ଆଜିକା ଏହି ସମୟରେ ପ୍ରତୋକ ବ୍ୟକ୍ତି ଚାହିଁଥାନ୍ତି କି ସେ ଅନ୍ୟ ମାନଙ୍କ ଠାରୁ କିପରି ଅଧିକ ସୁନ୍ଦର ଦେଖାଯିବେ| କିନ୍ତୁ ବଢୁଥିବା ବାୟୁ ପ୍ରଦୂଷଣ ଓ ବ୍ୟକ୍ତି ମାନଙ୍କ ଟେନସନ ଦ୍ୱାରା ଚେହେରା ର ସୁନ୍ଦରତା କମିଯାଇଥାଏ | ଯାହା ଦ୍ୱାରା ତ୍ୱଚାର ସୁନ୍ଦରତା ନଷ୍ଟ ହେଇଯାଇଥାଏ | ଯାହା ଦ୍ୱାରା ଚେହେରାରେ ସେହି ଚମକ ରହିନଥାଏ ଯାହା ରହିବା କଥା | ଏଥି ଯୋଗୁ ଲୋକମାନେ ବଜାରରେ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟ ବ୍ୟବହାର କରିବା ଆରମ୍ଭ କରିଦେଇଥାନ୍ତି| ଯାହା ଦ୍ଵାରା ଗୋରା ପାଣ ତ ବଢି ଥାଏ କିନ୍ତୁ ଏହାକୁ ମାରିବା ବନ୍ଧ କରିବା ମାତ୍ରେ ଏହା ଚେହେରା କୁ ନଷ୍ଟ କରିଦେଇଥାଏ| ଏଥି ପାଇଁ କେମିକାଲ ଯୁକ୍ତ ଜିନିଷ କୁ ଛାଡି ଘରୋଇ ଉପଚାର ବ୍ୟବହାର କରିବା ଉଚିତ ହୋଇଥାଏ| ଯଦି ଆପଣ ଆପଣଙ୍କ ଶ୍ୟାମଳତା ଦୂର କରିବାକୁ ଚାହୁଁଛନ୍ତି | ତେବେ ଆଜି ଆମେ ଆପଣଙ୍କୁ ଏହି ପୋଷ୍ଟରେ ଏକ ଘରୋଇ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଚେହେରା କୁ କୌଣସି କ୍ଷତି ନ ପହଞ୍ଚାଇ ଚେହେରାରେ ଗରପଣ ଆଣିଦେବ| ତେବେ ଆସନ୍ତୁ ଜାଣିବା ଏହି ଉପାୟ ସମ୍ପର୍କରେ
ଆଜି ଆମେ ଏହି ପୋଷ୍ଟରେ ଆପଣାଙ୍କୁ ଯେଉଁ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ ତାହା ଆଳୁ ଅଟେ| ଆଳୁ ଏକ ଏପରି ପାରିବ ଅଟେ ଯାହାକୁ ଆମେ ତରକାରୀ କରି ଖାଇଥାଉ| କିନ୍ତୁ ଏହା ଖାଇବା ଛଡା ଚେହେରା କୁ ଗୋରା କରିବାରେ ମଧ୍ୟ ସାହାଯ୍ୟ କରିଥାଏ | ତେବେ ଚାଲନ୍ତୁ ଜାଣିନେବା ଏହାକୁ ଆପଣ କିପରି ଚେହେରା ପାଇଁ ବ୍ୟବହାର କରିପାରିବେ |
ଯଦି ଆପଣ ରାତିରେ ଶୋଇବା ସମୟରେ ଆଳୁକୁ କାଟିକି ଏହାକୁ ଚେହେରାରେ ଲଗାଇବେ ତ ଏହା ଦ୍ୱାରା ଆପଣଙ୍କ ଚେହେରାରେ ଥିବା ଦାଗ ଓ ବ୍ରଣ ସବୁ କମିଯିବ | ଯଦି ଆପଣଙ୍କ ଚେହେରା ଶ୍ୟାମଳ ରଙ୍ଗର ଏହା ଦ୍ୱାରା ଆପଣ ଧୀରେ ଧୀରେ ଗୋରା ମଧ୍ୟ ହେବାକୁ ଲାଗିବେ |
ଯଦି ଆପଣ ନିଜର ତ୍ୱଚା ର ଶ୍ୟାମଳତାକୁ ଦୂର କରିବାକୁ ଚାହୁଁ ଛନ୍ତି ତେବେ ଆପଣ ଆଳୁର ବ୍ୟବହାର କରନ୍ତୁ| ଏହା ପାଇଁ ରାତିରେ ଶୋଇବା ପୂର୍ବରୁ ଗୋଟେ ଆଳୁକୁ ମିକ୍ସରରେ ଭଲସେ ପେଷ୍ଟ କରି ଦିୟନ୍ତୁ ଏଥିରେ ଏକ ଚାମଚ କଞ୍ଚା କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ | ଏବେ ଏହି ପେଷ୍ଟ କୁ ଚେହେରା ରେ ଲଗାନ୍ତୁ ଓ ସକାଳୁ ଉଠିବା ପରେ ଚେହେରା କୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ | ଏପରି କରିବା ଦ୍ୱାରା ଆପଣଙ୍କ ଚେହେରା ରେ ଗଜବ ପ୍ରକାରର ଚମକ ଆସିଯିବ| ଯଦି ଆପଣ ଏହି ପେଷ୍ଟରେ ବେସନ ମିସାଇଦେବେ ତେବେ ଏହା ଦ୍ୱାରା ତ୍ୱଚା କୁ ଆହୁରି ଅଧିକ ଲାଭ ମିଳିଥାଏ| ଚେହେରା ଆହୁରି କୋମଳ ଓ ସଫ୍ଟ ହେଇଯାଇଥାଏ| ଏହା ଏକ ପ୍ରାକୃତିକ ଉପାୟ ଅଟେ ଆଉ ଏହାର କୌଣସି ସାଇଡ ଇଫେକ୍ଟ ମଧ୍ୟ ନାହିଁ |