Big Update- ଶେଷରେ ଥାନାକୁ ଗଲେ Anubhav, ବର୍ଷା ଙ୍କୁ ନେଇ ଆସିଲା ବଡ ଖବର

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଗୋଟିଏ ବଡ଼ ଖବର ସାମ୍ନାକୁ ଆସିଛି ଥାନାକୁ ଗଲେ ଅନୁଭବ ମହାନ୍ତି। ତେବେ କଣ ପାଇଁ ଥାନାକୁ ଯାଇଛନ୍ତି ଅନୁଭବ ମହାନ୍ତି, କଣ ରହିଛି ଥାନାକୁ ଯିବା ପଛର କାରଣ ଆସନ୍ତୁ ଜାଣିବା।

ଆପଣମାନେ ଓଲିଉଡର ସୁପରଷ୍ଟାର ଅନୁଭବ ମହାନ୍ତିଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ। ସେ ବୋହୁତସାରା ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଅଧିକାଂଶ ଫିଲ୍ମ ସୁପରହିଟ ହୋଇଥାଏ। ସେ ୨୦୧୪ ମସିହାରେ ଓଲିଉଡ ନମ୍ୱର୍ ୧ ହିରୋଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। ଏହାପରେ ସେ ରାଜନୀତିରେ ପାଦ ଦେଇଥିଲେ ଏବଂ ସେ ବର୍ତ୍ତମାନ କେନ୍ଦ୍ରାପଡ଼ାର ସାଂସଦ ମଧ୍ୟ ଅଛନ୍ତି।

ଆପଣମାନେ ସମସ୍ତେ ଜାଣିଥିବେ ଯେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଆଜିବି ଲାଗି ରହିଛି। ଅନୁଭବ ଏବଂ ବର୍ଷାଙ୍କ ବିବାଦ କୋର୍ଟରେ ବିଚାରଧୀନ ରହିଥିବା ବେଳେ ବର୍ତ୍ତମାନ ସମୟରେ ଆସୁଛି ପୁଣି ଗୋଟିଏ ବଡ଼ ଖବର ଥାନାକୁ ଗଲେ ଅନୁଭବ ମହାନ୍ତି। ଯାହା ସୂଚନା ମିଳିଛି ଯେ ପୁରିଗାର୍ଡ ଥାନାରେ ଯାଇ ପହଞ୍ଚିଛନ୍ତି ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି।

ଘରେ ଅଜଣା ଲୋକ ପଶୁଥିବାକୁ ନେଇ ଅଭିଯୋଗ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କର ଅଭିଯୋଗ ମୁତାବକ ଘରେ ଅଜଣା ଲୋକ ଆସି ପଶୁଛନ୍ତି। ଅଧିକାଂଶ ସମୟରେ ଅଜଣା ଲୋକମାନେ ଘରକୁ ଆସୁଛନ୍ତି। ଏହାର ତଦନ୍ତ କରାଯାଉ ସେ କଣ ପାଇଁ ଆମ ଘରକୁ ଆସୁଛନ୍ତି, ସେମାନେ କିଏ, କଣ ରହିଛି ସେମାନେ ସେମାନେ ତାଙ୍କ ଘରକୁ ଆସିବା ପଛର କାରଣ।

ପୋଲିସ୍ ମଧ୍ୟ ଏହାର ତଦନ୍ତ ଆରମ୍ଭ କରି ଦେଇଛି। ପୋଲିସ୍ ମଧ୍ୟ ତାଙ୍କ ଅଞ୍ଚଳର ସିସିଟିଭି ଗୁଡ଼ିକର ଯାଞ୍ଚ୍ କରିବା ପରେ ହିଁ ସବୁକିଛି ସଠିକ୍ ଭାବରେ ଜଣାପଡ଼ିବ।