ନମସ୍କାର ବନ୍ଧୁଗଣ ଓଡ଼ିଆ ଚଳଚ୍ଚିତ୍ର ଜଗତର କିୟୁଟ୍ ଏବଂ ସୁଇଟ୍ ହିରୋଇନ୍ ଶିବାନୀ ସଙ୍ଗୀତା। ଅନେକ ସଙ୍ଗୀତ ସୁମଧୁର କରନ୍ତି ଦର୍ଶକମାନେ କିନ୍ତୁ ଓଲିଉଡ ଜଗତରେ ଅନେକ ବଡ଼ ବଡ଼ ସିଙ୍ଗର ଅଛନ୍ତି ହ୍ୟୁମାନ ସାଗର, ଅସୀମା ପଣ୍ଡାଙ୍କ ଭଳି ଅନେକ ପ୍ରସିଦ୍ଧ ସିଙ୍ଗର ଅଛନ୍ତି। ସେମାନେ ନିଜ କଣ୍ଠର ମାଧୁର୍ଯ୍ୟ ଦ୍ବାରା ଦର୍ଶକମାନଙ୍କୁ ବାନ୍ଧି ରଖିଛନ୍ତି କିନ୍ତୁ ଏଥର ଷ୍ଟୁଡିଓ ରେ ପ୍ରଥମ ଥର ପାଇଁ ଗୀତ ଗାଇଛନ୍ତି ଶିବାନୀ ସଙ୍ଗୀତା।
କଟକ ଷ୍ଟୁଡିଓ ରେ ସଙ୍ଗୀତରେ କଣ୍ଠ ପ୍ରଦାନ କରିଛନ୍ତି ଶିବାନୀ ଏବଂ ପ୍ରେମାନନ୍ଦ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଗୀତ ହେଉଛି ପ୍ରେମ ହେଲା ଜାଣିଲି। ଶିବାନୀ ମଧ୍ୟ ଉତ୍ସାହରେ ଚାହିଁ ବସିଛନ୍ତି କି ଦର୍ଶକମାନେ ଯେପରି ତାଙ୍କ ଅଭିନୟକୁ ଭଲ ପାଇବା ଦେଇଛନ୍ତି ତାଙ୍କ ସଙ୍ଗୀତକୁ ମଧ୍ୟ ସେହିପରି ଭଲ ପାଇବା ମିଳୁ। ଅଭିନେତ୍ରୀ ଶିବାନୀ ସ୍ଵୟଂ ଜଣାଇଛନ୍ତି ଯେ ସେ ଛୋଟବେଳୁ ଅଭିନୟ ଓ ନୃତ୍ୟ ଶିଖିବା ପୂର୍ବରୁ ସଙ୍ଗୀତ ପ୍ରତି ରୁଚି ରଖିଥିଲେ ଏବଂ ସଙ୍ଗୀତ ମଧ୍ୟ ଶିଖିଥିଲେ।
ସଙ୍ଗୀତ ପ୍ରତି ମଧ୍ୟ ଛୋଟ ବେଳରୁ ତାଙ୍କ ମନରେ ଭଲ ପାଇବା ରହିଛି। ତେବେ ଷ୍ଟୁଡିଓ ରେ ଶିବାନୀଙ୍କ ମା ଓ ଜେଜେମା ଥିବାର ଲକ୍ଷ୍ୟ କରାଯାଇଛି। ଭଗଵାନଙ୍କ ଆଶ୍ରିବାଦରୁ ଶିବାନୀ ଭଲ ଗୀତ ଗାଇଛନ୍ତି ବୋଲି ମଧ୍ୟ କହିଛନ୍ତି ସ୍ଵଂୟ ଶିବାନୀ। ସେହି ଗୀତଟି ରେକର୍ଡ ହୋଇ ଯାଇଛି। ଏହିସବୁ ମଧ୍ୟରେ ଆଲବମ୍ ସଙ୍ଗୀତକୁ ଅଧିକ ମାତ୍ରାରେ ଭଲ ପାଇବା ଦେଇଛନ୍ତି ଅନେକ କଳାକାର।
ଗୋଟିଏ ଫିଲ୍ମରେ ସଙ୍ଗୀତ ନିର୍ମାଣରେ ସବୁଠାରୁ ଗୁରୁତ୍ଵ ଭୂମିକା ରହିଥାଏ କ୍ୟାମେରା ପଛରେ ଥିବା ବ୍ୟକ୍ତି। ସେମାନେ ହିଁ ଅସଲ ପ୍ରଶଂସନୀୟ ବ୍ୟକ୍ତି ମଧ୍ୟ ଅଟନ୍ତି। ତେବେ ଶିବାନୀଙ୍କ ସଙ୍ଗୀତକୁ ନେଇ ପ୍ରେମାନନ୍ଦ କହିଛନ୍ତି ଯେ ମୁଁ ଭାବି ନଥିଲି ଶିବାନୀ ଏତେ ଭଲ ଗୀତ ଗାଇ ପାରନ୍ତି।
ମୁଁ ପ୍ରଥମେ ତାଙ୍କୁ ମାନା କରିଥିଲି ଗୀତ ଗାଇବା ପାଇଁ କିନ୍ତୁ ପରେ ତାଙ୍କ ଗୀତ ଶୁଣିଲା ପରେ ମତେ ଲାଗିଲା ପ୍ରଫେସ୍ନାଲ ସିଙ୍ଗର କିଏ ଗୀତ ଗାଉଛି। ତେବେ ଶିବାନୀ ଏବଂ ପ୍ରେମାନନ୍ଦ ଆଶା ରଖିଛନ୍ତି ତାଙ୍କ ଗୀତଟିକୁ ଦର୍ଶକ ଗ୍ରହଣ କରିବେ। ଶିବାନୀଙ୍କୁ ମଧ୍ୟ ଆଶା ରଖିଛନ୍ତି ଦର୍ଶକ ଯେମିତି ତାଙ୍କ ଅଭିନୟକୁ ଗ୍ରହଣ କରିଛନ୍ତି ସେମିତି ତାଙ୍କ ଗୀତକୁ ମଧ୍ୟ ଗ୍ରହଣ କରିବେ ଭଲ ପାଇବା ଦେବେ।