ଶାଶୂ ବେକରେ ବରଣ ମାଳା ପିନ୍ଧାଇଲା ଜ୍ବାଇଁ, He Prabhu କଣ ହେଉଛି, ଏମିତି ଲଜ୍ୟା ଜଣକ ଘଟଣା ଆସିଲା ସାମ୍ନାକୁ

ନମସ୍କାର ବନ୍ଧୁଗଣ ଶାଶୁକୁ ବରଣମାଳା ପିନ୍ଧାଇଲା ଜ୍ୟାଇଁ। ଆସନ୍ତୁ ସଂପୂର୍ଣ୍ଣ ଖବର ଜାଣିବା। ବାଜା ଓ ରୋଷଣିରେ ଦୁଲୁକୁଥିଲା ସାହି। ଆଗରେ ମୁଣ୍ଡରେ ପଗଡ଼ି ବାନ୍ଧି ଘୋଡ଼ା ଉପରେ ବସିଥିଲା ବର। ପଛରେ ଥିଲେ ଧାଡିକୁ ଧାଡ଼ି ବରଯାତ୍ରୀ। କନ୍ୟାଘର ଆଗରେ ଜମିଥିଲା ନାଚ ଗୀତର ଆସର। ବନ୍ଧୁବାନ୍ଧବ, ପରିବାରବର୍ଗ , ସାଙ୍ଗସାଥି ଥିଲେ ନାଚରେ ମସଗୁଲ୍। ସାହି, ପଡିଶାଙ୍କ ଆଖି ଯେମିତି ଲାଖି ଯାଇଥିଲା ନାଚ ଗୀତରେ। ଝିଅଘର ଆଗରେ ପଡ଼ିଥିବା ବେଦୀରେ ବରଯାତ୍ରୀ ପହଞ୍ଚିବା ପରେ ଯାହା ଘଟିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ସୋସଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ସେହି ସମୟର ଏକ ଭିଡିଓ। ବିରାଟ ପଟୁଆର ବରଯାତ୍ରୀ ବେଦୀ ଉପରେ ପହଞ୍ଚିଥିଲା। ହେଲେ ହୋସ ନଥିଲା ବରର। ବିବାହ କରିବାକୁ ଆସିଥିବା ଯୁବକଙ୍କୁ ଘାରିଥିଲା ନାଲିପାଣି ନିଶା। ବୋଧହୁଏ ବିବାହ ଖୁସିରେ ଟିକେ ଅଧିକା ହୋଇଯାଇଥିଲା। ପରମ୍ପରା ମୁତାବକ ବେଦୀରେ ପହଞ୍ଚିବା ପରେ ହୋଇଥିଲା ବରଣ ମାଳା ରୀତିନୀତି।

ବର କନ୍ୟା ଉଭୟ ପରସ୍ପରଙ୍କୁ ବରଣମାଳା ପିନ୍ଧାଇଥାଆନ୍ତି। ଏଠାରେ ବି ସେମିତି କିଛି ହେବାର ବନ୍ଦୋବସ୍ତ ହୋଇଥିଲା। ହାତରେ ବରଣମାଳା ଧରି ବରକୁ ଅପେକ୍ଷା କରିଥିଲେ କନିଆଁ। ହେଲେ ମଦ ନିଶାରେ ଟଳମଳ ବର କନିଆଁକୁ ଛାଡି ଶାଶୁଙ୍କ ବେକରେ ବରଣମାଳା ପକାଇ ଦେଉଥିଲା।

ଠିକ୍ ଏତିକି ବେଳେ ଶାଶୁ ଜ୍ୱାଇଁର ହାତକୁ ଠେଲି ଦେଇଥିଲେ। ଏହାପରେ ବରଣମାଳା ଧରି କନିଆଁ ପାଖରେ ପହଞ୍ଚିଥିଲେ ବର। କନିଆଁ ବେକରେ ମାଳ ପିନ୍ଧାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଦ ନିଶା ଏମିତି ଘାରିଥିଲା ଯେ ବେଦୀ ଉପରେ ସମସ୍ତଙ୍କ ସାମ୍ନାରେ ତଳେ ଗଳିପଡ଼ିଥିଲେ ବର। ବରର ଏପରି କାଣ୍ଡ ଓ ଦଶା ଦେଖି ସେଠାରେ ଥିବା ସମସ୍ତ ଲୋକେ ହସି ହସି ଗଡି ଯାଇଥିଲେ।

ଏହିପରି ଦୃଶ୍ୟକୁ ସେଠାରେ ଥିବା ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଏହି ଭିଡିଓ ଟି ଖୁବ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖି ଲୋକମାନେ ହସି ହସି ବେଦମ୍ ହୋଇ ପଡ଼ୁଛନ୍ତି।