ରାଜା ମହାରାଜା ବ୍ରିଟିଶ ଅମଳରେ କେମିତି ହେଉଥିଲା Ratha Yatra, ଦେଖନ୍ତୁ ପ୍ରଭୁଙ୍କ ଲୀଳା

ଜଗନ୍ନାଥ ମନ୍ଦିରରେ ପାଳନ କରାଯାଉଥିବା ଅନେକ ପର୍ବମାନଙ୍କ ମଧ୍ୟରୁ ରଥଯାତ୍ରାର ପ୍ରାଧାନ୍ୟ କିଛି ଅଲଗା ହିଁ ଥାଏ। ଆଜି ପର୍ଯ୍ୟନ୍ତ ଶତାଧିକ ଜଗନ୍ନାଥ ମନ୍ଦିର ଗଢା ହୋଇଛି। ତାହା ମଧ୍ୟରୁ ୬୦ ଟି ଜଗନ୍ନାଥ ମନ୍ଦିରରେ ରଥଯାତ୍ରା ପାଳନ କରାଯାଇଥାଏ। ରଥଯାତ୍ରାର ଅନ୍ୟ ନାମ ଗୁଡିକ ହେଲା ଶ୍ରୀ ଗୁଣ୍ଡିଚାଯାତ୍ରା, ନବଦିନାତ୍ମକଯାତ୍ରା, ପତିତପାବନ ଯାତ୍ରା, ଘୋଷଯାତ୍ରା, ଦକ୍ଷିଣାଭୂମୁଖୀ ଯାତ୍ରା, ଦଶାବତାର ଯାତ୍ରା ଏବଂ ଅଡ଼ପ ଯାତ୍ରା। ଯେହେତୁ ବିଶ୍ୱାସ କରାଯାଏ ଭଗଵାନ ଜଗନ୍ନାଥ ଭକ୍ତମାନଙ୍କର ମନବାଞ୍ଛା ପୂର୍ଣ୍ଣ କରିଥାନ୍ତି ଏହାକୁ ଘୋଷଯାତ୍ରା ନାମରେ ଜଣାଯାଏ। ଯେହେତୁ ଭଗଵାନ ଜଗନ୍ନାଥ ବଡ଼ଦେଉଳ ଛାଡି ୯ ଦିନ ଶ୍ରୀଗୁଣ୍ଡିଚା ମନ୍ଦିରରେ ରହିଥାନ୍ତି ଏହାକୁ ନବଦିନାତ୍ମକଯାତ୍ରା ବୋଲି ମଧ୍ୟ କୁହାଯାଇଥାଏ।

ବିଶ୍ୱାସ କରାଯାଏ କି ରାଣୀ ଗୁଣ୍ଡିଚା ଦେବୀ ଭଗଵାନ ଜଗନ୍ନାଥଙ୍କୁ ନିଜର ଜନ୍ମସ୍ଥାନ ଯାହାକି ଗୁଣ୍ଡିଚା ମନ୍ଦିରକୁ ବର୍ଷକୁ ଥରେ ଆସିବାକୁ ଅନୁରୋଧ କରିଥିଲେ ତେଣୁ ମା ଗୁଣ୍ଡିଚାଙ୍କ ଅନୁରୋଧକୁ ସମ୍ମାନ ଜଣାଇ ବର୍ଷକୁ ଥରେ ଗୁଣ୍ଡିଚାକୁ ବୁଲି ଆସିଥାନ୍ତି ମହାପ୍ରଭୁ ସେଥିପାଇଁ ଏହି ପର୍ବକୁ ଶ୍ରୀ ଗୁଣ୍ଡିଚାଯାତ୍ରା ମଧ୍ୟ କୁହାଯାଏ। ଏହାକୁ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ, ପତିତ ମାନେ ଦୁଃଖୀ ପାବନ ମାନେ ହରଣ କରିବା। ରଥଯାତ୍ରା ସମୟରେ ସବୁ ଧର୍ମର ଲୋକଙ୍କୁ ଜଗନ୍ନାଥଙ୍କ ଦର୍ଶନର ସୁଯୋଗ ମିଳିଥାଏ।

ଜଗନ୍ନାଥଙ୍କ ସହିତ ରଥରେ ତାଙ୍କ ଭାଈ ଓ ଭଉଣୀ ବିରାଜିତ ହୋଇଥାନ୍ତି। ନିୟମ ଅନୁସାରେ କେବଳ ହିନ୍ଦୁମାନଙ୍କୁ ମନ୍ଦିରକୁ ଯିବାକୁ ଅନୁମତି ଥାଏ ତେଣୁ ଭଗଵାନ ନିଜେ ନିଜର ସବୁ ଧର୍ମର ଭକ୍ତମାନଙ୍କୁ ଦର୍ଶନ ଦେବାପାଇଁ ବଡ ଦେଉଳରୁ ବାହାରି ବଡ଼ ଦାଣ୍ଡକୁ ଆସିଥାନ୍ତି,ସେଥିପାଇଁ ଏହାକୁ ପତିତପାବନ ଯାତ୍ରା ବୋଲି ମଧ୍ୟ କୁହାଯାଏ। ସମସ୍ତ ରଥ ବଡ଼ଦେଉଳର ପ୍ରବେଶ ଦ୍ଵାର ଠାରୁ ଆରମ୍ଭ କରି ଉତ୍ତର ଦିଗକୁ ଯାତ୍ରା ଆରମ୍ଭ କରିଥାନ୍ତି ଏବଂ ଉତ୍ତର ଦିଗରୁ ଦକ୍ଷିଣ ଦିଗରେ ଥିବା ବଡଦେଉଳକୁ ଫେରିଥାନ୍ତି ସେଥିପାଇଁ ଏହାକୁ ଦକ୍ଷିଣାଭୂମୁଖୀ ଯାତ୍ରା ବୋଲି ମଧ୍ୟ କୁହାଯାଏ। ଯେହେତୁ ଭଗଵାନ ଜଗନ୍ନାଥ ରଥଯାତ୍ରା ସମୟରେ ଅଡ଼ପ ମଣ୍ଡପ ଠାରେ ରହିଥାନ୍ତି ସେଥିପାଇଁ ଏହି ପର୍ବକୁ ଅଡ଼ପ ଯାତ୍ରା ବୋଲି କୁହାଯାଏ। ଏକ ପ୍ରମୁଖ ବିଶ୍ୱାସ ଅନୁସାରେ ଭଗଵାନ ଜଗନ୍ନାଥଙ୍କର ବିଷ୍ଣୁ ଅବତାର ବା ଦଶଅବତାର ବୋଲି କୁହାଯାଏ ସେଥିପାଇଁ ରଥଯାତ୍ରାକୁ ଦଶାବତାର ଯାତ୍ରା ବୋଲି ମଧ୍ୟ କୁହାଯାଏ। କିନ୍ତୁ ମୁଖ୍ୟତଃ ଏହାକୁ ଲୋକମାନେ ରଥଯାତ୍ରା ନାମରେ ଜାଣିଥାନ୍ତି।

ରଥଯାତ୍ରାର ପରମ୍ପରା ଓଡ଼ିଶାରେ ବୋହୁ କାଳରୁ ପ୍ରଚଳିତ ରୁକ୍ ବେଦ ଏବଂ ଅଥର୍ବ ବେଦରେ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳେ। ପରେ ଏପରି ବର୍ଣ୍ଣନା ଶତପାଠ ବ୍ରାହ୍ମଣ ପରି ପ୍ରମୁଖ ସଂସ୍କୃତ ଗ୍ରନ୍ଥରେ ଦେଖିବାକୁ ମିଳେ। ସୂର୍ଯ୍ୟ ଦେବତା ନିଜ ରଥରେ ଭ୍ରମଣ କରିବା କଥା ସମସ୍ତେ ଜାଣିଛନ୍ତି। ରୁକ୍ ବେଦରେ ସୂର୍ଯ୍ୟ ଦେବତାଙ୍କୁ ମିତ୍ୟଦେବତା ରୂପରେ ଗ୍ରହଣ କରାଯାଇଅଛି। ପୂର୍ବ ସମୟରେ ଭାରତର ସନ୍ୟାସୀମାନେ ବିଭିନ୍ନ ଅବତାର ମାନଙ୍କୁ ରଥ ସହ ଯୋଡ଼ି ବର୍ଣ୍ଣନା କରିଛନ୍ତି। ଇୟୁରୋପରେ ସିଶିରି ନାମକ ଏକ ଦ୍ଵୀପରେ ସୂର୍ଯ୍ୟ ଦେବତାଙ୍କ ରଥଯାତ୍ରା ବୋହୁ କାଳରୁ ପାଳନ କରାଯାଇ ଆସୁଅଛି। ସୂର୍ଯ୍ୟ ଦେବତାଙ୍କ ରଥଯାତ୍ରା ଭାରତରେ ମଧ୍ୟ ପ୍ରସିଦ୍ଧ ଅଟେ। ବିଭିନ୍ନ ଧର୍ମଗ୍ରନ୍ଥ ଯେପରିକି ପୁରାଣରେ ରଥଯାତ୍ରାର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ଭବିଷ୍ୟତ ପୁରାଣରେ ଏପରି ବର୍ଣ୍ଣନା କରାଯାଇଛି କି ପ୍ରହ୍ଲାଦ ଯିଏକି ରାଜା ହିରଣ୍ୟକଶିପୁ ଙ୍କ ପୁତ୍ର ଥିଲେ ସେ ବିଷ୍ଣୁ ଭଗଵାନଙ୍କର ରଥ ଟାଣିବାକୁ ସୌଭାଗ୍ୟ ପାଇଥିଲେ।

ରଥଟଣାର ବର୍ଣ୍ଣନା ପଦ୍ମ, ସ୍କନ୍ଦ ଏବଂ ଭବିଷ୍ୟ ପୁରାଣରେ ଦେଖିବାକୁ ମିଳେ। ବୈଷ୍ଣବ ଧର୍ମର ଅବଲମ୍ବନ କାରୀମାନେ ବର୍ଷା ଋତୁର ଶେଷ ସମୟରେ ଏବଂ କାର୍ତ୍ତିକ ମାସରେ ଭଗଵାନ ବିଷ୍ଣୁଙ୍କର ରଥଟଣା କାର୍ଯ୍ୟକ୍ରମ ଆୟୋଜନ କରିଥାନ୍ତି। ଶ୍ରୀକୃଷ୍ଣଙ୍କ ରଥର ବର୍ଣ୍ଣନା ଭାଗଵତ ଏବଂ ମହାଭାରତରେ ବୋହୁ ମାତ୍ରାରେ ଦେଖିବାକୁ ମିଳେ। ଭଗଵାନ ଶିବଙ୍କ ରଥଟଣା ଯାହାକି ରୁକୁଣା ରଥଯାତ୍ରା ନାମରେ ଜଣାଶୁଣା ଓଡ଼ିଶାର ଏକ ପ୍ରସିଦ୍ଧ ପର୍ବ ଅଟେ। ଗ୍ରୀଷ୍ମଋତୁ ତଥା ବୈଶାଖ ମାସରେ ଭୈରବ ଏବଂ ଭୈରବୀଙ୍କ ରଥଯାତ୍ରା ନେପାଳରେ ଅନୁଷ୍ଠିତ ହୁଏ।

ପୁରୀରେ ରଥଯାତ୍ରା ଆରମ୍ଭ ପଛର ଅନେକ କାହାଣୀ ଶୁଣିବାକୁ ମିଳେ। କେତେକ ବୁଦ୍ଧିଜୀବିଙ୍କ ମତରେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ପୂର୍ବରୁ ବୌଦ୍ଧ ସଂସ୍କୃତିରେ ରଥଯାତ୍ରାର ବିଶେଷ ଗୁରୁତ୍ବ ଥିଲା। ବୁଦ୍ଧଙ୍କ ଅବଶେଷକୁ ରଥରେ ରଖାଯାଉଥିଲା ଏବଂ ବିଭିନ୍ନ ସ୍ଥାନକୁ ବୁଲାଇ ବୌଦ୍ଧ ଧର୍ମର ପ୍ରଚାର କରାଯାଉଥିଲା। ବିଭିନ୍ନ ବୁଦ୍ଧିଜୀବୀ ଦୃଢତାର ସହ ବିଶ୍ୱାସ କରନ୍ତି ଯେ ପୁରୀରେ ଜଗନ୍ନାଥ ମନ୍ଦିର ସ୍ଥାପନା ପୂର୍ବରୁ ସେଠାରେ ବୁଦ୍ଧଙ୍କର ମନ୍ଦିର ଥିଲା। ବୁଦ୍ଧଙ୍କ ଅବଶେଷ ସେଠାରୁ ହଟାଯିବା ପରେ ସେଠାରେ ଶ୍ରୀ ଜଗନ୍ନାଥଙ୍କ ସ୍ଥାପନା କରାଯାଇଥିଲା।

ଚୀନର ଦାର୍ଶନିକ ଫାୟାନ ରଥଯାତ୍ରାର ପଞ୍ଚମ ଶତାବ୍ଦୀରେ ପାଳନ ହେଉଥିବା କଥା ବର୍ଣ୍ଣନା କରିଛନ୍ତି। ତାଙ୍କ ଦ୍ବାରା ବର୍ଣ୍ଣନା କରାଯାଇଥିବା ଠାକୁରଙ୍କୁ ଗୋଧୋଇ ଦେବାର ରୀତିନୀତି ଆଜିର ସମୟର ସ୍ନାନଯାତ୍ରା ସହ ସମାନ ଅଟେ। ରଥଯାତ୍ରାର ପାଳନ ବର୍ଷା ଋତୁରେ ହେବାକଥା ଏବଂ ପୁରୁଷୋତ୍ତମ କ୍ଷେତ୍ରର ରାଜାଙ୍କ ଦ୍ଵାରା ରଥରେ ଖେରାପହରା ହେବାକଥା ମଧ୍ୟ ସେ ନିଜ ଲେଖାରେ ବର୍ଣ୍ଣନା କରିଛନ୍ତି। ଜଗନ୍ନାଥଙ୍କର ମାଦଳା ପାଞ୍ଜି ଅନୁସାରେ ଷୋଡଶ ଶତାବ୍ଦୀ ସମୟରେ ରାଜା ବୀର ନରସିଂହ ଦେବ ରଥଯାତ୍ରା ପାଇଁ ବଡ଼ ଦାଣ୍ଡରେ ବୋହୁଥିବା ନଦୀକୁ ବାଲି ପକାଇ ପୋତି ଦେଇଥିଲେ। ଏହାପରେ ତିନି ରଥରେ ଠାକୁରମାନେ ବଡ଼ ଦେଉଳରୁ ବାହାରି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଥିଲେ। ଏହା ପୂର୍ବରୁ ରଥଯାତ୍ରା ପାଇଁ ୬ ଟି ରଥର ଆବଶ୍ୟକତା ପଡୁଥିଲା। ୩ଟି ବଡଦେଉଳରୁ ବଡଶଙ୍ଖ ପର୍ଯ୍ୟନ୍ତ ବାକି ୩ ଟି ନଦୀ ଆରପାରିରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟବହାର କରାଯାଉଥିଲା। କିଛି ଐତିହାସିକଙ୍କ ମତରେ ୬ ରଥ ପରିବର୍ତ୍ତେ ୩ ଟି ରଥର ପ୍ରଥା ରାଜା ଲାଙ୍ଗୁଳା ନରସିଂହଦେବଙ୍କ ସମୟରେ ଆରମ୍ଭ ହୋଇଥିଲା। ସ୍କନ୍ଧ ପୁରାଣ ଉତ୍କଳ ଅଧ୍ୟାୟରେ ରଥଯାତ୍ରାର ସଂପୂର୍ଣ୍ଣ ବିବରଣୀ ଦେଖିବାକୁ ମିଳେ। ଓଡ଼ିଶାର ଜଣେ ପ୍ରମୁଖ କବି ଶ୍ରୀ ଭିକାରୀ ପଟ୍ଟନାୟକ ତାଙ୍କର ଏକ ପୁସ୍ତକ ରଥଚକ୍ରରେ ରଥ ମାନଙ୍କ ବିଷୟରେ ବିଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି। ୧୮୫୯ ମସିହାରେ ପ୍ରକାଶିତ ହୋଇଥିବା ଏହି ପୁସ୍ତକଟି ଦର୍ଶାଇଛି ଯେ ଅଷ୍ଟମ ଏବଂ ନବମ ଶତାବ୍ଦୀର ରାଜା ଯଯାତି କେଶରୀ ପୁରୁଷୋତ୍ତମ କ୍ଷେତ୍ରରେ ରଥଯାତ୍ରା ପାଳନ କରୁଥିଲେ।

ବିବରଣୀ ଅନୁସାରେ ଜଗନ୍ନାଥଙ୍କ ରଥର ଉଚ୍ଚତା ୪୮ ହାତ, ମୂର୍ତ୍ତିର ଉଚ୍ଚତା ୨ ହାତ ୧୦ ଆଙ୍ଗୁଳି ଏବଂ ରଥର ଲମ୍ବ ୮ ହାତ ଥିଲା। ସମସ୍ତ ରଥର ଉଚ୍ଚତା ସମାନ ଥିଲା। ରାଜା ଯଯାତି କେଶରୀଙ୍କ ସମୟରେ ୬ ଟି ରଥର ନିର୍ମାଣ କରାଯାଇଥିଲା। ବଳଗଣ୍ଡି ଠାରେ ପହଞ୍ଚିବା ପରେ ୩ ଭଗଵାନଙ୍କ ମୂର୍ତ୍ତି ରଥରୁ ନେଇ ଡ଼ଙ୍ଗା ସାହାଯ୍ୟରେ ନଦୀ ଅତିକ୍ରମ କରାଯାଉଥିଲା ଏବଂ ନଦୀ ଆରପାରିରେ ଥିବା ଅନ୍ୟ ୩ ଟି ରଥରେ ଭଗଵାନଙ୍କୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ନିଆଯାଇଥିଲା। ନଦୀଟି ବଡ଼ ନଈ ନାମରେ ପରିଚିତ ଥିଲା।

ଜଗନ୍ନାଥଙ୍କ ରଥଯାତ୍ରାର ଅକୁହା ଇତିହାସ କଣ
ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥର ଚକ ସଂଖ୍ୟା ଯଥାକ୍ରମେ ୧୬, ୧୪ ଏବଂ ୧୨ ଟି ଲେଖାଏଁ ଥିଲା ଯାହାକି ଆଜି ମଧ୍ୟ ସମାନ ଅଛି। ନଦୀ କୂଳରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ବ୍ୟବହୃତ ହେଉଥିବା ରଥ ଗୁଡ଼ିକ ଆକାରରେ ବଡ଼ ଏବଂ ୪ ଚକ ବିଶିଷ୍ଟ ଥିଲା। ବଡ଼ ଦେଉଳ ଠୁଁ ବଡ଼ଗଣ୍ଡି ପର୍ଯ୍ୟନ୍ତ ବଡ଼ଦାଣ୍ଡ କୁହାଯାଉଥିଲା ଏବଂ ନଦୀ ଆରପାରିରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଦୂରତାକୁ ଶରଧାବାଲି ବୋଲି କୁହାଯାଉଥିଲା। କିଛି ଐତିହାସିକଙ୍କ ବର୍ଣ୍ଣନାରେ ପର୍ଶୁକେଶରୀ ନାମରେ ଜଣେ ରାଜା ଥିଲେ, ସେ ଦୁଇବର୍ଷ ପର୍ଯ୍ୟନ୍ତ ଶାସନ କରିଥିଲେ। କିନ୍ତୁ ଅତ୍ୟଧିକ ବର୍ଷା କାରଣରୁ ରଥଯାତ୍ରା ଅନୁଷ୍ଠିତ କରିପାରି ନଥିଲେ। ଅନ୍ୟ କିଛି ଐତିହାସିକଙ୍କ ମତରେ ଚୋଡ଼ଗଙ୍ଗ ଦେବ ୧୨୫ ହାତ ବିଶିଷ୍ଟ ଏହି ମନ୍ଦିର ନିର୍ମାଣ କରିଥିଲେ। ରଥର ଉଚ୍ଚତା ୩୨ ହାତ ଥିଲା। ଯେହେତୁ ମୂର୍ତ୍ତିର ଆକାର ବୋହୁତ ଛୋଟ ଥିଲା ରଥକୁ ୬ ଟି ହାତୀ ଟାଣୁଥିଲେ। ଏହି ସମୟରେ ୬ ଟି ରଥର ନିର୍ମାଣ କରାଯାଉଥିଲା। ହାତୀଙ୍କ ବ୍ୟତୀତ ରାଜାଙ୍କ ସେବକ ମାନେ ରଥ ଟାଣିବା କାମ କରୁଥିଲେ। ରଥ ନିର୍ମାଣ ଲାଗି କିଛି ଦକ୍ଷ କାରିଗରଙ୍କୁ ରାଜା ରାଘବ ଦେବ ଆମନ୍ତ୍ରଣ କରିଥିଲେ। ସେମାନଙ୍କୁ ରଥକାର ବୋଲି କୁହାଯାଉଥିଲା। ସେମାନେ ମଧୁପୁର ପାଟଣାର ଚୁଡ଼ଙ୍ଗ ସାହିଠାରେ ରହୁଥିଲେ।

ଡକ୍ଟର ନୀଳକାନ୍ତ ମିଶ୍ର ଓଡ଼ିଶାର ଜଣେ ପ୍ରମୁଖ ଐତିହାସିକଙ୍କ ଅନୁସାରେ ମାଧବଚାର୍ଯ୍ୟ ନାମକ ଜଣେ ବୈଷ୍ଣବ ବିଦ୍ୱାନ ୧୨୭୦ ମସିହାରେ ଶ୍ରୀକ୍ଷେତ୍ର ଭ୍ରମଣରେ ଆସିଥିଲେ ଏବଂ ସେ ଏହି ୬ ଟି ରଥର ତୀବ୍ର ସମାଲୋଚନା କରିଥିଲେ। ତାଙ୍କ ଅନୁସାରେ ଯଦି ଥରେ ଭଗଵାନଙ୍କୁ ରଥ ଉପରେ ବିରାଜମାନ କରାଯାଏ ଲକ୍ଷସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ତାଙ୍କୁ ଓହ୍ଲାଇବା ଅନୁଚିତ୍। ସେ ଏହାକୁ ଅଧର୍ମ ବୋଲି କୋହୁଥିଲେ। ରାଜା ଭାନୁଦେବ ପ୍ରଥମ ଅନଙ୍ଗଭୀମ ଦେବଙ୍କ ପୁତ୍ରଥିଲେ ନଦୀକୁ ବାଲି ପକାଇ ପୋତି ଦେଇଥିଲେ। ଜଗନ୍ନାଥ ସଂସ୍କୃତିର ଅନେକ ବିଦ୍ୱାନମାନେ ଏହି ତଥ୍ୟ ସହ ସହମତ ହୁଅନ୍ତି।

ନବମ ଶତାବ୍ଦୀର କବି ମୁରାଲି ମିଶ୍ର ତାଙ୍କର ସଂସ୍କୃତ ନାଟକ ଅନଙ୍ଗ ରାଘବରେ ଭଗଵାନ ଜଗନ୍ନାଥଙ୍କ ଖୁସୀ ପାଇଁ ଏକ ବିଶିଷ୍ଟ ରଥଯାତ୍ରାର ଅନୁଷ୍ଠିତ ହେବାକଥା ବର୍ଣ୍ଣନା କରିଛନ୍ତି। ଐତିହାସିକ ଡକ୍ଟର ସତ୍ୟନାରାୟଣ ରାଜଗୁରୁ ବର୍ଣ୍ଣନା କରିଛନ୍ତି କି ରଥଯାତ୍ରାର ପ୍ରଥା ୧୨୨୩ ମସିହାରେ ଆରମ୍ଭ ହୋଇଥିଲା। ଅନ୍ୟ ଏକ ଐତିହାସିକ କେଦାରନାଥ ମହାପାତ୍ର ମଧ୍ୟ ରଥଯାତ୍ରାର ଆରମ୍ଭ ଦ୍ଵାଦଶ ଶତାବ୍ଦୀରେ ହୋଇଥିବାର କଥା ବର୍ଣ୍ଣନା କରିଛନ୍ତି। ଅନେକ ଇତିହାସ ଥିବା ସତ୍ତ୍ୱେ ମଧ୍ୟ ଶ୍ରୀକ୍ଷେତ୍ରର ରଥଯାତ୍ରା ବିଶ୍ଵ ପ୍ରସିଦ୍ଧ ଅଟେ।