Breaking: 10 ତାରିଖରେ ଆସୁଛି ଓଡ଼ିଶାକୁ ଭୟଙ୍କର ବାତ୍ୟା, ଏହି 13ଟି ଜିଲ୍ଲାକୁ ହାଇଆଲର୍ଟ, IMD ଦେଲେ ସୂଚନା

ରାଜ୍ୟରେ 5 ଦିନ ପର୍ଯ୍ୟନ୍ତ ଲଘୁଚାପ ବର୍ଷା ପାଇଁ ଏ ନେଇ ପାଣିପାଗ ବିଭାଗ ତରଫରୁ ହାଇଆଲର୍ଟ ଜାରି କରାଗଲା | ସୂଚନା ମୁତାବକ ଆସନ୍ତା 48 ଘଣ୍ଟା ମଧ୍ୟରେ ପ୍ରବଳ ରୁ ପ୍ରବଳ ବର୍ଷା ନେଇ ସତର୍କ ର ନିର୍ଦେଶ ଦେଇଛି ପାଣିପାଗ ବିଭାଗ 14 ଟି ଜିଲ୍ଲାରେ ପ୍ରବଳ ବର୍ଷା ର ସମ୍ଭାବନା ଥିବା ବେଳେ 5 ଟି ଜିଲ୍ଲାରେ ବଜ୍ରପାତ ର ଆଶଙ୍କା ରହିଛି |

ଏ ନେଇ ପାଣିପାଗ କେନ୍ଦ୍ର ତରଫରୁ ହାଇଆଲର୍ଟ ଜାରି କାଯାଇଛି | ଦର୍ଶକବନ୍ଧୁ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉପକୁଳ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ସ୍ପଷ୍ଟ ଚିହ୍ନଟ ଲଘୁଚାପ କ୍ଷେତ୍ରରେ ରହିଛି। ଆସନ୍ତା 48 ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ ମୁହାଁ ହୋଇ ପଶ୍ଚିମବଙ୍ଗ ତଥା ବିହାର ଆଡ଼କୁ ଗତି କରିବ।

ଏହାର ପ୍ରଭାବରେ ଆସନ୍ତା 3ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ପ୍ରବଳ ବର୍ଷା ରହିଛି। ଏଥି ସହିତ 5ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ଥିବାରୁ ପାଣିପାଗ କେନ୍ଦ୍ର ପକ୍ଷରୁ ହାଇଆଲର୍ଟ ଜାରି କରାଯାଇଛି। ସେହିପରି ଭାବରେ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପବନ ବେଗ ଘଣ୍ଟା ପ୍ରତି 50 ରୁ 60 କି. ମି ରହିବ।

ଏଣୁ ମତ୍ସଜୀବୀ ମାନଙ୍କୁ ଏହି ସମୟରେ ଗଭୀର ସମୁଦ୍ର ଭିତରକୁ ନଯିବା ପାଇଁ ବାରଣ କରାଯାଇଛି। ପାଣିପାଗ କେନ୍ଦ୍ର କହିଛି ଯେ ଆସନ୍ତା 48 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି।

ସେହିଭଳି ଦେବଗଡ଼,ଅନୁଗୁଳ, ସମ୍ବଲପୁର, ସୋନପୁର, ବରଗଡ଼, ଝାରସୁଗୁଡ଼ା ଓ ଢେ଼ଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେଇପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସୂଚନା ମୁତାବକ ଆସନ୍ତା 10 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏମିତି କାଳବୈଶାଖୀ ବର୍ଷା ଲାଗି ରହିବ।