ଦୈନିକ ସକାଳୁ ଖାଲି ପେଟରେ ହାଲକା ଗରମ ପାଣି ସହିତ ଖାଆନ୍ତୁ ଏହି ଜିନିଷ, ଶରୀରରେ କେବେବି ଦେଖାଦେବ ନାହିଁ ଏହି ସବୁ ରୋଗ

ଗୋଲମରିଚ ରେ ଅନେକ ଔଷଧୀୟ ଗୁଣ ରହିଥାଏ I ଏହା ର ସେବନ ଶରୀର ପାଁଇ ଲାଭଦାୟକ ହେଇଥାଏ I ଗୋଲମରିଚ ସକାଳୁ ଖାଲି ପେଟ ରେ ଉଷୁମ ପାଣି ସହ ସେବନ କରିବା ଉଚିତ I ଏହା ଦ୍ୱାରା ଆପଣ ଙ୍କ ର ଅନେକ ରୋଗ ଭଲ ହେଇଥାଏ I ତେବେ ଗୋଲମରିଚ କିପରି ସେବନ କରିବେ ଏହା ଲେଖିରଖନ୍ତୁ I

ଗୋଲମରିଚ ସେବନ ହେଇଥାଏ ଲାଭକାରୀ
ଓଜନ କମିଥାଏ
ପ୍ରତୋକ ଦିନ ସକାଳୁ ଉଷୁମ ପାଣି ସହ ଗୋଲମରିଚ ସେବନ କରିବା ଦ୍ୱାରା ଓଜନ କମିଥାଏ I ଗୋଲମରିଚ ଓ ଉଷୁମ ପାଣି ସେବନ ଦ୍ୱାରା କ୍ୟାଲୋରୀ ବର୍ଣ ହେଇଥାଏ I ତେଣୁ ଲୋକେ ଓଜନ କମାଇବା କୁ ଗୋଲମରିଚ ଓ ଉଷୁମ ପାଣି ର ସେବନ କରିଥାନ୍ତି I

ଥଣ୍ଡା ସମସ୍ୟା
ଥଣ୍ଡା ଲାଗି ରହିଲେ ମଧ୍ୟ ଆପଣ ଉଷୁମ ପାଣି ରେ ଗୋଲମରିଚ ପାଉଡର ଓ ମହୁ ମିଶାଇ ଏହା ର ସେବନ କରିପାରିବେ I ଏହି ପାଣି ର ସେବନ ଦ୍ୱାରା ଥଣ୍ଡା ଜନିତ ସମସ୍ୟା ଦୂର ହେଇଥାଏ I ଆପଣ ପାଣି ପରିବର୍ତେ କ୍ଷୀର ମଧ୍ୟ ନେଇପାରିବେ I

ଗଳା ସମସ୍ୟା
ଯଦି ଆପଣ ଙ୍କ ର ଗଳା ସମସ୍ୟା ରହିଥାଏ ତେବେ ଏକ ଗ୍ଲାସ ପାଣି କୁ ଗରମ କରି ସେଥିରେ ଅଦା ରସ ଓ ଗୋଲମରିଚ ପକାଇ ଦିଅନ୍ତୁ I ଏହା ର ସେବନ ଦ୍ୱାରା ଆପଣ ଙ୍କ ର ଗଳା ସମସ୍ୟା ଦୂର ହେଇଥାଏ I ଏବଂ ଖାସ ଜନିତ ସମସ୍ୟା ମଧ୍ୟ ଦୂର ହେଇଥାଏ I

କବ୍ଜ ସମସ୍ୟା
ଯଦି ଆପଣ ଙ୍କ ର କବ୍ଜ ସମସ୍ୟା ରହିଛି ତେବେ ଏକ ଗ୍ଲାସ ଗରମ ପାଣି ରେ ଲେମ୍ବୁ ରସ , ଲୁଣ ଓ ଗୋଲମରିଚ ପାଉଡର ପକାଇ ପାରିବେ I ଏହା ଦ୍ୱାରା କବ୍ଜ ସମସ୍ୟା ରୁ ଆରାମ ମିଳିଥାଏ I ଗ୍ୟାସ ସମସ୍ୟା କୁ ଭଲ କରିବା କୁ ମଧ୍ୟ ଆପଣ ଗୋଲମରିଚ ର ବ୍ୟବହାର କରିପାରିବେ I

ଷ୍ଟାମିନା ବୃଦ୍ଧି କରିବା
ଯଦି ଆପଣ ନିଜ କୁ କମଜୋର ଅନୁଭବ କରୁଛନ୍ତି ତେବେ ମଧ୍ୟ ଆପଣ ଗୋଲମରିଚ ର ବ୍ୟବହାର କରିପାରିବେ I ଏହା ଦ୍ୱାରା ଆପଣ ନିଜ କୁ ଫିଟ ଅନୁଭବ କରିଥାନ୍ତି I

ଡିହାଇଡ୍ରେସନ ଭଲ ହେଇଥାଏ
ଯଦି ଆପଣ ଡିହାଇଡ୍ରେସନ ଜନିତ ସମସ୍ୟା ରେ ପୀଡିତ ଅଟନ୍ତି ତେବେ ଗୋଲମରିଚ ସେବନ ଲାଭକାରୀ ହେଇଥାଏ I ଯେଉଁ ଲୋକ ଙ୍କ ର ଶ୍ୱାସକ୍ରିୟା ରେ ସମସ୍ୟା ହେଇଥାଏ ସେହି ଲୋକେ ମଧ୍ୟ ଗୋଲମରିଚ ପାଣି ର ସେବନ କରିପାରିବେ I

କେଉଁପରି ହେବ ଏହି ଗୋଲମରିଚ ପାଣି
ଏକ ଗ୍ଲାସ ପାଣି କୁ ଗରମ କରନ୍ତୁ ସେଥିରେ ଏକ ଚାମଚ ଗୋଲ ପକାନ୍ତୁ ଏବଂ ଏହା କୁ ଗରମ କରିଦିଅନ୍ତୁ I ଆପଣ ଚାହିଁଲେ ଏଥିରେ ଏକ ଚାମଚ ମହୁ ଓ କିଛି ଲୁଣ ମଧ୍ୟ ପକାଇ ପାରିବେ I ଏହା କୁ ସକାଳୁ ଖାଲି ପେଟ ରେ ହିଁ ସେବନ କରିବା ଲାଭଦାୟକ ହେଇଥାଏ I