ଭାରତୀୟ ସେନା ସର୍ବଦା ଦେଶ ସେବା ରେ ନିଜ କୁ ନିୟୋଜିତ କରିଥାନ୍ତି I ସେନା ଙ୍କ ର ଦେଶ ପ୍ରତି ଅନେକ ସତ ଭାବନା ଆପଣ ଶୁଣିଥିବେ I ବିଗତ ଶନିବାର ଦିନ ଏହିପରି ଏକ ଘଟଣା ଦେଖିବା କୁ ମିଳିଛି I ଯାହା କି ଆପଣ କେବେ ଭୁଲି ପାରିବେ ନାହିଁ I
ଏକ ଚଳନ୍ତା ରେଳଗାଡି ହାୱଡା ଏକ୍ସପ୍ରେସ ରେ ଜଣେ ଗର୍ଭବତୀ ଙ୍କ ର ଅଚାନକ ପ୍ରସବ ହେଇଥିଲା I ଏବଂ ସେହି ବଗି ରେ ଉପସ୍ଥିତ ଥିବା ଦୁଇ ସେନା ର ମହିଳା ଡାକ୍ତର ତାଙ୍କ ର ସହାୟତା କରିବା କୁ ଆଗେଇ ଆସିଥିଲେ I ଏବଂ ସେହି ଚଳନ୍ତା ଟ୍ରେନ ରେ ହିଁ ତାଙ୍କ ର ଡେଲିଭରି କରାଇଥିଲେ I
ସେନା ର ଏହି ମହିଳା ଡାକ୍ତର ଙ୍କ ର ନାମ କ୍ୟାପଟେନ ଲଳିତ ଓ କ୍ୟାପଟେନ ଅମନଦୀପ ଅଟେ I ଯେଉଁମାନେ କି 172 ସେନା ହସ୍ପିଟାଲ ରେ କାର୍ଯ୍ୟରତ ଅଟନ୍ତି I ହାୱଡା ଏକ୍ସପ୍ରେସ ରେ ଡେଲିଭରି କରାଇବା ପରେ ମା ଓ ସନ୍ତାନ ଉଭୟ ସୁସ୍ଥ ରହିଛନ୍ତି I ସେନା ମହିଳା ଡାକ୍ତର ଙ୍କ ର ଏହି ଅପୂର୍ବ ଯୋଗଦାନ କୁ ନେଇ ସୋସିଆଲ ମିଡ଼ିଆ ରେ ଲୋକେ ତାଙ୍କ ର ଖୁବ ଅଧିକ ପସନ୍ଦ ମଧ୍ୟ କରିଛନ୍ତି I
ଭାରତୀୟ ସେନା ର ଏଡିଜି ପିଆଇ ନିଜ ର ଅଫିସିଆଲ ଟ୍ୱିଟ ରେ ଏହି ପୋଷ୍ଟ ମଧ୍ୟ ଦେଇଥିଲେ I ଏହି ଟ୍ୱିଟ ରେ ଏଡିଜି କହିଛନ୍ତି ମା ଓ ସନ୍ତାନ ଉଭୟ ସୁସ୍ଥ ରହିଛନ୍ତି I ହାୱଡା ଏକ୍ସପ୍ରେସ ଏକ ସୁପର ଫାଷ୍ଟ ଟ୍ରେନ ଅଟେ I ଯାହା କି ବେଙ୍ଗଲ ର ହାୱଡା ରୁ ଗୁଜୁରାଟ ର ଅହମଦାବାଦ ପର୍ଯ୍ୟନ୍ତ ଯାଇଥାଏ I ତେବେ ସେନା ର ଏହି ଦୁଇ ଡାକ୍ତର ଙ୍କ ର ଚର୍ଚା ବର୍ତମାନ ସୋସିଆଲ ମିଡ଼ିଆ ରେ ଦେଖିବା କୁ ମିଳିଛି I