ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଅସନ୍ତୁଷ୍ଟ ଏହି ବଲିଉଡ ଗାୟକ ନେଲେ ବଡ ନିଷ୍ପତି, କହିଲେ- ଆଉ ଗାଇବି ନାହିଁ ବଲିଉଡ ଗୀତ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଲୋକଙ୍କ ଦୁଃଖ ଓ କ୍ରୋଧ ସ୍ପଷ୍ଟ ଦେଖାଯାଉଛି, କୁହା ଯାଉଛି ଯେ ସୁଶାନ୍ତ ସିଂ ରାଜପୁତଙ୍କ ସହ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଭେଦଭାବ କରାଯାଇଛି, ସୋସିଆଲ ମିଡିଆରେ ଏଥି ନେଇ ଏକ ଅନଲାଇନ ଯୁଦ୍ଧ ଆରମ୍ଭ ହୋଇ ସାରିଛି । ଲୋକ ମାନେ ନେପୋଟିଜିମ ବିରୋଧରେ ସ୍ୱର ଉତ୍ତାଳନ କରୁଛନ୍ତି | ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗର ଦୁଃଖ ଏତେ ଅଧିକ ଯେ ଲୋକମାନେ କିଛି କଳାକାର, ନିର୍ମାତା ଏବଂ ନିର୍ଦ୍ଦେଶକଙ୍କୁ ଫିଲ୍ମ କୁ ବାଇକଟ୍ କରିବାକୁ କହୁଛନ୍ତି | ଏହି ସମୟରେ ଶାସ୍ତ୍ରୀୟ ସଙ୍ଗୀତର ଜଣାଶୁଣା ଗାୟୀକା ମୈଥିଳୀ ଏବଂ ଅନ୍ୟାନ୍ୟ ଲୋକ ଭାଷାର ମଧ୍ୟ ଗାୟିକା ଅଟନ୍ତି ମୀଥିଲା ଠାକୁର, ମୈଥିଳୀ ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ରେ ଦୁଃଖିତ,ଏବଂ ସେ ନିଷ୍ପତ୍ତି ନେଇଛନ୍ତି ଯେ ସେ ଆଉ ବଲିଉଡ ଚଳଚିତ୍ର ରେ ଗୀତ ଗାଇବେ ନାହିଁ।

ଆପଣଙ୍କୁ କହି ଦବୁ ଯେ ମୈଥିଳୀ ଠାକୁର ବିହାରରୁ ଆସିଛନ୍ତି ଏବଂ ପିଲାଦିନରୁ ଏକ ସଂଗୀତ ପ୍ରତି ରୁଚି ଥିବା ପରିବାର ରୁ ଆସିଛନ୍ତି | ତାଙ୍କ ପିତାଙ୍କ ନାମ ରମେଶ ଠାକୁର ଏବଂ ମାତାଙ୍କ ନାମ ପୂଜା ଠାକୁର ଏବଂ ସେମାନେ ଉଭୟ ସଂଗୀତ କାର ଥିଲେ, ସଂଗୀତ ପ୍ରତି ଥିବା ତାଙ୍କ ଦୁର୍ବଳତା ତାଙ୍କୁ ପରିବାର ରୁ ମିଳି ଥିଲା |ସେ ପିଲାଦିନରୁ ସଙ୍ଗୀତକୁ ବହୁତ ଭଲ ପାଉଥିଲେ ଏବଂ ଗୀତ ଗାଇବା ଆରମ୍ଭ କରିଥିଲେ, ମୈଥିଳୀ ଠାକୁର ନିଜ ୟୁଟ୍ୟୁବ୍ ଚ୍ୟାନେଲରେ ବଲିଉଡର କଭର ଗୀତ ଗାଉଥିଲେ, କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ସେ ବର୍ତ୍ତମାନ ଏକ ବଡ ନିଷ୍ପତ୍ତି ନେଇଛନ୍ତି ବର୍ତ୍ତମାନ ସେ ଏହା କରିବେ ନାହିଁ, ସେ ବଲିଉଡ ଗୀତ ଗାଇବେ ନାହିଁ, ନିକଟରେ ସେ ନିଜ ଫେସବୁକରେ ଲାଇଭ ଆସି ଏହା କହିଛନ୍ତି।

ସୁଶାନ୍ତ ସିଂ ରାଜପୁତ ସାରା ବିଶ୍ୱରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, କିନ୍ତୁ ହଠାତ୍ ସେ ଏଭଳି ପଦକ୍ଷେପ ନେବାରୁ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ମୈଥିଳୀ ଠାକୁର ତାଙ୍କ ଫେସବୁକରେ ଲାଇଭ୍ ଆସି କହିଛନ୍ତି ଯେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଦେହାନ୍ତରେ ସେ ଅତ୍ୟନ୍ତ ଦୁଃଖିତ ଏବଂ ତାଙ୍କ ଦୁ ଦୁଃଖ କୁ ବାଣ୍ଟିବାବେଳେ ସେ ତାଙ୍କ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ଆଉ ବଲିଉଡ ଗୀତ ଗାଇବେ ନାହିଁ, ସେ ଏହା ମଧ୍ୟ କହି ଥିଲେ କି ସେ ବାଧ୍ୟ୍ୟ ବାଧକତାରେ କୌଣସି କାର୍ଯ୍ୟ କରିବେ ନାହିଁ | ଯାହା ତାଙ୍କୁ ପସନ୍ଦ ନୁହଁ ଓ ଠିକ ଲାଗୁନି ସେହି ଭଳି କିଛି କରିବେ ନାହିଁ |

ମୁଁ ଆପଣଙ୍କୁ କହିଦେଉଛି ଯେ, ମୈଥିଳୀ ଠାକୁର, ଯିଏ ଘରେ ଘରେ ନିଜ ସ୍ୱର ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି, ସେ ଅଳ୍ପ ବୟସରେ ସେ ଏକ ବଡ ଲୋକ ପ୍ରିୟତା ହାସଲ କରିଛନ୍ତି, ସେ ତାଙ୍କ ଭାଇ ଆୟାଚି ଏବଂ ଋଷଭଙ୍କ ସହ ସୋସିଆଲ ମିଡିଆ ପ୍ଲାଟଫର୍ମ ଯେପରି ଫେସବୁକ୍ ଏବଂ ୟୁଟ୍ୟୁବ୍ ସ୍ଥାନ ରେ ଗୀତ ଗାଉଛନ୍ତି | ସେ ନିଜ ଭିତରେ ଏକ ଭିନ୍ନ ପରିଚୟ ଖୋଦେଇ କରିଛନ୍ତି, ସୋସିଆଲ ମିଡିଆରେ ସେ ସେୟାର କରିଥିବା ଭିଡିଓଗୁଡିକରେ ଲୋକମାନଙ୍କ ଅତ୍ୟନ୍ତ ପସନ୍ଦ ଆସୁଛି ଏବଂ ଲକ୍ଷ ଲକ୍ଷ ଲୋକ ଏହା କୁ ଲାଇକ ଓ ସେର କରୁଛନ୍ତି | କିନ୍ତୁ ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗ ପରେ ମୈଥିଳୀ ଠାକୁର ଅତ୍ୟନ୍ତ ଦୁ ଦୁଃଖ ରେ ଅଛନ୍ତି, ଯେଉଁ କାରଣରୁ ସେ ବଲିଉଡକୁ ବାଏକଟ କରିବାକୁ ନିଷ୍ପତ୍ତି ନେଇଛନ୍ତି, ସେ କହିଛନ୍ତି ଯେ ତାଙ୍କୁ ଯାହା ପସନ୍ଦ ନୁହଁ ସେ କରିବେନି | ସୁଶାନ୍ତ ସିଂ ରାଜପୁତଙ୍କ ଘଟଣା ତାଙ୍କୁ ବହୁତ ପ୍ରଭାବିତ କରିଛି, ଏହି କାରଣରୁ ସେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ |