ଅଭିନେତା କମଲ ହାସନଙ୍କ ଝିଅ ଶ୍ରୁତି ହାସନ ସାଉଥ ଇଣ୍ଡଷ୍ଟ୍ରି ସହିତ ବଲିଉଡରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିଛନ୍ତି। ଶ୍ରୁତି ବହୁତ କମ୍ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ମଧ୍ୟ ଦର୍ଶକ ମାନେ ତାଙ୍କୁ ବହୁତ ପସନ୍ଦ କରନ୍ତି | ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି କୁ ନେଇ ଅଭିନେତ୍ରୀମାନେ ଅନେକ ବୟାନ ଦିଅନ୍ତି | ସମ୍ପ୍ରତି, ନ୍ୟୁଜ୍ 18 ସହିତ ବାର୍ତ୍ତାଳାପରେ ଶ୍ରୁତି ହାସନ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ବିଷୟରେ କିଛି ବୟାନ ଦେଇଛନ୍ତି |
କିଛିଦିନ ତଳେ ସେ ଏକ କାର୍ଯ୍ୟକ୍ରମ ରେ କହିଥିଲେ ଯେ, ‘ବୋଲିଉଡ଼ ପରି ସାଉଥ ଇଣ୍ଡଷ୍ଟ୍ରି ରେ ମଧ୍ୟ ମହିଳା କଳାକାର ମାନଙ୍କ ସହ ଭେଦଭାବ କରାଯାଇଥାଏ |’
ନ୍ୟୁଜ୍ 18 ସହ ଏକ ବାର୍ତ୍ତାଳାପରେ ସେ କହିଛନ୍ତି ଯେ ,’ କେବଳ ବଲିଉଡରେ ହିଁ ମହିଳା କଳାକାର ମାନେ କମ୍ ଫି ପାଆନ୍ତି ନାହିଁ, ଏହା ଦକ୍ଷିଣ ଚଳଚିତ୍ର ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି ହୋଇଥାଏ | ଏପରିକି ସେଠାରେ ପୁରୁଷ କଳାକାର ମାନେ ମହିଳା କଳାକାରଙ୍କ ଅପେକ୍ଷା ଅଧିକ ଫି ଏବଂ ସୁବିଧା ପାଇଥାନ୍ତି। ‘
ଏକ କାର୍ଯ୍ୟକ୍ରମ ରେ ସେ ମିଡ଼ିଆ ସାମ୍ନା ରେ ଏହି କଥା କହିଥିଲେ | ସେ କହିଛନ୍ତି ଯେ, ‘ମହିଳାମାନେ ନିଜ ଅଧିକାର ପାଇଁ ଆନ୍ଦୋଳନ କରନ୍ତି ଏବଂ ରାସ୍ତାରେ ରାଲି କରନ୍ତି, ମୁଁ ଆଶ୍ଚର୍ଯ୍ୟ ଯେ ମହିଳାଙ୍କ ସମାନ ଅଧିକାର ତଥା ମହିଳାଙ୍କ ସୁରକ୍ଷା ପାଇଁ ଆମକୁ ଏଭଳି ସମାବେଶର ଆବଶ୍ୟକତା ରହିଛି।’ଶ୍ରୁତି କହିଥଲେ- ‘ମୁଁ ଭାବୁଛି ଏହା କେବଳ ଆମ ଦେଶରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହା ଘଟୁଛି।’