Big Update: କେମିତି ଅଛନ୍ତି ଅମ୍ରିତ ଓ ଅଭିଷେକ? ଦେଖନ୍ତୁ

କେମିତି ଅଛନ୍ତି ଅମ୍ରିତ ପ୍ରଧାନ, କେମିତି ଅଛନ୍ତି ଅଭିଷେକ ମହାପାତ୍ର। ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି ଇକ୍ମୋ ଚିକିତ୍ସା ପାଇଁ ବାହାର ରାଜ୍ୟକୁ ଯାଇଥିବା ଅଭିଷେକ ଏବଂ ଅମ୍ରିତଙ୍କ ସ୍ବାସ୍ଥ୍ୟ ଅବସ୍ଥା କେମିତି ଅଛି। ଦୁହିଁଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଲାଣି ନା ଏବେବି ଗରୁତ୍ୱର ଅଛନ୍ତି। ମୃତ୍ୟୁ ସହ ସଂଗ୍ରାମ କରୁଥିବା ଦୁଇ ଗୁରୁତ୍ୱର ରୋଗୀଙ୍କୁ ବଞ୍ଚିବାର ଆଶା ଇକ୍ମୋ ଚିକିତ୍ସା ପାଇଁ କଲିକତା ଏବଂ ଚେନ୍ନାଇ ସ୍ଥାନାନ୍ତର କରାଯାଇଥିଲେ ବି ସେମାନେ ଏବେ କେମିତି ଅଛନ୍ତି।


ଏହି ସବୁ ପ୍ରଶ୍ନ ଏବେ ଉଭୟ ଅମ୍ରିତ ଏବଂ ଅଭିଷେକଙ୍କ ପାଇଁ ଉଠୁଛି ଆଉ ସମସ୍ତେ ଜାଣିବାକୁ ଚାହୁଁଛନ୍ତି କି ସେମାନେ କେତେ ସୁସ୍ଥ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଅମ୍ରିତ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ପୂର୍ବ ଅପେକ୍ଷା ସୁଧାର ଆସିବାରେ ଲାଗିଛି। ସବୁଠାରୁ ବଡ଼ କଥା ଆଉ ଆସ୍ଵସ୍ଥିର ଖବର ହେଉଛି କି ଅମ୍ରିତଙ୍କୁ ଭେଣ୍ଟିଲେଟର ରୁ ବାହାର କରି ଦିଆଯାଇଛି। ବର୍ତ୍ତମାନ ୭୦% ଇକ୍ମୋ ବ୍ୟବହାର ହେଉଛି ଏବଂ ଅମ୍ଳଜାନ ସହ ଇକ୍ମୋ ସହାୟତାରେ ତାଙ୍କର ଚିକିତ୍ସା ଜାରୀ ରହିଛି।


ପ୍ରାୟ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଜାରୀ ରହିପାରେ ତାଙ୍କର ଚିକିତ୍ସା। ଏୟାରଆମ୍ବୁଲାନ୍ସରେ ଗତ ୩ ତାରିଖରେ ଅମ୍ରିତଙ୍କୁ ଭୁବନେଶ୍ୱର ଏମ.ସ୍ ରୁ ଚେନ୍ନାଇର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ବ୍ରହ୍ମପୁରର ଅମ୍ରିତ ପ୍ରଧାନ କୋରୋନା ପରେ ଗୂରୁତ୍ୱର ହୋଇଥିଲେ। ଫୁସଫୁସ୍ ପ୍ରଭାବିତ ହୋଇ ଥିବାରୁ ତାଙ୍କର ଇକ୍ମୋ ଚିକିତ୍ସା ପାଇଁ ଚେନ୍ନାଇ ପଠାଯାଇଥିଲା। ମିଲାପ୍ ମାଧ୍ୟମରେ ଚାରିଆଡୁ ସହାୟତା ଆସିବାରୁ ଏବେ ତାଙ୍କର ଚିକିତ୍ସା ଜାରୀ ରହିଛି।


ସେହିପରି ଅଭିଷେକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡିଛି। କଲିକତାର ଏକ ଘରୋଇ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରୀ ରହିଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ଭଦ୍ରକର ଯୁବ ଇଂଜିନିୟର ଅଭିଷେକ ମହାପାତ୍ର ଇକ୍ମୋ ଚିକିତ୍ସା ପାଇଁ କଲିକତା ସ୍ଥାନାନ୍ତର ହୋଇଛନ୍ତି। ପୁଅ ପାଇଁ ବାପା,ମା ଏବଂ ସ୍ବାମୀଙ୍କ ପାଇଁ ସ୍ତ୍ରୀ ହାତଯୋଡି ଗୁହାରି କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ଆବଶ୍ୟକୀୟ ଅର୍ଥ ସହାୟତା କରିଛନ୍ତି ସହୃଦୟ ବ୍ୟକ୍ତି। ତେବେ ଚିକିତ୍ସା ଚାଲିଥିବା ଉଭୟ ଅମ୍ରିତ ଏବଂ ଅଭିଷେକ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ। ଆଉ ପରିବାର ମୁଖରେ ହସ ଫେରୁ ଏହା ହିଁ ଆମର ପାର୍ଥନା।