ସିବିଆଇ ସୁଶାନ୍ତ ସିଂ ରାଜପୁତ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି। ଏହାପୂର୍ବରୁ ଗତକାଲି ରିୟାଙ୍କୁ ସିବିଆଇ ଦଳ ମୋଟ 10 ଘଣ୍ଟା ଧରି ପଚରାଉଚରା କରିଥିଲା। କୁହାଯାଉଛି ଯେ ରିୟାଙ୍କ ପକ୍ଷରୁ ପଚରାଉଚରା ବେଳେ ସିବିଆଇକୁ ଯାହା କୁହାଯାଇଛି,ସିବିଆଇ ସେହି ଜିନିଷରେ ସନ୍ତୁଷ୍ଟ ନୁହେଁ। ତେବେ ଆଜି ମଧ୍ୟ ରିୟାଙ୍କୁ ସିବିଆଇ ପଚରାଉଚରା ପାଇଁ ଡକାଇଛି। ଅନ୍ୟପକ୍ଷରେ ସୁଶାନ୍ତଙ୍କ ସହକାରୀ ସାବୀର ଅହମ୍ମଦଙ୍କ ଠାରୁ ରିୟାଙ୍କ ତରଫରୁ ଡ୍ରଗ୍ସ ନେଇଥିବାର ଦାବି ଉପରେ ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ସାବୀର ଅହମ୍ମଦ ରିୟାଙ୍କ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସାବୀର ଅହମ୍ମଦଙ୍କ କହିବାନୁସାରେ, ସେ ସୁଶାନ୍ତଙ୍କ ସହିତ ଦୀର୍ଘ ସମୟ ଧରି ରହିଛନ୍ତି ଏବଂ ସେ କେବେ ସୁଶାନ୍ତଙ୍କୁ ଡ୍ରଗ ସେବନ କରିବାର ଦେଖି ନାହାଁନ୍ତି। ସାବୀର ଅହମ୍ମଦ କହିଛନ୍ତି ଯେ ‘ମୁଁ ସୁଶାନ୍ତ ସାର ଙ୍କ ସହ କାମ କରିଥିଲି। ମୁଁ ତାଙ୍କ PA ଭାବରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥିଲି ଏବଂ ସେ ‘ସୋଞ୍ଚିଡିଆ’ ଏବଂ ‘ଦିଲ୍ ବେଚାରା’ ପ୍ରୋମସନ ପାଇଁ ସୁଟିଂ କରୁଥିଲେ|ସେହି ସମୟରେ ମୁଁ ମଧ୍ୟ ତାଙ୍କ ଆପାର୍ଟମେଣ୍ଟରେ ରହିଥିଲି| ଯଦି ମୋ ସହିତ କାମ କରିବା ସମୟରେ ସାର୍ କେବେ ଡ୍ରଗ୍ସ ନେଇଥାନ୍ତ| ମୁଁ ଏହା ବିଷୟରେ ଜାଣିଥାନ୍ତି| ତଥାପି, ଏହା କେବେ ହୋଇନଥିଲା| ମୁଁ ତାଙ୍କ ସହିତ ଦିନରାତି ରହୁଥିଲି| କିନ୍ତୁ ତାଙ୍କୁ ଡ୍ରଗ୍ସ ସେବନ କେବେ ଦେଖି ନଥିଲେ। ମୁଁ କିଛି ଅନେକ ଡ୍ରଗ୍ସର ନାମ ଶୁଣିଛି ଏବଂ ଯଦି ସେ ଡ୍ରଗ୍ସ ନେଇଥାନ୍ତେ, ମୁଁ ଏହି ବିଷୟରେ ଜାଣିଥାନ୍ତି|ଡ୍ରଗ୍ସ ନେଇ ସୁଶାନ୍ତ ସାର ବିଷୟରେ ଦାବି ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି।
ସୂଚନାଯୋଗ୍ୟ ଯେ ରିୟା ଚକ୍ରବର୍ତ୍ତୀଙ୍କ କିଛି ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି, ଯାହାକୁ ପଢିବା ପରେ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ସେ ସୁଶାନ୍ତଙ୍କୁ ଡ୍ରଗ୍ ଦେଉଥିଲେ। ତେବେ ରିୟା ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଶାନ୍ତ ନିଜେ ଡ୍ରଗ୍ସ ନେଉଥିଲେ ଏବଂ ସେ (ରିୟା) କେବେବି ଡ୍ରଗ୍ସ ସେବନ କରିନଥିଲେ। ରିୟା ସାକ୍ଷାତକାରରେ କହିଛନ୍ତି ଯେ ସେ କେବେବି ଡ୍ରଗ୍ସ କୁ ହାତ ଲଗାଇ ନାହାଁନ୍ତି। ତଥାପି, ମୁଁ ଅତ୍ୟନ୍ତ ଦୁଃଖିତ ଯେ ସୁଶାନ୍ତ ଗଞ୍ଜେଇ ନେଉଥିଲେ। ସାବୀର ଅହମ୍ମଦ ରିୟାଙ୍କ ଏହି ବିବୃତ୍ତି ପରେ ପତିକ୍ରିୟା ଦେଇଛନ୍ତି।
ସୁଶାନ୍ତ ସିଂଙ୍କ ପୁର୍ବ Assistant ପାଦରେ ପକାଇ ଦେଲେ ରିୟା ଙ୍କର ଅସଲ ଚେହେରା, କହିଲେ- ସାର କେବେବି ସେମିତି ନୁହଁନ୍ତି, ରିୟା ମାଡାମ ହିଁ …
