ସାପ କାମୁଡି ଥିବା ମହିଳାଙ୍କର ଚିକିତ୍ସା ପାଇଁ ଡାକ୍ତର ଖାନା ପହଞ୍ଚିଲେ, କିନ୍ତୁ ଏ କଣ ସାପ ସହ…

ମେରଠ ରେ ଏହିପରି ଏକ ଅଭାବନୀୟ ଘଟଣା ଦେଖିବା କୁ ମିଳିଛି I ଏଠାରେ ଜଣେ ମହିଳା କୁ ସାପ କାମୁଡ଼ିବା ରୁ ସେହି ମହିଳା ହସ୍ପିଟାଲ ରେ ପହଂଚିଥିଲେ କିନ୍ତୁ ତାଙ୍କ ଘର ଲୋକେ କାମୁଡିଥିବା ସାପ ଟି କୁ ଧରି ମଧ୍ୟ ହସ୍ପିଟାଲ ରେ ପହଂଚିଥିଲେ I କେଉଁ ସାପ ଟି ମହିଳା ଙ୍କୁ କାମୁଡ଼ିଛି ଏହା ଜଣାଇବାକୁ ସେମାନେ ସାପ ଟି କୁ ଧରିଥିଲେ I ସଠିକ ସାପ ର ବିଷ ଚୟନ କରିବା ପରେ ହିଁ ଡାକ୍ତର ମହିଳା ଙ୍କ ର ଚିକିତ୍ସା ଆରମ୍ଭ କରିଥିଲେ I ଏବଂ ଜୀବନ ବଂଚିଯାଇଥିଲା I ଏହା ପରେ କୋବ୍ରା ସାପ ଟି କୁ ବନ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା I

ଜିଲ୍ଲା ହସ୍ପିଟାଲ ରେ ଡାକ୍ତର ଙ୍କ ଅନୁସାରେ ବୁଧବାର ରାତି ରେ ଅମରୋହା ନିବାସୀ ଇସ୍ଲାମ ନିଜ ପତ୍ନୀ ମହାଯବିନ ଙ୍କୁ ନେଇ ଜିଲ୍ଲା ହସ୍ପିଟାଲ ଆସିଥିଲେ I ଏବଂ କହିଥିଲେ ଏକ କୋବ୍ରା ସାପ ତାଙ୍କ ପତ୍ନୀ ଙ୍କୁ କାମୁଡ଼ିଛି I ଏବଂ ସାହସ କରି ସେ ସାପ ଟି କୁ ଧରି ମଧ୍ୟ ସାଙ୍ଗ ରେ ଆଣିଛନ୍ତି I ସେ ସାପ ଟି କୁ ଏକ ବୋତଲ ରେ ପୁରାଇ ଆଣିଥିଲେ I

ସାପ ଟି କୁ ଧରି ତାର ବିଷ କୁ ଆଧାର କରି କେଉଁ ଔଷଧ ଦେଲେ ଠିକ ହେବ ଏହି କାରଣ ପାଁଇ ସେ ସାପ ଟି କୁ ଧରି ଆଣିଥିଲେ I ଡାକ୍ତର ମଧ୍ୟ ସଠିକ ଔଷଧ ଦେଇ ମହିଳା ଙ୍କ ର ଜୀବନ ବଞ୍ଚାଇ ପାରିଥିଲେ I ସଠିକ ଉପଚାର ପରେ ମହିଳା ଘର କୁ ଚାଲିଯାଇଥିଲେ I

ଗୁରୁବାର ଦିନ ଜିଲ୍ଲା ହସ୍ପିଟାଲ ରେ ବନ ବିଭାଗ କର୍ମୀ ପହଂଚି କୋବ୍ରା ସାପ ଟି କୁ ଉଦ୍ଧାର କରିଥିଲେ I