ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ କହି ଦିଅନ୍ତୁ ଏହି ଗୋଟିଏ ମନ୍ତ୍ର ଅପାନଙ୍କ ରୋଗ ଜନିତ ସମସ୍ୟା, ଧନ ଜନିତ ସମସ୍ୟା ଯେକୌଣସି ବି ସମସ୍ୟା ସବୁ ଦୂର ହୋଇଯିବ ଏବଂ ତାହା ସହିତ ଆହୁରି କିଛି ଭଲ ଭଲ ଉପାୟ କୁହାଯାଇଛି ତେବେ ଆସନ୍ତୁ ଜାଣିବା ସେହି ସବୁ ନିୟମ ଆଉ ଉପାୟ ବିଷୟରେ।
ହିନ୍ଦୁ ଧର୍ମ ଅନୁସାରେ ପଞ୍ଚଦେବ ମଧ୍ୟରୁ ଭଗଵାନ ସୂର୍ଯ୍ୟଦେବଙ୍କୁ ପ୍ରଥମ ସ୍ଥାନ ଦିଆ ଯାଇଛି। କାରଣ ସୂର୍ଯ୍ୟଦେବ ପୃଥିବୀରେ ସାକ୍ଷାତ ଦର୍ଶନ ଦେଇଥାନ୍ତି ଅର୍ଥାତ୍ ଜୀବନ ଯାପନ କରିବା ପାଇଁ ସୂର୍ଯ୍ୟଦେବ ଅତ୍ୟନ୍ତ ଆବଶ୍ୟକ ଅଟନ୍ତି। ଯଦି ଆପଣଙ୍କ ଜାତକରେ ସୂର୍ଯ୍ୟଗ୍ରହ ଠିକ୍ ସ୍ଥାନରେ ରହିଥାନ୍ତି ତାହେଲେ ରାଜପଦ ପ୍ରାପ୍ତି ହୋଇଥାଏ। ଏମିତି ବ୍ୟକ୍ତିମାନେ ସମସ୍ତ ସ୍ଥାନରେ ସମ୍ମାନ ପାଇଥାନ୍ତି। ସରକାରୀ ଚାକିରୀ ପାଇଁ ମଧ୍ୟ ଆପଣଙ୍କ ଭାଗ୍ୟରେ ସୂର୍ଯ୍ୟଗ୍ରହଙ୍କ ଉଚିତ୍ ସ୍ଥାନରେ ରହିବା ଅତ୍ୟନ୍ତ ଆବଶ୍ୟକ। ସୂର୍ଯ୍ୟଦେବଙ୍କୁ ଗ୍ରହମାନଙ୍କ ରାଜା କୁହାଯାଏ। ସୂର୍ଯ୍ୟଦେବଙ୍କ ଆରାଧନା କରିବା ଦ୍ବାରା ବ୍ୟକ୍ତିର ସବୁ ଅଶୁଭ ଗ୍ରହ ଶୁଭ ଗ୍ରହରେ ପରିବର୍ତ୍ତନ ହୋଇଯାଏ। ବ୍ୟକ୍ତିଙ୍କୁ ସୌଭାଗ୍ୟର ପ୍ରାପ୍ତି ହୋଇଥାଏ। ସମସ୍ତ ଗ୍ରହ ଅନୁକୂଳ ହୋଇଯାଆନ୍ତି।
ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ଜଳ ଅର୍ପଣ କରିବା ଉତ୍ତମ ଉପାୟ ଅଟେ। ଖାସ୍ କରି ରବିବାର ଦିନ ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାଇ ଦିନର ଆରମ୍ଭ କରିଥାଏ ସେଭଳି ବ୍ୟକ୍ତି ଜୀବନରେ କେବେବି ହାରି ନଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଦେବାର ମହିମା ଏବଂ ଲାଭ ଶାସ୍ତ୍ରରେ ମଧ୍ୟ ଲେଖା ହୋଇଛି। ଶାସ୍ତ୍ର ଅନୁସାରେ ଭଗଵାନ ବିଷ୍ଣୁ ରାମ ଅବତାର ନେଇଥିଲେ ସେହି ସମୟରେ ମଧ୍ୟ ଭଗଵାନ ବିଷ୍ଣୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ। ସୂର୍ଯ୍ୟ ଦେବତାଙ୍କ ଆଶ୍ରିବାଦ ସ୍ୱରୂପ ହିଁ ରାବଣର ସବୁ ପ୍ରୟସକୁ ବିଫଳ କରିବାରେ ଭଗଵାନ ରାମ ସକ୍ଷମ ହୋଇଥିଲେ। ସୂର୍ଯ୍ୟଦେବଙ୍କୁ ଜଳ ଚଢ଼ାଇବ ସମ୍ବନ୍ଧ ଶାସ୍ତ୍ରରେ ଲେଖା ଯାଇଛି ଏବଂ ଏହାର ସୁଫଳ ମଧ୍ୟ ଉଲ୍ଲେଖ ଅଛି। ସୂର୍ଯ୍ୟଦେବଙ୍କ ଆରାଧନା ଦ୍ଵାରା ଆପଣଙ୍କ ସବୁ ଅସୁବିଧା ଆପଣଙ୍କ ଠାରୁ ଦୂରେଇ ରହିବ, ଚାକିରୀର ଅସୁବିଧା ଦୂର ହେବ ଏବଂ ତାହା ସହିତ ଚାକିରୀରେ ପଦନ୍ୟତି ହେବ।
ଯେଉଁ ବ୍ୟକ୍ତି ସବୁ ରବିବାର ଦିନ ସୂର୍ଯ୍ୟଦେବଙ୍କ ଆରାଧନା କରିଥାଏ ତାଙ୍କୁ ଜଳ ଅର୍ପଣ କରିଥାଏ ତ ସେହି ବ୍ୟକ୍ତି ଜୀବନରେ ସବୁବେଳେ ଖୁସିରେ ରହିଥାଏ। ଏଭଳି ବ୍ୟକ୍ତିମାନଙ୍କର ଅନ୍ୟକୁ ନିଜ ଆଡକୁ ଆକର୍ଷିତ କରିବାର କ୍ଷମତା ରହିଥାଏ। ଯମରାଜା ସୂର୍ଯ୍ୟଦେବଙ୍କ ପୁତ୍ର ଅଟନ୍ତି। ଯେଉଁ ବ୍ୟକ୍ତି ସୂର୍ଯ୍ୟ ଦେବତାଙ୍କୁ ପ୍ରସନ୍ନ କରିଥାଏ ତାହା ଦ୍ୱାରା ଯମରାଜା ମଧ୍ୟ ପ୍ରସନ୍ନ ରହିଥାନ୍ତି। ଆପଣମାନଙ୍କ ମଧ୍ୟରୁ କେହି କେହି ସୂର୍ଯ୍ୟ ଦେବତାଙ୍କୁ ସକାଳୁ ସକାଳୁ ଜଳ ଅର୍ପଣ କରିଥାନ୍ତି କିନ୍ତୁ ଯଦି ଆପଣ ନିୟମ ପାଳନ ନକରି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତେବେ ଆପଣଙ୍କୁ ଶୁଭ ଫଳ ମିଳିବ ନାହିଁ। ଆଜି ଆମେ ସୂର୍ଯ୍ୟଦେବଙ୍କୁ ବିଦ୍ଧି ପୂର୍ବକ ଜଳ ଅର୍ପଣ କେମିତି କରାଯାଏ ତାହା ଆମେ ଜାଣିବା ତାହା ସହିତ ଏକ ଉପାୟ ବିଷୟରେ ଜାଣିବା ତାହା ଦ୍ଵାରା ଆପଣଙ୍କୁ ଯଥା ଶୀଘ୍ର ସଫଳତା ମିଳିବ। ସୂର୍ଯ୍ୟଦେବଙ୍କୁ ଅର୍ପଣ କରୁଥିବା ଜଳରେ ଏହି ଗୋଟିଏ ଜିନିସ ମିଶାଇ ଦିଅନ୍ତୁ ଯାହାଦ୍ଵାରା ସୂର୍ଯ୍ୟ ଦେବତା ଏବଂ ତାଙ୍କ ପୁତ୍ର ଯମରାଜା ଆପଣଙ୍କ ଉପରେ ପ୍ରସନ୍ନ ହୋଇଯିବେ। ଯାହାଦ୍ଵାରା ବେମାରରେ ହେଉଥିବା ମୃତ୍ୟୁ ଆପଣଙ୍କ ପାଖକୁ ଆସିବ ନାହିଁ।
ପ୍ରଥମେ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ଉଠିବା ଦରକାର ଏବଂ ସ୍ନାନ କରିନେବେ। ସୂର୍ଯ୍ୟ ଉଦୟ ହେବା ସମୟରେ ତାଙ୍କ ଆଗରେ ଗୋଟିଏ ଦୀପ ଜାଳି ଦିଅନ୍ତୁ। ଦୀପ ଜାଳିବା ପାଇଁ ଆପଣ ସୋରିଷ ତେଲର ବ୍ୟବହାର କରନ୍ତୁ। ତାପରେ ଆପଣଙ୍କ ମନସ୍କାମନା ସୂର୍ଯ୍ୟଦେବଙ୍କ ଆଗରେ କୁହନ୍ତୁ। ତାପରେ ଗୋଟିଏ ତମ୍ବା ପାତ୍ରରେ ପୂର୍ବ ଦିଗ ଆଡ଼କୁ ମୁହଁକରି ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାନ୍ତୁ। ଜଳ ଅର୍ପଣ କରିବା ସମୟରେ ଓଁ ସୂର୍ଯାୟଃ ନମଃ ଏହି ମନ୍ତ୍ରଟିର ୩ ଥର ଜପ କରନ୍ତୁ। ଜଳ ଅର୍ପଣ କରି ଭୂମିଷ୍ଟ ପ୍ରଣାମ କରି ସୂର୍ଯ୍ୟଦେବଙ୍କ ଆଶ୍ରିବାଦ ନିଅନ୍ତୁ।
ଏବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ କଣ ମିଶାଇବା ଦ୍ଵାରା ଆପଣଙ୍କ ଆୟୁ ଲମ୍ବା ହେବ ଏବଂ ଆପଣଙ୍କ ଜୀବନରେ କେବେବି ଧନର ଅଭାବ ହେବ ନାହିଁ, ତାହା ସହିତ ଆପଣଙ୍କୁ କେବେବି ରୋଗ ହେବ ନାହିଁ, ଅକାଳ ମୃତ୍ୟୁ ବା ଦୁର୍ଘଟଣା ବି କେବେବି ହେବ ନାହିଁ।
ଆପଣ ସୂର୍ଯ୍ୟଦେବଙ୍କୁ ଯେଉଁ ଜଳ ଅର୍ପଣ କରିବେ ସେହି ଜଳରେ ଆପଣ ଯମୁନା ନଦୀରେ ଗୋଟିଏ ବା ଦୁଇ ଟୋପା ପାଣି ମିଶାଇ ଦିଅନ୍ତୁ। ଦେବୀ ଯମୁନା ସୂର୍ଯ୍ୟ ଦେବତାଙ୍କ ପୁତ୍ରି ଅଟନ୍ତି ଏବଂ ଯମରାଜାଙ୍କର ଭଉଣୀ ଅଟନ୍ତି। ଯମୁନା ନଦୀର ପାଣିକୁ ଯଦି ଆପଣ ଜଳ ପତ୍ରରେ ମିଶାଇ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ତାହେଲେ ଯମରାଜା ଶୀଘ୍ର ପ୍ରସନ୍ନ ହୋଇଥାନ୍ତି ତଥା ବ୍ୟକ୍ତିକୁ ଦୀର୍ଘାୟୁର ଆଶ୍ରିବାଦ ଦେଇଥାନ୍ତି। ଯଦି ଆପଣ ଯମୁନା ନଦୀ ଯାଉଛନ୍ତି ତାହେଲେ ସେହି ଠାରୁ କିଛି ପାଣି ବୋତଲ କିମ୍ବା ଯାର୍ ରେ ଆଣି ନିଅନ୍ତୁ। ଯେତେବେଳେ ଆପଣ ସକାଳେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବେ ସେଥିରେ ଟୋପାଏ କି ଦୁଇ ଟୋପା ଯମୁନା ନଦୀର ପାଣି ମିଶାଇ ଦିଅନ୍ତୁ। ଏହା କରିବା ଦ୍ଵାରା ଘରେ କୌଣସି ପ୍ରକାରର ରୋଗ ରହିବ ନାହିଁ। ବ୍ୟକ୍ତିକୁ ଦୁର୍ଘଟଣା ବା ଅକାଳ ମୃତ୍ୟୁ ହୋଇ ନଥାଏ।