ପାକିସ୍ତାନ କ୍ରିକେଟରଙ୍କୁ Harbhajan Singh ଦେଲେ ଏମିତି ଜବାବ, ଏକା ଥରକେ ହେଇଗଲା ମୁଁହ ବନ୍ଧ… ଦେଖନ୍ତୁ

ହରଭଜନ ଙ୍କ ଏଇ ଗୋଟିଏ ଟୁଇଟ ପୂର୍ବତନ ପାକିସ୍ତାନ କ୍ରିକେଟର ଅମୀର ଙ୍କ ମୁହଁ କୁ ଚୁପ କରିବାକୁ ଯଥେଷ୍ଟ ଥିଲା ଆଉ ଏଭଳି ଟ୍ୱିଟ କରି ବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ପୂର୍ବତ୍ତନ ଭାରତୀୟ କ୍ରିକେଟର ହରଭଜନ ସିଂ | ଭାରତ ପାକିସ୍ତାନ ମ୍ୟାଚ ଶେଷ ହେବାପରେ ଏବେ ଟ୍ୱିଟ ୱାର ଆରମ୍ଭ ହୋଇଛି ଉଭୟ ଦେଶର ପୂର୍ବତ୍ତନ ଖେଳାଳିଙ୍କ ମଧ୍ୟରେ ଏଭଳି ଟ୍ୱିଟ ୱାର ଦେଖିବାକୁ ମିଳିଛି ଆଉ ଏଇ ଟ୍ୱିଟ ୱାର ରେ ପୂର୍ବତ୍ତନ ପାକିସ୍ତାନ କ୍ରିକେଟର ଙ୍କର ଧରଜୀୟା ଉଦେଇଛନ୍ତି ହରଭଜନ ସିଂ |

ଭାରତ ପାକିସ୍ତାନ T20 ବିଶ୍ୱକପ ମ୍ୟାଚ ଶେଷ ହେବାର 3 ଦିନ ବିତିଯାଇଥିବା ବେଳେ ମଧ୍ୟ ଏବେବି ସୋସିଆଲ ମିଡିଆରେ ଲଢେଇ ଲାଗୁଛି କେତେବେଳେ ଉଭୟ ଦେଶର ପ୍ରଶଂସକ ମୁହଁ ମୁହିଁ ହେଉଛନ୍ତି ତ ପୁଣି କେତେବେଳେ ଉଭୟ ଦେଶର ପୂର୍ବତନ ଖେଳାଳି ଏଇ ଲଢେଇରେ ଆମ୍ନାସାମ୍ନା ଦେଖିବାକୁ ମିଳୁଛି ଆଉ ଏଇ କ୍ରମରେ ପାକିସ୍ତାନ ର ପୂର୍ବତନ ଦ୍ରୁତ ବୋଲର ମହମ୍ମଦ ଅମୀର ହରଭଜନ ସିଂଙ୍କୁ ଟ୍ୟାଗ କରି ଟ୍ୱିଟ କରିବା ଆରମ୍ଭ କରିଥିଲେ |

ଅମୀର କହିଥିଲେ ମୁଁ ପଚାରିବାକୁ ଚାହୁଁଚି ହରଭଜନ ପାଜି ନିଜ ଟିଭି ଭାଙ୍ଗିଛନ୍ତି କି ନାହିଁ କିଛି ନାହିଁ ପରିଶେଷରେ ଏହା ବାସ କ୍ରିକେଟ ଖେଳ ଆଉ ଏଇ ଟ୍ୱିଟ ର ଜବାବ ଦମଦାର ଅନ୍ଦାଜ ରେ ଦେଇଥିଲେ ହରଭଜନ ସିଂ ଟ୍ୱିଟ କରି ହରଭଜନ ସିଂ ଏକ ଭିଡିଓ ସେୟାର କରିବା ସହ କହିଥିଲେ ଏବେ ତମେ ଭି କହିଲଣି ଏହି 6 ର ଲ୍ୟଣ୍ଡିଙ୍ଗ ତମ ଘର ଟିଭି ଉପରେ ହୋଇଥାଏ ତ କିଛି ନାହିଁ ଆପଣ କହିବା ଭଳି ଏହା ଏକ ଖେଳ ହରଭଜନ ସିଂ ଯେଉଁ ଭିଡିଓ ସେୟାର କରିଥିଲେ ସେଥିରେ ଶେଷ ଓଭର ରେ ଅମୀର ଙ୍କୁ ଛକା ମାରି ଭାରତ କୁ ବଡ଼ ବିଜୟ ଭେଟିଦେଇଥିଲେ ଆଉ ଏଇ ଭିଡିଓ ସେୟାର କରି ଆମୀର ଙ୍କୁ ପୁରୁଣା କଥା ମାନେ ପକାଇଦେଇଥିଲେ ହରଭଜନ ସିଂ |

ବାସ ହରଭଜନ ଙ୍କ ଏଇ ଟ୍ୱିଟ ପରେ ଆରମ୍ଭ ହୋଇଥିଲା ଟ୍ୱିଟ ୱାର ଅମୀର ମଧ୍ୟ ଭାରତ ପାକିସ୍ତାନ ଟେଷ୍ଟ ମ୍ୟାଚ ର ଏକ ପୁରୁଣା ଭିଡିଓ ସେୟାର କରିଥିଲେ ଆଉ ଲେଖିଥିଲେ ମୁ ଟିକେ ବ୍ୟସ୍ତ ଥିଲି କାରଣ ମୁ ତୁମର ବୋଲିଂ ଦେଖୁଥିଲି ଏଇ ମ୍ୟାଚ ରେ ଲାଲା ତୁମକୁ ଚାରିଟି ଛକା ମାରିଥିଲେ କ୍ରିକେଟ ରେ ଏମିତି ହୁଏ କିନ୍ତୁ ଟେଷ୍ଟ କ୍ରିକେଟ ରେ ଏମିତି ପାହାର ଟିକେ ଅଧିକ ହୋଇଗଲା ଆଉ ଅମୀର ଙ୍କ ଏଇ ଟ୍ୱିଟ ପରେ ହରଭଜନ ଯେଉଁ ବାଣ ମାରିଥିଲେ ତାହାକୁ ଅଟକାଇବା ଏତେଟା ସହଜ ନଥିଲା କାରଣ ଅମୀର ଙ୍କୁ ମ୍ୟାଚ ଫିକ୍ସିଂ କଥା ମନେପକାଇଦେଇଥିଲେ ହରଭଜନ ଟ୍ୱିଟ କରି ହରଭଜନ ଲେଖିଥିଲେ ଲର୍ଡ଼ ରେ ନୋବଲ କେମିତି ହୋଇଗଲା ଏଥିପାଇଁ କିଏ କେତେ ଦେଇଥିଲା ଟେଷ୍ଟ କ୍ରିକେଟ ରେ ନୋ ବଲ କିପରି ହୋଇପାରିବ କ୍ରିକେଟ ଭଳି ଏକ ଖେଳକୁ ବଦନାମ କରୁଥିବାରୁ ତୁମକୁ ଲାଜ ଲାଗିବାକଥା |

ଆଉ ଏହାର ପ୍ରତି ଉତ୍ତର ରେ ଅମୀର କହିଥିଲେ ଚାଲିଯାଅ ଲାଲା ଆସୁଛି ଏଇ ଟ୍ୱିଟ ରେ ଅତି ନିମ୍ନ ସ୍ତରକୁ ଖସିଯାଇଥିଲେ ଅମୀର ହରଭଜନଙ୍କ ପ୍ରତି ଖରାପ ଶବ୍ଦ ପ୍ରୟୋଗ କରିଥିଲେ ଅମୀର ଙ୍କ ଏଭଳି ଟ୍ୱିଟ ସହ୍ୟ କରିପାରିନଥିଲେ ହରଭଜନ ଆଉ ଲଗାତାର ଦୁଇଟି ସିରିଜ ଟ୍ୱିଟ କରି ଏମିତି ଜବାବ ଦେଇଥିଲେ ଯେ ଦୁଇ ଦୁଆର ଛାଡି ଚାଲିଯାଇଥିଲେ ଅମୀର ଆଉ ଚୁପ ହୋଇଯାଇଥିଲା ପାକିସ୍ତାନ କ୍ରିକେଟରଙ୍କ ମୁହଁ ହରଭଜନ ଲେଖିଥିଲେ ତୁମଭଳି କିଛି ଲୋକଙ୍କ ପାଇଁ ପଇସା ବଡ଼ ନା ଇଜତ ନା ଆଉ କିଛି କେତେଟଙ୍କା ମିଳିଥିଲା ସେକଥା ନିଜ ଦେଶବାସୀ ଆଉ ପ୍ରଶଂସକଙ୍କୁ କହିବନି କି ଚାଲିଯାଅ ତୁମ ଭଳି ଲୋକଙ୍କ ସହ କଥା ହେବାକୁ ଘୃଣା ଲାଗୁଛି ଯିଏ କ୍ରିକେଟ ଭଳି ଖେଳକୁ କଳଙ୍କିତ କରୁଛି ଏହା ସହ ଶେଷ ଟ୍ୱିଟ ରେ ହରଭଜନ ଯାହା ଲେଖିଥିଲେ ତାହା ଭାରତୀୟ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି ଫିକ୍ସର କୁ ସିକ୍ସର ଆଉଟ ଅଫ ଦ ପାର୍କ ଚାଲ ଅମୀର ଦଫା ହୋଇଯା |