ସୋନୁ ସୁଦ ନିଜେ କହିଲେ, ଗୋଟେ ବସରେ ପ୍ରବାସୀ ମାନଙ୍କୁ ଘରକୁ ପଠାଇବାରେ ହେଇଯାଉଛି ଏତେ ଟଙ୍କା ଖର୍ଚ୍ଚ…

ଫିଲ୍ମ ଜଗତ ର ସୁପର ଷ୍ଟାର ସୋନୁ ସୁଦ ଆଜି ଗରିବ ଲୋକ ଙ୍କ ର ସହାୟତା କରି ବାସ୍ତବ ଜୀବନ ରେ ମଧ୍ୟ ସୁପର ଷ୍ଟାର ହେଇପାରିଛନ୍ତି I ସେ ଏପରି ଅସହାୟ ଲୋକ ଙ୍କୁ ଅସମୟ ରେ ସହାୟତା କରିଥାନ୍ତି I ବିଗତ ଦିନ ରେ ମୁମ୍ବାଇ ଅଂଚଳ ରେ ଫସି ରହିଥିବା ଲକ୍ଷ ଲକ୍ଷ ଶ୍ରମିକ ଙ୍କୁ ନିଜ ଘର କୁ ପଠାଇବା ରେ ସୋନୁ ସୁଦ ଙ୍କ ର ବିଶେଷ ଯୋଗଦାନ ରହିଥିଲା I ତାଙ୍କ ର ଏହି ମହତ କାର୍ଯ୍ୟ କୁ ନେଇ ସାରା ଦେଶବାସୀ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି I

ଯେଉଁପରି ସୋନୁ ସୁଦ ନିଜ ର ସହାୟତା ମନୋବୃତି ଦେଖାଇଛନ୍ତି ଏହା ବେଶ ପ୍ରଶଂସନୀୟ କାର୍ଯ୍ୟ ଅଟେ I ତେବେ ସେ ଯାହା କିଛି କରିଛନ୍ତି ମାଗଣା ତ ହେଉନାହିଁ ଏହି କାର୍ଯ୍ୟ ପାଁଇ ସୋନୁ ସୁଦ ନିଜ ହାତ ରୁ ଅନେକ ଟଙ୍କା ମଧ୍ୟ ଖର୍ଚ୍ଚ କରିଛନ୍ତି I

ତେବେ ଲୋକେ ଜାଣିବା କୁ ଚାହୁଁଛନ୍ତି କି ଏକ ବସ ବାବଦ ରେ ସୋନୁ ସୁଦ ଙ୍କ ର ଖର୍ଚ୍ଚ କେତେ ହେଇଚି I ତେବେ ଏକ ଇଣ୍ଟରଭିୟୁ ରେ ସୋନୁ ସୁଦ କହିଛନ୍ତି କି ଏକ ବସ ହଜାରେ କିମି ଦୂରତା ଅତିକ୍ରମ କରିବା କୁ ପ୍ରାୟ 1.80 ରୁ 2 ଲକ୍ଷ ଟଙ୍କା ଖର୍ଚ୍ଚ ହେଇଥାଏ I ତେଣୁ ଶ୍ରମିକ ଙ୍କୁ ଅନେକ ହଜାର କିମି ଦୂରତା ଯିବାକୁ ପଡିଛି I

କେବଳ ସେତିକି ନୁହେ ଲକଡାଉନ ସମୟ ରେ ବସ ଯୋଗାଡ଼ କରିବା ପ୍ରଶାସନ ର ଅନୁମତି ଆଣିବା ମଧ୍ୟ ବହୁତ କଷ୍ଟକର କାର୍ଯ୍ୟ ଅଟେ I ସୋନୁ ସୁଦ ଙ୍କ ର ଏପରି ବଡ଼ ପ୍ରୟାସ କୁ ନେଇ ଆଜି ଅଗଣିତ ଲୋକେ ଉପକୃତ ହେଇପାରିଛନ୍ତି I ଆଜିକା ସମୟ ରେ ସୋନୁ ସୁଦ ଆଉ କୌଣସି ଅଭିନେତା ହେଇରହି ନାହାନ୍ତି ଯେଉଁ ଲୋକ ଙ୍କ ର ସେ ଏହି ସହାୟତା କରିଛନ୍ତି ସେହି ଲୋକ ଙ୍କ ପାଁଇ ସେ ଭଗବାନ ସମାନ ଅଟନ୍ତି I ସୋନୁ ସୁଦ ଏହିପରି ଲୋକ ଙ୍କ ସହାୟତା ରେ କୋଟି କୋଟି ଟଙ୍କା ସହାୟତା କରିଛନ୍ତି I