2021ର ସବୁଠାରୁ ବଡ ଘୋଷଣା, ଓଡ଼ିଶାରେ ଲଞ୍ଚ ହେବ ସବୁଠୁ ବଡ ସ୍କିମ, ଶୁଣିଲେ ଖୁସିରେ ନାଚି ଉଠିବେ ଆପଣ

ଅଗଷ୍ଟ ୧୫ ରୁ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ। ପ୍ରଥମ ପର୍ଯ୍ୟାୟରେ ୫ ଜିଲ୍ଲାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବାଣ୍ଟି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ। ଅଗଷ୍ଟ ୧୫ ରେ ଆରମ୍ଭ ହେବ ନୂଆ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ। ଏଥିରେ ଉପକୃତ ହେବେ ରାଜ୍ୟର ୯୨ ଲକ୍ଷ ୫୦ ହଜାର ପରିବାର। ପୂର୍ବରୁ ୭୧ ଲକ୍ଷ ୬୯ ହଜାର ପାରିବାରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଥିଲା। ଏଣିକି ନେଶ୍ନାଲ୍ ଫୁଡ୍ ସିକୁରିଟୀ ଆକ୍ଟ୍ ଓ ଷ୍ଟେଟ୍ ଫୁଡ୍ ସିକୁରିଟୀ ଆକ୍ଟ ଅନ୍ତର୍ଗତ ସମସ୍ତ ପରିବାରକୁ ମିଳିବ ମାଗଣା ସ୍ବାସ୍ଥ୍ୟ ସେବା।

ପ୍ରଥମ ପର୍ଯ୍ୟାୟରେ ଅଗଷ୍ଟ ୧୫ ତାରିଖରେ ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର ଓ ମୟୂରଭଞ୍ଜ ଜିଲ୍ଲା ହିତାଧିକାରୀ ମାନଙ୍କୁ ସ୍ମାର୍ଟ କାର୍ଡ ବିତରଣ କରି ଏହି କାର୍ଯ୍ୟର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନଭେମ୍ବର ମାସ ସୁଧା ସମସ୍ତ ଜିଲ୍ଲାରେ ଏହି ଅଭିଯାନ ଲାଗୁ କରାଯିବ। ନୂଆ ବିଜୁ ସ୍ବାସ୍ଥ୍ୟ କଲ୍ୟାଣର ନୂଆ ଗାଇଡ ଲାଇନରେ ସେପ୍ଟେମ୍ବର ୧ ତାରିଖରୁ କାର୍ଯ୍ୟକାରୀ କରାଯିବ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସମ୍ପ୍ରସାରଣ କରାଯିବା ସହ ଅଧିକ ଘରୋଇ ହସ୍ପିଟାଲକୁ ଯୋଡ଼ି ଦିଆଯାଇଛି। କ୍ୟାସ୍ ଲେସ୍ ସ୍ୱାସ୍ଥ୍ୟ ସେବା ପାଇଁ ସରକାରୀ ହସ୍ପିଟାଲ୍ ରେ କୌଣସି କାଗଜ ପତ୍ରର ଆବଶ୍ୟକ ପଡିବ ନାହିଁ। ତାଲିକା ଭୁକ୍ତ ହୋଇଥିବା ଘରୋଇ ହସ୍ପିଟାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ କିମ୍ବା ନେଶ୍ନାଲ୍ ଫୁଡ୍ ସିକୁରିଟୀ ଆକ୍ଟ୍ କାର୍ଡ କିମ୍ବା ଷ୍ଟେଟ୍ ଫୁଡ୍ ସିକୁରିଟୀ ଆକ୍ଟ କାର୍ଡରେ ଦେବାକୁ ପଡ଼ିବ।

୨୦୧୮ ଅଗଷ୍ଟ ୧୫ ତାରିଖରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହୋଇଥିଲା। ଏହି ଯୋଜନାରେ ସରକାରୀ ହସ୍ପିଟାଲ୍ ରେ ସମସ୍ତଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଥିବା ବେଳେ ଅନ୍ୟ ହିତାଧିକାରୀଙ୍କ ପରିବାରକୁ ବର୍ଷକୁ ୫ ଲକ୍ଷ ଟଙ୍କା ମାଗଣା ସ୍ବାସ୍ଥ୍ୟ ବୀମା ଯୋଜନା ଏବଂ ମହିଳା ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି।