ସିବିଆଇ ଟିମ୍ ସିଦ୍ଧାର୍ଥ ପିଥାନିଙ୍କୁ ଅନେକ ଦିନ ଧରି ପଚରାଉଚରା କରୁଛି ଏବଂ ଜୁନ୍ 14 ଦିନ ସକାଳେ କ’ଣ ଘଟିଛି ଏବଂ ସୁଶାନ୍ତ-ରିୟାଙ୍କର କିପରି ସମ୍ପର୍କ ଅଛି ତାହା ଜାଣିବାକୁ ଚେଷ୍ଟା କରୁଛି। ସୁଶାନ୍ତ ସିଂ ରାଜପୁତ ମାମଲା ସମ୍ପର୍କରେ ସିବିଆଇ ସିଦ୍ଧାର୍ଥ ପିଥାନିଙ୍କୁ ଅନେକ ଥର ପଚରାଉଚରା କରିଛି ଏବଂ ଏହି ସମୟ ମଧ୍ୟରେ ସିଦ୍ଧାର୍ଥ ମଧ୍ୟ ସିବିଆଇକୁ ଅନେକ ବଡ଼ ରହସ୍ୟ ଉନ୍ମୋଚନ କରିଛନ୍ତି। ସିଦ୍ଧାର୍ଥ ସିବିଆଇକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ 2019 ପରେ ସୁଶାନ୍ତଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା ଏବଂ ସୁଶାନ୍ତଙ୍କ କାମ ବନ୍ଦ ହୋଇଯାଇଥିଲା। ସୁଶାନ୍ତ ରିୟାଙ୍କ ସହ ସମୟ ବିତାଇବା ଆରମ୍ଭ କରିଥିଲେ କିନ୍ତୁ ଏକ ସମୟ ଆସିଲା ଯେ ସେ ଏକୁଟିଆ ହୋଇଗଲେ|
ଜାନୁଆରୀରେ ମଧ୍ୟ ରିୟା ଘରୁ ଯାଇଥିଲେ
ସିଦ୍ଧାର୍ଥଙ୍କ ଅନୁଯାୟୀ ରିୟା ଜାନୁଆରୀରେ ମଧ୍ୟ ସୁଶାନ୍ତଙ୍କ ଘରୁ ଯାଇ ଥିଲେ।କିନ୍ତୁ ରିୟା କିଛି ଦିନ ପରେ ଘରକୁ ଫେରିଆସିଥିଲେ। ଏହା ପରେ ରିୟା, ଦୀପେଶ ଏବଂ ମୁଁ ସୁଶାନ୍ତଙ୍କ ଯତ୍ନ ନେବା ଆରମ୍ଭ କଲୁ| ଜାନୁଆରୀ ଶେଷ ସପ୍ତାହରେ ସୁଶାନ୍ତ ତାଙ୍କ ଭଉଣୀ ମିତୁଙ୍କ ଘରକୁ ଯାଇଥିଲେ ଏବଂ ସେ ସଂପୂର୍ଣ୍ଣ ସୁସ୍ଥ ଥିଲେ| ସେ ମଧ୍ୟ ତାଙ୍କର ଔଷଧ ଖାଇବା ବନ୍ଦ କରିଦେଇଥିଲେ। ସୁଶାନ୍ତ କହୁଥିଲେ ଯେ ସେ ଠିକ୍ ଅନୁଭବ କରୁଛନ୍ତି। ମୁଁ ତାଙ୍କୁ କହିଲି ଔଷଧକୁ ସଂପୂର୍ଣ୍ଣ ବନ୍ଦ କର ନାହିଁ। କିନ୍ତୁ ସେ ରାଜି ହୋଇନଥିଲେ। ଏପ୍ରିଲ ମାସରେ କିଛି ଦିନ ପରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ପୁଣି ଖରାପ ହୋଇଗଲା ଏବଂ ସେ ସମସ୍ତଙ୍କ ଠାରୁ ଦୂରରେ ରହିଲେ| ତେବେ ରିୟା ତାଙ୍କ ସହ ଥିଲେ। ସେହି ସମୟରେ ଜୁନ୍ ପ୍ରଥମ ସପ୍ତାହରେ ସୁଶାନ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଆହୁରି ଖରାପ ହୋଇଗଲା ଏବଂ ସେ କୋଠରୀରେ ଏକୁଟିଆ ରହିବାକୁ ଲାଗିଲେ। ରିୟା ସୁଶାନ୍ତଙ୍କ ସହିତ ପୁରା ଲକ ଡାଉନରେ ରହି ଥିଲେ|
ଜୁନ୍ 8 ରେ, ରିୟା ସକାଳ 11.30 ରେ ସୁଶାନ୍ତଙ୍କ ଘରୁ ବାହାରିଥିଲେ ଏବଂ ରିୟା ମୋତେ ସୁଶାନ୍ତଙ୍କ ଯତ୍ନ ନେବାକୁ କହିଥିଲେ। ଯେତେବେଳେ ରିୟା ସୁଶାନ୍ତଙ୍କ ଘରୁ ବାହାରକୁ ଗଲେ ସୁଶାନ୍ତ ସେହି ସମୟରେ ରିୟାଙ୍କୁ ଆଲିଙ୍ଗନ କରିଥିଲେ। କିଛି ସମୟ ପରେ ସୁଶାନ୍ତଙ୍କ ଭଉଣୀ ମିତୁ ଘରକୁ ଆସିଲେ ଏବଂ ସେ ତାଙ୍କ ସହିତ ରହିଲେ|ମିତୁ ଦିଦିଙ୍କ ସାମ୍ନାରେ ପୁରୁଣା ଜିନିଷ ମନେ ପକାଇ ସୁଶାନ୍ତ କାନ୍ଦୁଥିଲେ| ଜୁନ୍ 12 ରେ, ମିତୁ ଦିଦି ତାଙ୍କ ଝିଅକୁ ମନେ ପକାଇ ନିଜ ଘରକୁ ଫେରିଗଲେ|
ଜୁନ୍ 14 ରେ, ପ୍ରାୟ 10 ଟା ମୁଁ ହଲରେ କାମ କରୁଥିଲି ଏବଂ ସକାଳ 10.30 ରେ କେଶବ ମୋତେ କହିଥିଲେ ଯେ ସୁଶାନ୍ତ ସାର୍ କବାଟ ଖୋଲୁ ନାହାଁନ୍ତି। ମୁଁ ସଙ୍ଗେ ସଙ୍ଗେ ଦୀପେଶଙ୍କୁ ଡାକିଲି ଏବଂ ଦୁହେଁ କବାଟ ବାଡେଇଲୁ। କିନ୍ତୁ ସୁଶାନ୍ତ କବାଟ ଖୋଲି ନଥିଲେ। ସେତେବେଳେ ଯେତେବେଳେ ମୁଁ ମିତୁ ଦିଦିଙ୍କଠାରୁ ଏକ କଲ ପାଇଲି| ସେ କହିଥିଲେ ଯେ ସୁଶାନ୍ତ ଫୋନ୍ ଉଠାଉ ନାହାଁନ୍ତି। ଆମେ ତାଙ୍କୁ କହିଲୁ ଯେ ସେ କବାଟ ଖୋଲୁ ନାହାଁନ୍ତି। ମୁଁ ପ୍ରହରୀକୁ ଚାଲି ଵାଲାକୁ ଡ଼ାକିବ ପାଇଁ କହିଲି କିନ୍ତୁ ସେ କାହାକୁ ଡାକିଲେ ନାହିଁ| ତା’ପରେ ମୁଁ ଗୁଗଲରୁ ନମ୍ବର ବାହାର କଲି| ମୁଁ 1.06 ମିନିଟରେ ତାଙ୍କୁ ଡାକିଲି| ସେ ମୋତେ 2000 ଟଙ୍କା ମାଗିଥିଲେ। ଚାବି ଲକର ଏକ ଫଟୋ ମାଗିଲେ ଏବଂ ମୁଁ ତାଙ୍କୁ ଫଟୋ ପଠାଇଲି| 1.20 ମିନିଟରେ ସେ ତାଙ୍କର ଜଣେ ସାଥୀଙ୍କ ସହିତ ଘରକୁ ଆସିଥିଲେ| ତାଲା ଦେଖି ସେ ଚାବି ତିଆରି ନକରିବାକୁ କହିଲେ, ତେଣୁ ମୁଁ ତାଙ୍କୁ ତାଲା ଭାଙ୍ଗିବାକୁ କହିଲି ଏବଂ ସେ ତାଲା ଭାଙ୍ଗିଦେଲେ|
ଏହା ପରେ ମୁଁ ଏବଂ ଦୀପେଶ ସୁଶାନ୍ତଙ୍କ କୋଠରୀକୁ ଗଲୁ ଏବଂ କୋଠରୀଟି ଅନ୍ଧାର ହୋଇଯାଇଥିଲା| ଦୀପେଶ କୋଠରୀର ଲାଇଟ ଲଗାଇଲେ ଏବଂ ଆମେ ସୁଶାନ୍ତଙ୍କୁ ଏକ ସବୁଜ କପଡା ସହିତ ଫ୍ୟାନରେ ଝୁଲୁଥିବାର ଦେଖିଲୁ| ମୁଁ ସଙ୍ଗେ ସଙ୍ଗେ ମିତୁ ଦିଦିଙ୍କୁ କଲ କଲି ଏବଂ ତା’ପରେ 108 କୁ ଡାକିଲି| ମିତୁ ଦିଦି କଲ୍ ରେ କହିଲେ କି ସୁଶାନ୍ତ ଙ୍କୁ ଓଲ୍ହାଇବା ପାଇଁ। ମୁଁ ଛୁରୀ ଆଣିବାକୁ ନୀରଜଙ୍କୁ କହିଲି। ମୁଁ ସୁଶାନ୍ତଙ୍କ ଶରୀରକୁ କାଢ଼ିବା ପାଇଁ ଛୁରୀରେ କନା କାଟି ଶରୀରକୁ ବାହାର କରି ଖଟ ଉପରେ ରଖିଲି|
ବଲିଉଡ ଛାଡିବାକୁ ଚାହୁଁଥିଲେ
ସିଦ୍ଧାର୍ଥ ସିବିଆଇକୁ କହିଛନ୍ତି ଯେ ସୁଶାନ୍ତ ବଲିଉଡ ଛାଡିବାକୁ ଚାହୁଁଥିଲେ ଏବଂ ସେ ମୋତେ ଫୋନ ମୋତେ ଏହା କହିଛନ୍ତି। ସିଦ୍ଧାର୍ଥଙ୍କ ଅନୁଯାୟୀ ତାଙ୍କ ପିତାଙ୍କ କାମ ଠିକ୍ ଚାଲି ନଥିଲା। ତେଣୁ ସେ ଟଙ୍କା ରୋଜଗାର କରିବାକୁ ହାଇଦ୍ରାବାଦ ଯାଇଥିଲେ। ତା’ପରେ ଜାନୁଆରୀ 2020 ରେ ସୁଶାନ୍ତଙ୍କ କଲ୍ ଆସିଥିଲା, ସୁଶାନ୍ତ କହିଥିଲେ ଯେ ସେ ବଲିଉଡ ଛାଡି ତାଙ୍କ ସ୍ୱପ୍ନର ପ୍ରୋଜେକ୍ଟ 150 ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପରେ ସେ ମୁମ୍ବାଇ ଆସି ସୁଶାନ୍ତଙ୍କ ସହ ରହିବାକୁ ଲାଗିଲେ।