ଶରୀରର ଏହି ଅଙ୍ଗ ଡେଇଁବା ଦେଇଥାଏ ଧନ ଲାଭ ହେବାର ସଙ୍କେତ, ଜାଣନ୍ତୁ କେଉଁ ଡେଇଁଲେ କଣ ସଙ୍କେତ ଦେଇଥାନ୍ତି ଭଗବାନ …

ଅନେକ ସମୟ ରେ ଅଚାନକ ଆମ ଶରୀର ର କିଛି ଅଙ୍ଗ ଥରିବା କୁ ଆରମ୍ଭ କରିଥାଏ I ଏହା କୁ ନେଇ ଆମ ମନ ରେ ଶୁଭ ଓ ଅଶୁଭ ର ଚିନ୍ତା ଆସିଥାଏ I ଏପରି ମାନ୍ୟତା ରହିଛି କି ଅଚାନକ ଶରୀର ର କୌଣସି ଅଙ୍ଗ ଥରିଲେ ଭବିଷ୍ୟତ ରେ କୌଣସି ଶୁଭ କିମ୍ଭା କୌଣସି ଅଶୁଭ ଘଟଣା ଘଟିବା ସମ୍ଭାବନା ରହିଛି I

– ଯଦି ଶରୀର ର ବାମ ଭାଗ ଅଚାନକ ଥରିବା ଆରମ୍ଭ ହେଇଥାଏ ତ କୌଣସି ଦୁଖଦଃ ଘଟଣା ଘଟିଥାଏ I ଯେତେବେଳେ ଶରୀର ର ଡାହାଣ ଭାଗ ଥରିଥଏ ତ କୌଣସି ଶୁଭ ଘଟଣା ଘଟିଥାଏ I

– ମଥା ଅଂଶ ଯଦି ଥରିଥାଏ ତେବେ ଖୁସି ସହ ଜଡିତ କୌଣସି ସଂକେତ ରହିଥାଏ I ତେଣୁ ଆପଣ ଙ୍କ ର ମଥା ରେ ଯଦି ହଲଚଲ ହେଇଥାଏ ତେବେ ଜାଣିରଖନ୍ତୁ କି ଜୀବନ ରେ କିଛି ଅଚାନକ ହିଁ ଘଟଣା ଘଟିଥାଏ I

-କାନ ପାଖ ଅଂଶ ଥରିଲେ ଜାଣିରଖନ୍ତୁ କି ଧନ ଲାଭ ର ଯୋଗ ରହିଛି I ଆଗାମୀ ସମୟ ରେ ଆପଣ ବିଶେଷ ରୂପେ ଧନ ପ୍ରାପ୍ତି କରିପାରନ୍ତି I

-ଆଖି ଥରିବା ଏକ ଶୁଭ ଓ ଖରାପ ସଂକେତ ସହ ଜଡିତ ରହିଛି I ଯଦି ବାମ ଆଖି ଥରିଥଏ ତେବେ ଦୁଃଖ ସମାଚାର ପ୍ରାପ୍ତି ହେଇଥାଏ I ଡାହାଣ ଆଖି ଥରିଲେ ଶୁଭ ସମାଚାର ପ୍ରାପ୍ତି ହେଇଥାଏ I ଏପରି ମାନ୍ୟତା ରହିଛି କି ଅଚାନକ ଧନ ପ୍ରାପ୍ତି ର ଯୋଗ ରହିଛି I

-ଓଠ ଥରିବା କାର୍ଯ୍ୟ ଦେଖିଲେ ସଫଳତା ମିଳିବା ର ଏହା ସଂକେତ ଅଟେ I

-ପାଦ ହଲଚଲ ହେଲେ ଜାଣିରଖନ୍ତୁ କି ଅଚାନକ କୌଣସି ଯାତ୍ରା ରେ ଯିବାକୁ ପଡିପାରେ I

-ଆଙ୍ଗୁଳି ଥରିବା ଦ୍ୱାରା ଧନ ହାନି ହେବାର ଯୋଗ ରହିଛି I ତେଣୁ ଏପରି ସଂକେତ ଦ୍ୱାରା ଆପଣ ସାବଧାନ ରହିବା ଜରୁରୀ ଅଟେ I

– ଯଦି ମହିଳା ଙ୍କ ର ନାଭି ଥରିଥାଏ ତେବେ ଶରୀର ହାନି ହେବାର ଏହା ସଂକେତ ଅଟେ I

ଯଦି ଆପଣ କିଛି ଅଘଟଣ ହେବାର ସଂକେତ ପାଉଛନ୍ତି ତେବେ ଏହି ଉପାୟ କୁ ଆପଣେଇପାରିବେ I
-ହନୁମାନ ଙ୍କ ର ନାମ ରେ 108 ଥର ଜପ କରନ୍ତୁ I
– ଦୁର୍ଗା ମାତା ଙ୍କ ର ମନ୍ତ୍ର ପାଠ କରନ୍ତୁ I
-ମନ୍ଦିର ଯାଇ ଆପଣ ତେଲ ଦୀପ ଲଗାନ୍ତୁ I