ନମସ୍କାର ବନ୍ଧୁଗଣ ଦୁଃଖରେ ପୁରା ଭାଙ୍ଗି ପଡିଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା। ଆପଣ ତ ଜାଣିଥିବେ ଏକାଥରେ ୪ ଟି କନ୍ୟା ସନ୍ତାନର ମା ହୋଇଥିବା ସବ୍ୟସାଚୀଙ୍କ ଭଉଣୀକୁ। ଭଞ୍ଜ ନଗରର ଜଣେ ସ୍ତ୍ରୀ ଲୋକ ଯିଏକି ସବ୍ୟସାଚୀଙ୍କୁ ସାହାଯ୍ୟ ମାଗିଥିଲେ ଏବଂ ସବ୍ୟସାଚୀ ମଧ୍ୟ ତାଙ୍କୁ ଏ.ସି.ବି ମେଡ଼ିକାଲରେ ଭର୍ତ୍ତି କରିଥିଲେ।
ସୂଚନା ଅନୁସାରେ ଭଞ୍ଜ ନଗରର ଜଣେ ସ୍ତ୍ରୀ ଲୋକ ଗର୍ଭବତୀ ଥିଲେ। ତାଙ୍କ ପେଟରେ ୪ କନ୍ୟା ସନ୍ତାନ ଥିବାର ମଧ୍ୟ ଅଲ୍ଟ୍ରାସାଉଣ୍ଡରେ ଜଣା ପଡିଥିଲା। ଏହା ପରେ ପରେ ତାଙ୍କୁ ଏ.ସି.ବି ମେଡ଼ିକାଲ୍ କୁ ସ୍ଥାନାନ୍ତରିତ କରା ଯାଇଥିଲା। ତାଙ୍କ ପାଖରେ ଅର୍ଥର ବୋହୁତ ଅଭାବ ଥିଲା। ସବ୍ୟସାଚୀଙ୍କ ସହାୟତାରେ ତାଙ୍କୁ ଏ.ସି.ବି ସ୍ଥାନାନ୍ତରିତ କରା ଯାଇଥିଲା।
ଏ.ସି.ବି ସ୍ଥାନାନ୍ତରିତ କରିବା ପରେ ଜଣା ପଡ଼ିଥିଲା ତାଙ୍କର ରକ୍ତ ହୀନତା ଏବଂ ତାଙ୍କୁ ମେଲେରିୟା ଭଳି ରୋଗ ମଧ୍ୟ ଅଛି ଯାହା ଫଳରେ ଭୟଙ୍କର ପରିସ୍ଥିତି ଉପୁଜି ଥିଲା। ଯାହାହେଉ ଏହି ଦୁଇ ଜଣଙ୍କର ଆଉ ଡକ୍ଟରଙ୍କର ଉପାୟରେ ଉଭୟ ମା ଏବଂ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଥିଲେ କିନ୍ତୁ ଦୁଃଖର ବିଷୟ ଏହା କି ଯେ ସେହି ୪ ଟି କନ୍ୟା ସନ୍ତାନ ଭିତରୁ ୨ ଟି କନ୍ୟା ସନ୍ତାନଙ୍କର ମୃତ୍ୟୁ ଘଟିଛି ଯାହାକି ଏକ ଦୁଃଖ ଦାୟକ ଖବର।
ସେଥିପାଇଁ ସବ୍ୟସାଚୀ ଆଉ ଅର୍ଚ୍ଚିତା ବୋହୁତ ମନ ଦୁଃଖ କରିଛନ୍ତି କାହିଁକି ନା ଏହି ଦୁଇ ଜଣଙ୍କର ବୋହୁତ ପ୍ରଚେଷ୍ଟା ପରେ ସେହି କନ୍ୟା ସନ୍ତାନଙ୍କର ଜନ୍ମ ହୋଇଥିଲା ଏବଂ ଏହି କନ୍ୟା ସନ୍ତାନଙ୍କୁ ଜନ୍ମ ହେଲା ପରେ ଆଦି କେହି ଅଧିକ ଖୁସୀ ଥାଆନ୍ତି ସେ ଥିଲେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ଏବଂ ସେହି କନ୍ୟା ସନ୍ତାନ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ତାଙ୍କୁ ଏଭଳି କଷ୍ଟ ଦେଇଛି ତାହା କହିବା ଅସମ୍ଭବ ବୋଲି ସବ୍ୟସାଚୀ ଏବଂ ଅର୍ଚ୍ଚିତା କହିଛନ୍ତି।
ଏହାପରେ ସବ୍ୟସାଚୀ ମଧ୍ୟ ତାଙ୍କ ମାମୁଁ ହୋଇଥିଲେ। କାହିଁକି ନା ସେ ଜନ୍ମ ଦେଇଥିବା ମା ଭାଈ କରିଥିଲେ ସବ୍ୟସାଚୀଙ୍କୁ ଏବଂ ସବ୍ୟସାଚୀ ମଧ୍ୟ ନିଜକୁ ମାମୁଁ ବୋଲି କହିଥିଲେ ଆଉ କହିଥିଲେ ଆମ ଘରକୁ ୪ ଜଣ ଲକ୍ଷ୍ମୀ ଆସିଛନ୍ତି। ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତାଙ୍କୁ ଭଗଵାନ ସୁଦୃଢ଼ କରନ୍ତୁ ଏବଂ ସେ ଏମିତି ଭଲ ଭଲ କାମ ଆଗକୁ କରି ଚାଲନ୍ତୁ।