ଗୋ ମାତା ଙ୍କର ଏହି ୨ଟି ଜିନିଷରେ ରହିଛି ମା ଲକ୍ଷ୍ମୀ ଙ୍କର ବାସ, ଜାଣି ନେବେ ତ ଜୀବନ ହେଇଯିବ ସାର୍ଥକ, କେବେ ରହିବନି ଅଭାବ

ଏହି କଥା ଭୀଷ୍ମଙ୍କୁ ଶୁଣାଇଥିଲେ | ପିତାମହ ଙ୍କ କହିବା କହିବା ଅନୁସାରେ ଗାଈ ର ଗୋବର ଖୁବ ଗୁଣକାରୀ ଅଟେ | ପ୍ରତୋକ ରୋଗ ନିବାରକ ଅଟେ ଏହା | ଏଥିରେ ମାତା ଲକ୍ଷ୍ମୀ ଙ୍କ ର ବାସ ରହିଥାଏ | ତେଣୁ ଦୀପାବଳି ପରି ଶୁଭ ଅବସର ରେ ଆପଣ ଙ୍କୁ ଏହି କଥା କହିବାକୁ ଯାଉଛୁ |

ଆମ ହିନ୍ଦୁ ଧର୍ମ ରେ ଗାଈ କୁ ଅତ୍ୟନ୍ତ ପବିତ୍ର କୁହାଯାଇଥାଏ | କିଛି ଲୋକେ ଏହା କୁ ଗୋ ମାତା ମଧ୍ୟ ସମ୍ବୋଧିତ କରିଥାନ୍ତି | ଭଗବାନ କୃଷ୍ଣ ଙ୍କ ର ଅତି ପ୍ରିୟ ଅଟନ୍ତି ଏହି ଗାଈ ଅଟେ | ତେଣୁ ଭଗବାନ କୃଷ୍ଣ ଅଧିକାଂଶ ସମୟ ଗାଈ ସହ ହିଁ ବିତାଉଥିଲେ |

କିଛି ଲୋକେ ଗାଈ କୁ ମାତ୍ର ଏକ ବସ୍ତୁ ଭାବି ଏହା ର ସେବନ କରିଥାନ୍ତି | ଯଦି ଏପରି କରୁଛନ୍ତି ତେବେ ଖୁବ ଶୀଘ୍ର ଏହା କୁ ବନ୍ଦ କରିଦିଅନ୍ତୁ କାରଣ ସତ୍ୟଯୁଗ ସମୟ ରେ ଗାଈ ଅତ୍ୟନ୍ତ ହିଁ ପବିତ୍ର ପ୍ରାଣୀ ଥିଲା ଏହି ବିଷୟ ରେ ମହାଭାରତ ରେ ବି ଅନେକ କଥା ରହିଛି |

ଭୀଷ୍ମ ପିତମ ଶୁଣାଇଥିଲେ ଯୁଦ୍ଧିଷ୍ଟ୍ର ଙ୍କୁ ଏହି କଥା

ଏକଦା ମାତା ଲକ୍ଷ୍ମୀ ଏକ ଅଦ୍ଭୁତ ରୂପ ରେ ଗାଈ ଗୋଠ ମଧ୍ୟ ରେ ପ୍ରବେଶ କରିଥିଲେ ଏହା ଦେଖି ଗାଈ ପଚାରିଥିଲେ ଦେବୀ ଆପଣ କିଏ କାରଣ ଆପଣ ପୃଥିବୀ ରେ ସବୁଠାରୁ ସୁନ୍ଦର ଅଟନ୍ତି | ତେଣୁ ଦେବୀ ଆପଣ କେଉଁଠାରୁ ଆସିଛନ୍ତି କୁହନ୍ତୁ |

ସେହି ସମୟ ରେ ମାତା ଲକ୍ଷ୍ମୀ ଗାଈ ଙ୍କୁ କହିଥିଲେ ତୁମ ର କଲ୍ୟାଣ ହେଉ , ମୁ ସଂସାର ରେ ଲକ୍ଷ୍ମୀ ନାମ ରେ ପରିଚିତ ଅଟେ | ସାରା ଜଗତ ର ଲୋକେ ମୋତେ ସ୍ମରଣ କରିଥାନ୍ତି | ମୁ ଦୈତ୍ୟ ଙ୍କୁ ପରିତ୍ୟାଗ କରିଥିଲି ତେଣୁ ସେମାନେ ଧ୍ବଂସ ପାଇଯାଇଥିଲେ | ମୋର ଆଶ୍ରୟ ରେ ସବୁ ଦେବତା ସୁଖଶାନ୍ତି ରେ ରହିଥାନ୍ତି | ତୁମ ଶରୀର ରେ ବି ମୋର ନିବାସ ରହିଛି |

ଗାଈ ମାନେ କଣ ପାଁଇ ମାତା ଲକ୍ଷ୍ମୀ ଙ୍କ ର ତ୍ୟାଗ କରିଥିଲେ

ମାତା ଲକ୍ଷ୍ମୀ ଙ୍କ ର ଏହି କଥା ଶୁଣିବା ପରେ ଗାଈ କହିଥିଲେ ତୁମେ ବହୁତ ଚଂଚଳ , ତେଣୁ କ୍ଷଣିକ ରେ ଗୋଟେ ସ୍ଥାନ ରୁ ଅନ୍ୟ ସ୍ଥାନ କୁ ଯାଇଥାଅ I ତେଣୁ ଆମେ ଆପଣ ଙ୍କୁ ଗ୍ରହଣ କରିପାରିବୁ ନାହିଁ | ଆପଣ ଯାଇପାରନ୍ତି |

ଗାଈ ଙ୍କ ର ଏପରି କଥା ଶୁଣି ମାତା ଲକ୍ଷ୍ମୀ ଆଶ୍ଚଯ୍ୟ ହେଇଯାଇଥିଲେ ଏବଂ କହିଥିଲେ ମୁ ହେଉଛି ସବୁଠାରୁ ଦୁର୍ଲଭ , ଅର୍ଥାତ ମୋତେ ପାଇବା ଏତେ ସହଜ ନୁହେଁ , କିନ୍ତୁ ଏହା ସତ୍ୱେ ବି ତୁମେ ମୋତେ ସ୍ୱୀକାର କରୁନାହଁ I ସାରା ଜଗତ କଠୋର ତପସ୍ୟା ରେ ମୋତେ ପାଇବାକୁ ଚେଷ୍ଟା କରିଥାନ୍ତି I କିନ୍ତୁ ତୁମେ ମୋତେ ଏତେ ପାଖ ରେ ପାଇଁକି ବି ସ୍ୱୀକାର କରୁନାହଁ I

ଏହା ଶୁଣି ଗାଈ ମାନେ କହିଥିଲେ ଆମେ ଆପଣ ଙ୍କ ର କୌଣସି ବି ଅନାଦର କରୁନାହୁଁ I କେବଳ ତୁମ କୁ ଆମେ ତ୍ୟାଗ କରୁଚୁ I କାରଣ ଆପଣ ଙ୍କ ର ମନ ଖୁବ ଚଂଚଳ ଅଟେ I ଅର୍ଥାତ ଏକ ସ୍ଥାନ ରେ ଅଧିକ ସମୟ ରହି ନ ଥାଏ I ପୁରା ସଂସାର ରେ ବୁଲୁଥାଅ I ମାତା ଲକ୍ଷ୍ମୀ ବି ହାର ମାନି ନ ଥିଲେ I

ଏହି କାରଣ ରୁ ଗାଈ ଗୋବର ଓ ମୂତ୍ର ଅତ୍ୟନ୍ତ ପବିତ୍ର ଅଟେ
ଏହା ପରେ ମାତା ଲକ୍ଷ୍ମୀ କହିଥିଲେ ତୁମେ ସମସ୍ତ ଙ୍କ ର ଆଦର କରୁଚ କିନ୍ତୁ ମୋତେ ଅନାଦର କରିଲେ ସାରା ସଂସାର ମୋତେ ତ୍ୟାଗ କରିବ I ତେଣୁ ତୁମେ ମୋ ଉପରେ ଏହି କୃପା କର I ମୁ ତୁମ ମାନଙ୍କ ଠାରୁ କେବଳ ସଂମାନ ହଁ ଚାହିଁଥାଆ I ତୁମେ ସୌଭାଗ୍ୟବତି ଓ ଖୁବ ପବିତ୍ର ଅଟ I ତେଣୁ ମୋତେ ଆଜ୍ଞା ଦିଅ ତୁମ ଶରୀର ରେ ବାସ କରିବାକୁ I

ଏହା ପରେ ଗାଈମାନେ ମନ ପରିବର୍ତନ କରିଥିଲେ ଏବଂ ତାଙ୍କ କଥା କୁ ଗ୍ରହଣ କରିଥିଲେ ଏବଂ କହିଥିଲେ ଆମ ର ଗୋବର ଓ ମୂତ୍ର ରେ ଆପଣ ଙ୍କ ର ନିବାସ ରହିବ I କାରଣ ଏହା ପରମ ପବିତ୍ର ବସ୍ତୁ ଅଟେ |

ଏହା ପରେ ମାତା ଲକ୍ଷ୍ମୀ ଧନ୍ୟବାଦ ଜ୍ଞାପନ କରିଥିଲେ I ଏବଂ ଏହା ସ୍ୱୀକାର କରିଥିଲେ ମୁ ସର୍ବଦା ତୁମ ଗୋବର ଓ ମୂତ୍ର ରେ ହିଁ ବାସ କରିବି I ତୁମେ ମୋତେ ଆଦରିନେଇ ବହୁତ ବଡ଼ କୃପା କରିଛ |

ତେଣୁ ଏହି କଥା କୁ ଜାଣିବା ପରେ ଆପଣ ଜାଣିପାରିଥିବେ କି ଗାଈ କେତେ ପବିତ୍ର ପ୍ରାଣୀ ଅଟେ I ଏବଂ ଗାଈ ର ଗୋବର ଓ ମୂତ୍ର ବି ଅତ୍ୟନ୍ତ ପବିତ୍ର ଅଟେ I