋଦରା ଅଂଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନା କୁ ଆସିଛି | ସାଧାରଣତଃ ଲୋକମାନେ ଡାକ୍ତରଙ୍କୁ ଭଗବାନ ବୋଲି ଭାବନ୍ତି | କିନ୍ତୁ ଏଠାରେ ବଦୋଦରା ପୋଲିସ ଶୈତାନୀ କାମ କରୁଥିବା ଏକ ଡାକ୍ତରଙ୍କୁ ଗିରଫ କରିଛି |
ଏହି ଡାକ୍ତର ଜଣକ ନିଜ କମ୍ପାଉଣ୍ଡରଙ୍କ ସହ ମିଶି ମହିଳା ରୋଗୀମାନଙ୍କୁ ଔଷଧ ବଦଳରେ ନିଶା ବଟିକା ଦେଇ ତାଙ୍କୁ ବେହସ କରି ଦୁଷ୍କର୍ମ କରୁଥିଲେ| ବାସ୍ତବରେ ଡାକ୍ତର ଜଣକ ନିଜ କମ୍ପାଉଣ୍ଡର ସହ ମିଶି ଅନେକ ଦିନ ଧରି ଏହି ଅଶ୍ଳୀଳ କାମ କରିଆସୁଥିଲେ | ଔଷଧ ଦେବା ବାହାନାରେ ରୋଗୀ ମାନଙ୍କୁ ସେ ନିଶା ବଟିକା ଦେଉଥିଲେ| ଏହାପରେ ବେହସ ହେଇଯାଇଥିବା ମହିଳା ରୋଗୀମାନଙ୍କ ସହ ଡାକ୍ତର ଦୁଷ୍କର୍ମ ଭଳି ଘୃଣ୍ୟ କାମ କରୁଥିଲେ |
ଏହି ସମୟରେ କମ୍ପାଉଣ୍ଡର ମୋବାଇଲ ସାହାଯ୍ୟରେ ବଳାତ୍କାର ର ଭିଡ଼ିଓ ତିଆରି କରୁଥିଲେ | ପରବର୍ତ୍ତୀ ସମୟରେ ଏହି ରୋଗୀମାନେ ପୁଣିଥରେ ଚିକିତ୍ସା କରିବାକୁ ଆସିଲେ ତାଙ୍କୁ ଭିଡ଼ିଓ ଦେଖାଇ ବ୍ଲାକମେଲ କରୁଥିଲେ | କମ୍ପାଉଣ୍ଡର ଜଣକ ଏକ ଭିଡ଼ିଓ ନିଜ ବନ୍ଧୁ ନିକଟକୁ ପଠାଇବା ପରେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଥିଲା | ଏହାପରେ ଭିଡ଼ିଓ ଟି ଭାଇରଲ ହୋଇଯାଇଥିଲା | ଏହି ଭିଡ଼ିଓ ଟିକୁ ଦେଖିଲା ପରେ ଲୋକମାନେ ଡାକ୍ତରଙ୍କୁ ଚିହ୍ନିପାରି ଡାକ୍ତର ବିରୋଧରେ ଥାନାରେ ଏତଲା ଦେଇଥିଲେ |
ଏହାପରେ ଅଭିଯୁକ୍ତ ଡାକ୍ତର ଏବଂ କମ୍ପାଉଣ୍ଡର ଫେରାର ହୋଇଯାଇଥିଲେ | ଏମାନଙ୍କୁ ପୋଲିସ ଗୁଜୁରାଟର ପଞ୍ଚମହଲ ଜିଲ୍ଲାରୁ ଶନିବାର ଦିନ ଗିରଫ କରିଥିଲା | ପୋଲିସ ର ତଦନ୍ତ ସମୟରେ ଏକ ଆଶ୍ଚର୍ଯ୍ୟଜନକ ରହସ୍ୟ ସାମ୍ନାକୁ ଆସିଥିଲା | ଅଭିଯୁକ୍ତଙ୍କ ମୋବାଇଲ ରୁ ଏପରି 46 ଟି ଅଶ୍ଳୀଳ ଭିଡ଼ିଓ ମିଳିଥିଲା ଏବଂ ଅଭିଯୁକ୍ତ ନିଜ ମୋବାଇଲରେ 135 ଟି ଭିଡ଼ିଓ ତିଆରି କରିଥିଲେ ବୋଲି ସ୍ୱୀକାର କରିଥିଲେ |