ମୁକେଶ ଅମ୍ବାନୀ ଙ୍କର ବଡ଼ ଘୋଷଣା… ସହିଦ ହୋଇଥିବା ଯବାନଙ୍କ ପାଠ ପଢାର ସବୁ ଖର୍ଚ୍ଚ ଅମ୍ବାନୀ ଉଠାଇବେ ଓ ଚାକିରୀ ବି ଦେବେ

ଦେଶ ର ସବୁଠାରୁ ବଡ଼ ଉଦ୍ୟୋଗପତି ମୁକେଶ ଅମ୍ବାନୀ ମଧ୍ୟ ବର୍ତମାନ ସାମାଜିକ କାର୍ଯ୍ୟ ରେ ନିଜ କୁ ନିୟୋଜିତ କରିଛନ୍ତି I ରିଲାଏନ୍ସ ଫାଉଣ୍ଡେସନ ପୁଲବାମା ରେ ସହିଦ ଙ୍କ ପିଲା ଙ୍କ ର ଶିକ୍ଷ୍ୟା ର ପୁରା ଖର୍ଚ୍ଚ ବହନ କରିବ I ଏପରି କି ପିଲା ଙ୍କୁ ରୋଜଗାର ମଧ୍ୟ ହେବ I ପରିବାର ର ସମ୍ପୂର୍ଣ ଖର୍ଚ ରିଲାଏନ୍ସ ବହନ କରିବ I

ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଶନିବାର ଏହି ଘୋଷଣା ହେଇଚି ପୁଲବାମା ରେ CRPF ର ଯେଉଁ ଯବାନ ମାନେ ସହିଦ ହେଇଛନ୍ତି , ତାଙ୍କ ପିଲା ଙ୍କ ର ପାଠପଢା ର ପୁର୍ଣ ଦାଇତ୍ୱ ବହନ କରାଯିବ I ମୁକେଶ ଅମ୍ବାନୀ ଏହି ଘୋଷଣା କରିଛନ୍ତି ସହିଦ ଙ୍କ ପିଲା ଙ୍କ ର ରୋଜଗାର ପର୍ଯ୍ୟନ୍ତ ସେ ତାଙ୍କ ପରିବାର ର ସମ୍ପୂର୍ଣ ଦାଇତ୍ୱ ବହନ କରିବେ I ଏବଂ ଏହି ଅଘଟଣ ରେ ଆଘାତ ପାଇଥିବା ଯବାନ ଙ୍କ ର ଶୀଘ୍ର ଆରୋଗ୍ୟ କାମନା ମଧ୍ୟ କରିଛନ୍ତି I ଏବଂ ଆବଶ୍ୟକୀୟ ପଡ଼ିଥିଲେ ଆଘାତ ହେଇଥିବା ସେନା ଙ୍କ ର ହସ୍ପିଟାଲ ଖର୍ଚ୍ଚ ମଧ୍ୟ ରିଲାଏନ୍ସ ବହନ କରିବ I

ଏହି ଘଟଣା ରେ ମର୍ମନ୍ତୁଦ ହେଇ ରିଲାଏନ୍ସ ଫାଉଣ୍ଡେସନ ସହିଦ ଙ୍କୁ ଶ୍ରଦ୍ଧାଞ୍ଜଳି ଓ ପରିବାର ଲୋକ ଙ୍କୁ ସମବେଦନା ଜଣାଇଛନ୍ତି I ଏବଂ ଆତଙ୍କବାଦୀ ଙ୍କ ନିପାତ ପାଁଇ ଏହି ଦେଶ ର ଜନତା ଙ୍କ ସହ ପୁରା ରିଲାଏନ୍ସ ଇଣ୍ଡଷ୍ଟ୍ରି ରହିଛି I ଏବଂ ସେ ଜଣେ ଦେଶ ର ନାଗରିକ ଅନୁସାରେ ଦେଶ ର ସରକାର ଙ୍କୁ ମଧ୍ୟ ପୁର୍ଣ ସହଯୋଗ ପ୍ରଦାନ କରିବେ I