ଶେଷ ହେଲାଓଡ଼ିଆ ସିରିଏଲ Jibana Sathi, ଶେଷ ଦିନରେ ଆଦି ଭକ୍ତି କରିଲେ କିଛି ଏମିତି, ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବନ୍ଦ୍ ହେବାକୁ ଯାଉଛି ଆପଣଙ୍କର ମନପସନ୍ଦ ଧାରାବାହିକ ତୁ ମୋ ଜୀବନ ସାଥୀ। ଜୀବନ ସାଥୀ ଧାରାବାହିକଟି ଜି ସର୍ଥକରେ ପ୍ରସାରିତ ହେଉଥିଲା। ଏହି ଧାରାବାହିକଟି ଦୀର୍ଘ ବର୍ଷ ଚାଲିଥିବା ସମୟରେ ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏଥିରେ ଅଭିନୟ କରୁଥିବା ଆଦି ଏବଂ ଭକ୍ତି ଅବା ଅମର ଆଉ ଯେସୀଙ୍କୁ ଲୋକମାନେ ବେଶ୍ ପସନ୍ଦ କରିଥିଲେ।


ତେବେ ଏହି ଧାରାବାହିକଟିର ଶେଷ ପର୍ଯ୍ୟାୟ ସୁଟିଂ ସରିଯାଇଛି,ଯାହାକି ଖୁବ୍ ଶୀଘ୍ର ଏହି ଧାରାବାହିକର ଅନ୍ତ ଘଟିବାରୁ ଯାଉଛି। ଏହି ଧାରାବାହିକର ବିକଳ୍ପରେ ଆସିବାକୁ ଯାଉଛି ଏକ ନୂଆ ମେଗା ଧାରାବାହିକ ଯାହାର ନାମ ରହିଛି ବିଜୟିନୀ।

ତେବେ ଆଦି ଏବଂ ଭକ୍ତି ଦୀର୍ଘ ବର୍ଷ ଧରି ଏହି ଧାରାବାହିକରେ କରିଥିଲେ ଏବଂ ଲୋକମାନେ ତାଙ୍କ ଧାରାବାହିକରେ ଜୀବନ୍ତ ଅଭିନୟକୁ ପସନ୍ଦ ମଧ୍ୟ କରିଥିଲେ। ଲଭ୍, ରୋମାଣ୍ଟିକ ଏବଂ ଟ୍ରାଜେଡିକୁ ନେଇ ଏହି ଧାରାବାହିକଟି ଗତିଚଳ ହୋଇଥିଲା। ଲୋକମାନେ ଏହି ଧାରାବାହିକଟିକୁ ଖୁବ୍ ଭଲ ପାଇବା ଦେଇଥିଲେ ଆଉ ଆଦି ଏବଂ ଭକ୍ତିଙ୍କର ଅଲଗା ଅଲଗା ଲୁକ୍ ଏବଂ ଅଲଗା ଅଲଗା ଚରିତ୍ରକୁ ଲୋକମାନେ ଖୁବ୍ ଭଲ ପାଇବା ଦେଇଥିଲେ।

ଏହା ପରେ ପରେ ଏହି ଧାରାବାହିକଟି ଅନେକ TRP ସାଉଁଟି ଥିଲା ଏବଂ ଲୋକମାନଙ୍କ ପ୍ରଶଂସା ଭିତରକୁ ଆସିଥିଲା। ସାର୍ଥକ ଟିଭିରେ ପ୍ରସାରିତ ହେଉଥିବା ଏହି ଧାରାବାହିକ ଜି ସାର୍ଥକକୁ ଆସିଲା ପରେ ମଧ୍ୟ ଲୋକମାନେ ଏହାକୁ ଭଲ ପାଇଥିଲେ ଏବଂ ଯାହା ଫଳରେ ଧାରାବାହିକଟି ଏତେ ଦିନ ଧରି ଚାଲି ରହିଲା।

କେବଳ ଧାରାବାହିକ ନୁହେଁ ଏଥିରେ ଅଭିନୟ କରିଥିବା ଆମର ଅବା ଆଦି ଏବଂ ଜେସୀ ଅବା ଆପଣମାନଙ୍କ ପ୍ରିୟ ଭକ୍ତିଙ୍କୁ ଲୋକମାନେ ଭଲ ପାଉଥିଲେ ଏବଂ ଲୋକମାନେ ଏହି ଯୋଡିକୁ ବେଷ୍ଟ କପୂଲ୍ ଭାବେ ମଧ୍ୟ ବିବେଚିତ କରିଥିଲେ। ହେଲେ ଦୁଃଖ ଖବର କି ଏହି ଧାରାବାହିକଟି ଏବେ ସରିଯିବ ଏବଂ ଏହି ଧାରାବାହିକର ଶେଷ ଦିନର ସୁଟିଂ ସରିଯାଇଛି।