Sadhubani:ଆଜିର ଅନୁଚିନ୍ତା, ଏହି ଉପାୟ କରିଲେ ଆଉ କେବେବି ହେବ ନାହିଁ ଆପଣଙ୍କର ସମସ୍ୟା, ପୁଅ ମାନେ ନିହାତି ଜାଣିବା କଥା…

ବନ୍ଧୁଗଣ ଆସନ୍ତୁ ଜାଣିବା ଆଜିର କିଛି ବଡ଼ ଓ ଗୁରୁତ୍ବପୂର୍ଣ୍ଣ ଅନୁଚିନ୍ତା ବିଷୟରେ। ଯଦି ଆପଣଙ୍କୁ ରାତିରେ ନିଦ ହେଉନାହିଁ ତେବେ ମନେରଖନ୍ତୁ ଲେମ୍ବୁରସ ସହିତ ସୋରିଷତେଲ ମିଶାଇ ପାଦରେ ମାଲିସ୍ କରନ୍ତୁ ଦେଖିବେ ଆପଣଙ୍କୁ ନିଦ ଭଲ ହେବ।ଯଦି ଆପଣଙ୍କ ଚୁଟି ପାଚି ଯାଉଛି ତେବେ ହେଡିମିଚା ଶାଗକୁ ଦୁଇ ମାସ ଲଗାତାର ଖାଆନ୍ତୁ ଦେଖିବେ ଆପଣଙ୍କ ଚୁଟି ପାଚିବା ସହ ଚୁଟିର ଅନ୍ୟାନ୍ୟ ରୋଗ ମଧ୍ୟ ଭଲ ହେବ। ଯଦି ଆପଣଙ୍କ ଶ୍ୱାସ ବଢ଼ିଯାଇଥାଏ ତେବେ ପାଚିଲା କଦଳୀକୁ ଗରମ କରି ଗୋଲମରିଚ ସହିତ ମିଶାଇ ଖାଆନ୍ତୁ ଦେଖିବେ ଆପଣଙ୍କ ଶ୍ୱାସ ରୋଗରୁ ଆରମ୍ ମିଳିବ।

ବନ୍ଧୁଗଣ ମନେରଖନ୍ତୁ କେବେବି ଘରର କବାଟକୁ ଗୋଡ଼ମାରି ଖୋଲନ୍ତୁ ନାହିଁ କିମ୍ବା ଗୋଡ଼ମାରି ବନ୍ଦ୍ କରନ୍ତୁ ନାହିଁ ନଚେତ୍ ଏହା ଦ୍ଵାରା ଆପଣଙ୍କ ଘରର ସଦସ୍ୟଙ୍କ ମାନସିକ ସ୍ଥିତି ବିଗିଡି ଥାଏ। ଏଣୁ ଏହାକୁ କେବେବି କରନ୍ତୁ ନାହିଁ। ମନେରଖନ୍ତୁ ଘରର ସ୍ତ୍ରୀ ଲୋକମାନେ ଘରର ଦୁଆରକୁ ଲାଗି ଖାଆନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରେ ଦରିଦ୍ରତା ବୃଦ୍ଧି ହେବା ସହ ଆପଣଙ୍କ ଘରପାଇଁ ଅଶୁଭ ହୋଇଥାଏ। ସର୍ବଦା ଝଡୁକୁ ଆପଣଙ୍କ ଘରର ଦକ୍ଷିଣପଶ୍ଚିମ କୋଣରେ ହିଁ ରଖନ୍ତୁ ଓ ଏହାକୁ ସବୁବେଳେ ଲୁଚାଇ ରଖନ୍ତୁ ଦେଖିନ୍ତୁ ଦେଖିବେ ଆପଣଙ୍କ ଘରେ ଧନ ସମ୍ପଦ ବୃଦ୍ଧି ପାଇବ।

ଘରର ଠାକୁର ଘରେ କେବେବି କାଳୀ, ଶନି କିମ୍ବା ଭୈରବ ଓ ନଟରାଜ ମୂର୍ତ୍ତି କିମ୍ବା ଫଟୋ ରଖନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ। ସର୍ବଦା ମନେରଖନ୍ତୁ ରୁଟି କରିସାରିବା ପରେ ରୁଟିକୁ ଗଣନ୍ତୁ ନାହିଁ ଏବଂ ଯଦି ହଟକେଶ୍ ରେ ରୁଟି ରଖିଛନ୍ତି ତେବେ କେବେବି ହଟକେଶ୍ କୁ ଖାଲି ରଖନ୍ତୁ ନାହିଁ ନଚେତ୍ ଆପଣଙ୍କ ଘରର ମାନସମ୍ମାନର ଉପରେ ପ୍ରଭାବ ପଡିଥାଏ।

ଭଗବାନ ଶିବଙ୍କୁ ପୂଜା କରିବା ସମୟରେ କେବେବି ଶଙ୍ଖ ବଜାନ୍ତି ନାହିଁ ନଚେତ୍ ଭଗଵାନ ଶିବ ଆପଣଙ୍କ ଉପରେ କ୍ରୋଧିତ ହୋଇଥାନ୍ତି। ସର୍ବଦା ସୂର୍ଯ୍ୟଙ୍କୁ ଜଳ ଦେବା ବେଳେ ତମ୍ବାର ପାତ୍ର ବ୍ୟବହାର କରନ୍ତୁ ଯାହା ଆପଣଙ୍କ ପାଇଁ ବହୁତ ମଙ୍ଗଳ ହୋଇଥାଏ। ବିବାହିତା ସ୍ତ୍ରୀ ଲୋକମାନେ ନିଜର କାଜଲ, ବିନ୍ଦି, ସିନ୍ଦୁର, ପାଉଁଜି ଓ ମେହେନ୍ଦିକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ ନଚେତ୍ ଆପଣଙ୍କ ପ୍ରତି ଆପଣଙ୍କ ସ୍ୱୀମୀଙ୍କ ଆକର୍ଷଣ କମିଯାଇଥାଏ। ମନେରଖନ୍ତୁ ଶିବଙ୍କ ପୂଜାରେ କେବେବି ଖସାଲଡୁ ଓ ତୁଳସୀକୁ ବ୍ୟବହାର କରନ୍ତୁ ନାହିଁ ନଚେତ୍ ଏହା ପୂଜାର ଓଲଟା ଫଳ ଆପଣଙ୍କୁ ଦେଇଥାଏ।

ରାତିରେ ପଇଡ଼ ଏବଂ କଇଁଥ କେବେବି ଖାଆନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ। ରାତ୍ରି ସମୟରେ କେବେବି ଅଶ୍ୱତ୍ଥ ବୃକ୍ଷ ତଳେ ଠିଆ ହୁଅନ୍ତୁ ନାହିଁ ନହେଲେ ଏହା ଆପଣଙ୍କ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ବନ୍ଧୁଗଣ ସର୍ବଦା ଗାଧୋଇବା ବେଳେ ପୂର୍ବ ଦିଗକୁ ମୁହଁ କରି ସ୍ନାନ କରନ୍ତୁ ଦେଖିବେ ଆପଣଙ୍କ ପାଇଁ ଏହା ମଙ୍ଗଳ ହେବ ଓ ଭଗଵାନଙ୍କର ଆଶ୍ରିବାଦ ମିଳିବ।

ସ୍ୱର୍ଣ୍ଣ, ଭୂମି ଓ କନ୍ୟା ଦାନ କଲେ ଆପଣଙ୍କ ପୁରାତନ ବ୍ୟାଦ୍ଧି ଦୂର ହୋଇଥାଏ ଓ ଆପଣଙ୍କର ମଙ୍ଗଳ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ କଣ୍ଠ ସ୍ୱର କର୍କଶ ଥାଏ ତେବେ ଏହାକୁ ମଧୁର କରିବା ପାଇଁ ହେଲେ କଅଁଳିଆ ମୂଳା ନିୟମିତ ଖାଇବା ଉଚିତ୍। ଏହା ଦ୍ବାରା ଆପଣଙ୍କ କଣ୍ଠ ସ୍ୱର ସୁମଧୁର ହୋଇଥାଏ। ଆପଣଙ୍କର ଧାତୁ ନଷ୍ଟ ହେଉଛିକି ଯଦି ଆପଣଙ୍କର ଧାତୁ ନଷ୍ଟ ହେଉଥାଏ କଞ୍ଚା ବୁଟକୁ ପାଣିରେ ବାତୁରାଇ ସାତ ଦିନ ପର୍ଯ୍ୟନ୍ତ ଖାଆନ୍ତୁ। ଦେଖିବେ ଆପଣଙ୍କ ଶରୀର ହୃଷ୍ଟପୃଷ୍ଟ ହେବ ଓ ଧାତୁ ନଷ୍ଟ ହେଉଥିବା ରୋଗ ଦୂର ହେବ।

ଯଦି ଆପଣଙ୍କ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଥାଏ ତେବେ ମନେରଖନ୍ତୁ ଅର୍ଦ୍ଧନାରୀଶ୍ୱର ଫଟୋ ବା ମୂର୍ତ୍ତିକୁ ପୂଜା କରନ୍ତୁ। ଏହା କଲେ ଆପଣଙ୍କ ମଙ୍ଗଳ ଦୋଷ ଦୂର ହୋଇଥାଏ। ଏହା ସହ ଯଦି ଆପଣ ଅର୍ଦ୍ଧନାରୀସ୍ୱର ଶ୍ରୋତମ ପାଠ କରନ୍ତି ତେବେ ଆପଣଙ୍କୁ ସନ୍ତାନ ପ୍ରାପ୍ତି କାମନା ମଧ୍ୟ ପୂରଣ ହୋଇଥାଏ।

ସର୍ବଦା ସ୍ଵାମୀ ସ୍ତ୍ରୀ ଖାଇବା ବେଳେ ସ୍ତ୍ରୀ ସ୍ଵାମୀର ବାମ ପେଟରେ ବସି ଖାଇବା ଉଚିତ୍। ଏହା ଦ୍ବାରା ସ୍ଵାମୀ ଆଉ ସ୍ତ୍ରୀଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଝାଡୁ କରିବା ସମୟରେ ଝାଡୁ ଯଦି କାହା ଦେହରେ ବଜିଯାଉଚି ତେବେ ଆପଣ ଝାଡୁକୁ କେବେ ଛିଣ୍ଡାନ୍ତୁ ନାହିଁ ନଚେତ୍ ଏହା ଦ୍ଵାରା ମାତା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଓ ଆପଣଙ୍କ ଉପରେ ସର୍ବଦା ଆସନ୍ତୁଷ୍ଟ ରହିଥାନ୍ତି। ବନ୍ଧୁଗଣ ପୁଷ୍ୟା ନକ୍ଷତ୍ରରେ ଦାନ, ଜପ ଓ ଧ୍ୟାନ କଲେ ଆପଣଙ୍କ ପାଇଁ ବୋହୁତ ମଙ୍ଗଳ ହୋଇଥାଏ ଓ ଆପଣଙ୍କୁ ଶୁଭ ଫଳ ମଧ୍ୟ ପ୍ରାପ୍ତି ହୋଇଥାଏ।

ନିୟମିତ ଅଁଳା ଖାଇଲେ ଆପଣଙ୍କର ଆୟୁଷ ବଢ଼ିଥାଏ ଏବଂ ଅଁଳା ରସକୁ ଯଦି ଆପଣ ଦେହରେ ଲଗାନ୍ତି ତେବେ ଆପଣଙ୍କ ବହୁ ରୋଗ ଭଲ ହେବା ସହିତ ଆପଣଙ୍କ ଦରିଦ୍ର ଦୋଷ ମଧ୍ୟ ଦୂର ହୋଇଥାଏ। ଯଦି ଆପଣଙ୍କ ମୁଣ୍ଡ ବିନ୍ଧା ହେଉଛି ତେବେ ମନେରଖନ୍ତୁ କାଖରେ ଏକ ତକିଆକୁ ଜକି ଦିଅନ୍ତୁ ଓ ପାଞ୍ଚ ମିନିଟ୍ ଶୋଇପଡନ୍ତୁ। ଦେଖିବେ ଆପଣଙ୍କ ମୁଣ୍ଡ ବିନ୍ଧା ଖୁବ୍ ଶୀଘ୍ର ଦୂର ହେବ। ମନେରଖନ୍ତୁ ଶୋଇବା ଘରେ କେବେବି ଠାକୁରଙ୍କ ଫଟୋ ବା ମୂର୍ତ୍ତିକୁ ରଖନ୍ତୁ ନାହିଁ ଏବଂ ଡଷ୍ଟବିନ୍ ମଧ୍ୟ ରଖନ୍ତୁ ନାହିଁ ନଚେତ୍ ଏହା ଆପଣଙ୍କ ପାଇଁ ଅମଙ୍ଗଳ ହୋଇଥାଏ।

କେବେବି ସ୍ତ୍ରୀମାନେ ସ୍ବାମୀମଙ୍କର ନାମ ଧରୀ ଡାକିବା ଉଚିତ୍ ନୁହେଁ ନଚେତ୍ ଏହା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ଆୟୁଷ କମି ଯାଇଥାଏ, ତେଣୁ ଏହାକୁ ସର୍ବଦା ମନେରଖନ୍ତୁ। ତମ୍ବାରେ ତିଆରି ସୂର୍ଯ୍ୟଙ୍କ ମୂର୍ତ୍ତି ଘରେ ଆଣି ରଖିଲେ ଘରର ଅଶାନ୍ତି ଦୂର ହୋଇଥାଏ ଓ ଆପଣଙ୍କର ମଙ୍ଗଳ ମଧ୍ୟ ହୋଇଥାଏ। ଯଦି ଆପଣମାନଙ୍କୁ ଏକ ଆଖିଆ ନଡ଼ିଆ ମିଳୁଛି ତେବେ ମନେରଖନ୍ତୁ ଏହି ନଡ଼ିଆକୁ ଲାଲ୍ କପଡ଼ାରେ ଗୁଡ଼ାଇ ଆପଣଙ୍କ ଠାକୁର ଘରେ ରଖିଦିଅନ୍ତୁ। ଦେଖିବେ ଘରେ ସୁଖ ସମ୍ବୃଦ୍ଧି ବୃଦ୍ଧି ପାଇବ।

ଯଦି ଆପଣମାନେ ଛେଳି କଲିଜା ପୋଡ଼ିକି ଖାଉଛନ୍ତି ତେବେ ଆପଣଙ୍କୁ ଜୀବନରେ କେବେ ଅନ୍ଧାରକଣା ରୋଗ ହେବନାହିଁ। ଯଦି ଆପଣଙ୍କୁ ଅନ୍ଧାରକଣା ରୋଗଥାଏ ତେବେ ଏହା ଦୂର ହେବ। ଛୋଟ ପିଲାଙ୍କ କୃମିକୁ ଭଲ କରିବା ପାଇଁ ନଡିଆକତାକୁ ସିଝାଇ ତା ପାଣି ପିଆନ୍ତୁ। ଦେଖିବେ ସେମାନଙ୍କ କୃମି ଭଲ ହୋଇଯିବ। ବନ୍ଧୁଗଣ କେବେବି ପୁରୁଷ ଲୋକମାନେ ଆଖିପତା ଉପର ଚୁଟି କାଟନ୍ତୁ ନାହିଁ ନଚେତ୍ ଆପଣଙ୍କ ଧନର ଆୟ କମିଯାଇଥାଏ।

ବନ୍ଧୁଗଣ ଏହା ଥିଲା ଆଜିର କିଛି ବଡ଼ ଓ ଗୁରୁତ୍ୱପୂର୍ଣ୍ଣ ଅନୁଚିନ୍ତା। ଯଦି ଏହାକୁ ଆପଣମାନେ ପାଳନକରନ୍ତି ତେବେ ଆପଣଙ୍କ ଜୀବନ ଅତ୍ୟନ୍ତ ସୁଖମୟ ହେବ।