ଏ କାହାଣୀ ସାହାଯ୍ୟ ର ମଣିଷ ପଣିଆର କରୋନା ମହାମାରୀ ଲୋକମାନଙ୍କ ଆଖିରେ ସ୍ୱାର୍ଥର ପରଦା ଟାଣିଦେଇଥିଲା ବେଳେ ଏ କାହାଣୀ କହୁଛି ଅଜିଭି ମଣିଷ ପଣିଆ ବଞ୍ଚିଛି | ଏ ହେଉଛନ୍ତି ଝାଡ଼ଖଣ୍ଡ ଜାମ୍ସନ ପୁତ୍ର ର 10 ବର୍ଷୀୟ କୁନିଝିଅ ତୁଳସୀ କୁମାରୀ | ପାଠ ପଢିବାକୁ ମନରେ ମେଞ୍ଚେ ଇଛା କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ଥିବା ବେଳେ ଅନଲାଇନ ରେ ଚାଲିଛି ପାଠପଢା କିନ୍ତୁ ତୁଳସୀଙ୍କ ପାଖରେ ସ୍ମାର୍ଟଫୋନ ତ ଦୂରର କଥା ସାଧା ଫୋନ ଖଣ୍ଡେ ଭି ନାହିଁ |
ପଞ୍ଚମ ଶ୍ରେଣୀରେ ପାଠ ପଢୁଛି ତୁଳସୀ ସମସ୍ତଙ୍କ ପରି ସିଏଭି ସ୍ବପ୍ନ ଦେଖିଛି ପାଠ ପଢିବ ବଡ ମଣିଷ ହେବ କିନ୍ତୁ ଅଭାବ ଅନଟନ ଅନ୍ଧାର ଭିତରେ ଦିନ କାଟୁଥିବାବଳେ ତୁଳସୀ ର ପାଠପଢା ମଧ୍ୟ ବନ୍ଦ ହୋଇଯାଇଛି ସେଥିପାଇଁ ତ ସ୍ମାର୍ଟଫୋନ କିଣିଲେ ପାଠ ପଢିବ ବୋଲି ନୀତି ଏମିତି ରାସ୍ତା କଡରେ ଆମ୍ବ ବିକୁଛି | କିନ୍ତୁ ଏମିତି ଏଇ କୁନିଝିଅ କୁ ଏମିତି ଏଇ ରାସ୍ତା କଡରେ ବସି ଆମ୍ବ ବିକିବାକୁ ପଡ଼ିବନି ସତ ହେବ ତୁଳସୀ ର ସ୍ବପ୍ନ |
ପାଠ ପଢିବାପାଇଁ ସଂଘର୍ଷ କରୁଥିବା ଏଇ କୁନି ଝିଅ ପାଖରେ ଦେବଦୁତ ସାଜି ପହଁଞ୍ଚିଛନ୍ତି ଭେଲୁଏବେଲ ଏଡୁଟେଣ୍ଟମେଣ୍ଟ ପ୍ରାଇଭେଟ ଲିମିଟେଡ଼ ର ମ୍ୟାନେଜିଂଗ ଡିରେକ୍ଟର ଅମୟ ହେଟେ | ଝିଅଟି ର କଷ୍ଟ ଦୂର କରିବାକୁ ତାହା ପାଖରୁ କେବଳ 12 ଟି ଆମ୍ବକୁ 1 ଲକ୍ଷ 20 ହଜାର ଟଙ୍କା ଦେଇ କିଣିନେଇଛନ୍ତି | କୁନିଝିଅର କଷ୍ଟର କାହାଣୀ ସ୍ଥାନୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଓ ତୁଳସୀ ର ଏଇ ସଂଘର୍ଷ ମୟ କାହାଣୀ ବିଷୟରେ ଜାଣିବାପରେ ସଂଗେ ସଂଗେ ତାଙ୍କ ପାଖରେ ପହଂଚି ଯାଇଥିଲେ ଅମୟ ଓ ଝିଅଟି ପାଖରୁ ମାତ୍ର 12 ଟି ଆମ୍ବ କୁ 1 ଲକ୍ଷ 20 ହଜାର ଟଙ୍କା ଦେଇ ସେ କିଣିନେଇଥିଲେ |
ଅର୍ଥାତ ଗୋଟେ ଆମ୍ବ ର ମୂଲ୍ୟ 10 ହଜାର ଟଙ୍କା ଦେଇଥିଲେ | ଅମୟଙ୍କ ସାହଯ୍ୟ ପରେ ତୁଳସୀ ମୁହଁରେ ଫୁଟିଛି ହସ ସେଇ ଟଙ୍କାରେ ସେ ଗୋଟେ ସ୍ମାର୍ଟ ଫୋନ ଟେ କିଣିଛି ଓ ପ୍ରତିଦିନ ଅନଲାଇନ ରେ କ୍ଲାସ ମଧ୍ୟ କରୁଛି ତେବେ ଅମୟଙ୍କ ଏଇ ଉଦାର ପଣିଆ ସମାଜ ଆଗରେ ଏକ ବଡ ଉଧାରଣ ସାଜିଛି |
ଏବେବି ବଞ୍ଚିଛି ମଣିଷ ପଣିଆ, 12ଟି ଆମ୍ବକୁ 1.5 ଲକ୍ଷ ଟଙ୍କା ଦେଇ କିଣିନେଲେ ଜଣେ Business Man, ପୁରା କାହାଣୀ ଆଖିରେ ଲୁହ ଆଣିଦେବ…
