ସାଉଥ ଫିଲ୍ମର କଳାକାର କାହିଁକି କେବେ ହେଲେ ବଲିଉଡରେ କାମ କରିବାକୁ ଚାହୁଁ ନାହାନ୍ତି ! ଜାଣନ୍ତୁ

ଆଜିକା ସମୟ ରେ ବଲିଉଡ ରେ ସମସ୍ତେ ନିଜ ନିଜ ର ଭାଗ୍ୟ ପରୀକ୍ଷା କରିବାକୁ ଚାହାନ୍ତି I ଯଦି କାହାରି ଙ୍କ ପାଖରେ ଭଲ ଅଭିଜ୍ଞତା ଅଛି ତ ବଲିଉଡ ଇଣ୍ଡଷ୍ଟ୍ରି ତାଙ୍କୁ ମାଟି ରୁ ନେଇ ସଫଳତା ର ଶୀର୍ଷ ରେ ପହଂଚାଇଥାଏ I କିନ୍ତୁ ଯଦି କେହି ଫ୍ଲପ ହେଇଗଲେ ତ ବଲିଉଡ ରେ ତାଙ୍କ ର କୌଣସି ଅସ୍ତିତ୍ୱ ରହିନଥାଏ I ସେହିପରି କିଛି ସାଉଥ ର କଳାକାର ଅଛନ୍ତି ଯେଉଁମାନେ କି ବଲିଉଡ ରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ I

ମହେଶ ବାବୁ
ମହେଶ ବାବୁ ସାଉଥ ର ଜଣେ ବଡ଼ ସୁପର ଷ୍ଟାର ଏହା ତ ଆପଣ ବେଶ ଭଲ ଭାବରେ ଜାଣିଥିବେ ଏକ ପତ୍ରକାର ଙ୍କୁ ସାକ୍ଷାତ୍କାର ସମୟ ରେ ସେ କହିଲେ କି ବଲିଉଡ ତ ଆମ ସାଉଥ ଫିଲ୍ମ ର କପି କରୁଛି ଆଉ ସେଥିରେ ଏଣ୍ଟ୍ରି କରିବା ର ପ୍ରଶ୍ନ ଉଠୁଛି କୁଆଡୁ I

ଚିରଞ୍ଜିବ
ସେ ସାଉଥ ର ଜଣେ ମେଗାଷ୍ଟାର ଭାବରେ ପରିଚିତ ଅଟନ୍ତି I ଦର୍ଶକେ ତାଙ୍କ ଫିଲ୍ମ ଦେଖିବା ପାଁଇ ଉତ୍କଣ୍ଠା ର ସହ ଅପେକ୍ଷା ରେ ଥାନ୍ତି I ଏବଂ ଆପଣ ମାନେ ବି ଏହା ବେଶ ଭଲ ଭାବରେ ଜାଣିଥିବେ କି ଚିରଞ୍ଜିବ ଓ ବଲିଉଡ ର ସୁପର ଷ୍ଟାର ସଲମାନ ଖାଁ ଉଭୟ ଭଲ ବନ୍ଧୁ ମଧ୍ୟ I ଏତେ ସବୁ ହେଇ ମଧ୍ୟ ଚିରଞ୍ଜିବ ବଲିଉଡ ରେ ପାଦ ରଖିବାକୁ ପସନ୍ଦ କରନ୍ତି ନାହିଁ I

ଆଲୁ ଅର୍ଜୁନ
ସାଉଥ ର ସବୁଠାରୁ ଲୋକପ୍ରିୟ କଳାକାର ଆଲୁ ଅର୍ଜୁନ ଙ୍କୁ ଆଜି ର ଯୁବପିଢ଼ି କିଏ ବା ନ ଜାଣିଚି I 2017 ରେ ତାଙ୍କ ର ଫିଲ୍ମ DJ ବେଶ ଲୋକପ୍ରିୟତା ହାସଲ କରି ପାରିଥିଲା I ତାଙ୍କ ର ଅନେକ ଫିଲ୍ମ ସୁପରହିଟ ହିଁ ହେଇଥାଏ କିନ୍ତୁ ସେ କେବେ ହେଲେ ବଲିଉଡ କୁ ଆସିବାକୁ ପସନ୍ଦ କରନ୍ତି ନାହିଁ I

N . T ରାମ ରାବ ଜୁନିୟର
ତାଙ୍କ ର ପୁରା ବଂଶଧର ସାଉଥ ଫିଲ୍ମ ରେ କାମ କରି ଆସୁଛନ୍ତି I ତେଣୁ NTR ଙ୍କ ନାମ ମଧ୍ୟ ନିଜ ଦାଦା ଙ୍କ ଠାରୁ ପାଇଥିଲେ ତାଙ୍କ ର ସାଉଥ ର ସବୁ ଫିଲ୍ମ ମଧ୍ୟ ବେଶ ଭଲ ରୋଜଗାର କରିଥାଏ କିନ୍ତୁ ସେ କେବେ ହେଲେ ବଲିଉଡ ରେ କାମ କରିବାକୁ ପସନ୍ଦ କରନ୍ତି ନାହିଁ I