ଏହା ହେଉଛି ଭାରତର ସବୁଠୁ ମହଙ୍ଗା ଓ ଲଗଜରି ଟ୍ରେନ, ୭ ଦିନର ଭଡା ହେଉଛି ୩,୦୦,୦୦୦ ଟଙ୍କା, ଭିତରର ଫୋଟୋ ଦେଖିଲେ ନିଶ୍ଚିନ୍ତ ଜାଣି ପାରିବେ

ଭାରତ ର ରେଳ ବିଭାଗ ବର୍ତମାନ ସାରା ଦୁନିଆ ରେ ଦ୍ୱିତୀୟ ସ୍ଥାନ ରେ ରହିଛି I ଭାରତ ର ସୁନ୍ଦର ସଂସ୍କୃତି ର ପରିଚୟ ପାଁଇ ଲଜ୍ଜରି ଗାଡି ନୂତନ ଶୈଳୀ କୁ ମଧ୍ୟ ଲୋକେ ଆପଣେଇଛନ୍ତି I ପେଲେସ ଅନ ଭିଲସ ଓ ସ୍ଵର୍ଣ ରଥ ପରି ଟ୍ରେନ ରେଳ , ଭାରତୀୟ ରେଳ କୁ ଏକ ନୂଆ ପରିବର୍ତନ ଆଣିପାରିଛି I ଭାରତ ରେ 26 ଜାନୁୟାରୀ 1982 ରେ ପ୍ରଥମେ ଲଜ୍ଜରି ଟ୍ରେନ ଦିଲ୍ଲୀ ରେ ଆରମ୍ଭ ହେଇଥିଲା I ପେଲେସ ଅନ ଭିଲସ ଦିଲ୍ଲୀ ରେ ସେ ସମୟ ର ଏକମାତ୍ର ଲଜ୍ଜରି ଟ୍ରେନ ଥିଲା I

କିନ୍ତୁ 2010 ରେ ଭାରତ ରେ 4 ଗୋଟି ନୂଆ ଲଜ୍ଜରି ଟ୍ରେନ ଆରମ୍ଭ ହେଇଥିଲେ I ମହାରାଜା ଏକ୍ସପ୍ରେସ ଇଣ୍ଡିଆ ରେଳ ବିଭାଗ ର ଦ୍ୱିତୀୟ ଲଜ୍ଜରି ଟ୍ରେନ ଅଟେ I ଏହି ଟ୍ରେନ ଦିଲ୍ଲୀ ରେ ଆରମ୍ଭ ହେଇ ଉତ୍ତର – ପଶ୍ଚିମ ଓ ମଧ୍ୟ ଭାରତ ର 12 ଗୋଟି ସହର ଦେଇ ଯାତ୍ରା ଆରମ୍ଭ କରିଥିଲା I ଏହି ଟ୍ରେନ ର 23 ଗୋଟି ଡ଼ବା ଥିଲା ଏବଂ ଭାରତ ର ସମ୍ଭ୍ରାନ୍ତ ଶ୍ରେଣୀ ର ଲୋକେ ଏହି ଟ୍ରେନ ର ଯାତ୍ରା କରୁଥିଲେ I ଟ୍ରେନ ରେ ଡାଇନିଂ ହଲ , ମନୋରଞ୍ଜନ ଭିତିକ କାର୍ଯ୍ୟକ୍ରମ ଓ ବିଜନେସ ଟ୍ରେନିଂ ଆଦି କାର୍ଯ୍ୟକ୍ରମ ମଧ୍ୟ ହେଇଥାଏ I

ଯଦି ଆପଣ ଭାରତୀୟ ରେଳ ବିଭାଗ ସହାୟତା ରେ ଭାରତ ବୁଲିବା ଯୋଜନା କରୁଛନ୍ତି ତେବେ ମହାରାଜା ଏକ୍ସପ୍ରେସ ଆପଣ ଙ୍କ ପାଁଇ ଭଲ ଅପ୍ସନ ଅଟେ I ଏହା କେବଳ ଟ୍ରେନ ନୁହେଁ ଏହା ଏକ ଚଳନ୍ତା ଫାଇବ ଷ୍ଟାର ହୋଟେଲ ଅଟେ I

ଏହି ମହାରାଜା ଏକ୍ସପ୍ରେସ ର ଭଡା ଦେଢ଼ ଲକ୍ଷ୍ୟ ରୁ ଆରମ୍ଭ ହେଇ 15 ଲକ୍ଷ୍ୟ ପର୍ଯ୍ୟନ୍ତ ମୂଲ୍ୟ ରହିଛି I ଏହି ଟ୍ରେନ ରେ ବୁଲିବା କୁ ଲୋକ ଙ୍କ ପାଖ ରେ 5 ପ୍ରକାର ର ଅପସନ ରହିଛି I ଏହି ପ୍ୟାକେଜ ଅନୁସାରେ ହିଁ ଟ୍ରେନ ରହିଥାଏ ଏବଂ ଯାତ୍ରୀ ମାନେ ସେଠାରେ ବୁଲାବୁଲି କରି ସେହି ସମୟ ରେ ଟ୍ରେନ କୁ ଫେରିଯାଇଥାନ୍ତି I

ମହାରାଜା ଟ୍ରେନ ମୁମ୍ବାଇ , ଦିଲ୍ଲୀ ରୁ ଆରମ୍ଭ ହେଇ ଵିକନେର , ଆଗ୍ରା , ରାଁଥବର , ଫତେପୁର ସିଫରି , ଗବଳିୟାର , ଜୟପୁର , ବାରଣାସୀ , ଖୁଜୁରହୋ , ଲକ୍ଷ୍ନୌ , ଉଦୟପୁର ଷ୍ଟେସନ ଆଦି ରେ ରହିଥାଏ I ମହାରାଜା ଟ୍ରେନ ର 23 ଗୋଟି ବଗି ରହିଛି ଏବଂ ଏକକାଳୀନ ଏହି ଟ୍ରେନ ରେ 88 ଜଣ ଯାତ୍ରୀ ଯାତ୍ରା କରିପାରିବେ I ଏହି ଟ୍ରେନ ର ଟିକେଟ ର ମୂଲ୍ୟ 1,93,493 ରୁ ଆରମ୍ଭ ହେଇ 15,75,830 ଟଙ୍କା ଅଟେ I ଏହି ଟ୍ରେନ ମଧ୍ୟ ରେ LED ଟିଭି ଇଣ୍ଟେର୍ନେଟ ସୁବିଧା ଆଦି ଅନେକ କିଛି ରହିଛି I

ଭାରତୀୟ ରେଳ ର ଅନ୍ୟ ଟ୍ରେନ ର ଯାତ୍ରା କରୁଥିବା ଲୋକେ ସର୍ବଦା ଟ୍ରେନ ମଧ୍ୟ ରେ ଅପରିଷ୍କାର ହେବାର ଦେଖିଥାନ୍ତି , ତେଣୁ ଏହି ମହାରାଜା ଟ୍ରେନ ମଧ୍ୟ ର ଚାକଚକ୍ୟ ଦେଖି ଆପଣ ମଧ୍ୟ ଆଶ୍ଚଯ୍ୟ ହେଇଯିବେ I ମହାରାଜା ଟ୍ରେନ ରେ ଆଗ୍ରା ରୁ ଉଦୟପୁର ଯାଉଥିବା ଲୋକେ ସେଠାରେ 7 ଦିନ ରହିଥାନ୍ତି I ଏବଂ କହିବା କୁ ଗଲେ ଏହା ଏକ ଚଳନ୍ତା ପଞ୍ଚ ତାରକା ହୋଟେଲ ଅଟେ I

ଏହି ଟ୍ରେନ ର ଖାଇବା ପାଁଇ ଅଲଗା ଅଲଗା ବଗି ର ବ୍ୟବସ୍ତା ରହିଛି I ଏବଂ ବଗି ଭିତରେ ରେଷ୍ଟରାଣ୍ଟ ପରି ମାହୋଲ ମଧ୍ୟ ରହିଛି I 2015 ରୁ 2016 ମଧ୍ୟ ରେ ମହାରାଜା ଟ୍ରେନ କୁ ସେଭେଁନ ଷ୍ଟାର ହୋଟେଲ ର ଆୱାର୍ଡ ମଧ୍ୟ ମିଳିଥିଲା I ଏହି ମହାରାଜା ଟ୍ରେନ ଅନ୍ତରାଷ୍ଟ୍ରୀୟ ସ୍ତର ର ରୟାଲ ସ୍କଟମେନ ଓ ଓରିଏଲ ଏକ୍ସପ୍ରେସ ସହ ତୁଳନା କରାଯାଇଥାଏ I