ଆଜି ଏକ ସମୟ ଯେଉଁଠି କେହି କାହାକୁ ବିଶ୍ୱାସ କରୁନାହାନ୍ତି |ଆଜିର ସମୟରେ ଅନ୍ୟକୁ ବିଶ୍ୱାସ କରିବା ନିଜ ଗୋଡ ରେ କୁରାଢ଼ୀ ମାରିବା ସହ ସମାନ |ଦିଲ୍ଲୀ ରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ପତ୍ନୀ ନିଜ ସ୍ୱାମୀଙ୍କୁ ପ୍ରେମ ଦେବା ବାହାନାରେ ଏମିତି କିଛି କରିଛନ୍ତି ଯାହା ତାଙ୍କ ସ୍ୱାମୀ ସବୁଦିନ ପାଇଁ ମନେ ରଖିବେ |ଏହି ଘଟଣା ପଛରେ ଥିବା କାରଣ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି | ଏହି ହୃଦୟବିଦାରକ ଦୁର୍ଘଟଣା ସମ୍ପର୍କ ରେ ଜାଣିବା ପରେ କୌଣସି ସ୍ୱାମୀ ନିଜ ସ୍ତ୍ରୀ ସହ କୌଣସି ବିବାଦ କରିବେ ନାହିଁ |ଦିଲ୍ଲୀର ରଣହୁଲାର ବିକାଶ ନଗର ରେ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କୁ ଚୁମ୍ବନ କରିବା ସମୟରେ ସ୍ୱାମୀଙ୍କ ଜିଭକୁ କାଟିଦେଇଛନ୍ତି |ଆସନ୍ତୁ ଏହି ସମ୍ପୂର୍ଣ୍ଣ ଘଟଣା ଜାଣିବା |
ସ୍ୱାମୀଙ୍କୁ ଚୁମ୍ବନ ଦେବା ସମୟରେ ପତ୍ନୀ ଜିଭ କାଟି ଦେଇଥିଲେ
ଅଜମେର ର ଜଣେ ବ୍ୟକ୍ତି ନିଜ ସ୍ତ୍ରୀ ସହ ଦିଲ୍ଲୀର ରଣହୁଲାର ବିକାଶ ନଗରରେ ରୁହନ୍ତି |ତାଙ୍କର ବିବାହ 2016 ମସିହାରେ ହୋଇଥିଲା ଏବଂ ବର୍ତ୍ତମାନ ତାଙ୍କ ସ୍ତ୍ରୀ ଗର୍ଭବତୀ ଅଛନ୍ତି |ତାଙ୍କ ସ୍ତ୍ରୀ ଭାବନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ପାଇଁ ଯୋଗ୍ୟ ନୁହନ୍ତି ,କାରଣ ତାଙ୍କ ବୃତ୍ତି ରୁ ଭଲ ରୋଜଗାର ହେଉନଥିଲା |ସେ ଅଶିକ୍ଷିତ ହୋଇଥିବାରୁ ତାଙ୍କୁ ଅନ୍ୟ କୌଣସି କାମ ମିଳୁନଥିଲା ଯେଉଁଥିରେ ତାଙ୍କ ସ୍ତ୍ରୀ ଖୁସି ନଥିଲେ |
ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡା ହେଉଥିଲା |ଯେତେବେଳେ ପୁଅ ର ପରିବାର ଗଣେଶ ପୂଜା ମାନିବାକୁ ଦିଲ୍ଲୀ ଯାଇଥିଲେ,ସେତେବେଳେ ଦୁହିଁଙ୍କ ମଧ୍ୟରେ ବହୁତ ଝଗଡା ହୋଇଥିଲା |କିନ୍ତୁ ରାତିରେ ସ୍ୱାମୀ ଜଣକ ପତ୍ନୀଙ୍କୁ ପ୍ରେମ ପାଇଁ ପ୍ରବର୍ତ୍ତାଇଲେ |ତାପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଆଦାନପ୍ରଦାନ ହେଲା | କିନ୍ତୁ ପତ୍ନୀ ଝଗଡା ସମୟରେ ହେଇଥିବା ନିଜର ଅସମ୍ମାନକୁ ଭୁଲିନଥିଲେ | ସେ ମନରେ କ୍ରୋଧିତ ହୋଇ ତାଙ୍କ ସ୍ୱାମୀଙ୍କୁ ଆଲିଙ୍ଗନ କରି ଚୁମ୍ବନ ଦେବା ବାହାନାରେ ସ୍ୱାମୀଙ୍କ ଜିଭ କୁ ନିଜ ଦାନ୍ତ ରେ କାମୁଡି ଅଧା କାଟିଦେଲେ |
ତାପରେ ସ୍ୱାମୀ ଜୋରରେ ଚିଲେଇବାରୁ ସେଠାରେ ଲୋକମାନେ ଏକତ୍ରିତ ହୋଇ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଲେ |ତାଙ୍କ ଅବସ୍ଥା ଦେଖି ଡାକ୍ତର ତାଙ୍କୁ ସଫଦରଗଞ୍ଜ ଡାକ୍ତରଖାନା କୁ ପଠାଇଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ତ୍ରୀକୁ ଗିରଫ କରି ପଚରାଉଚରା କଲା ପରେ ଘଟଣାର ରହସ୍ୟ ଜଣାପଡିଛି ଏବଂ ପତ୍ନୀ ଗର୍ଭବତୀ ଥିବା ଜଣାପଡିଛି |
ସଫଦରଗଞ୍ଜ ଡାକ୍ତରଖାନା ର ଡାକ୍ତର ମାନେ କହିଛନ୍ତି ଯେ ତାଙ୍କ ଜିଭ ଆଉ ଯୋଡିବାର ସମ୍ଭାବନା ନାହିଁ | ଆପଣମାନଙ୍କୁ କହିରଖୁଛୁ ଯେ ଏହି ଖବର ନବଭାରତ ଟାଇମ୍ସ ଏବଂ ଦୈନିକ ଭାସ୍କର ଖବରକାଗଜରେ ପ୍ରକାଶ ପାଇଛି |