ପର୍ଶୁରାମ ଓ ମାନତା ଙ୍କର ଭିନ୍ନ ଏକ Love Story, ଦୁହେଁ ସାଜିଲେ ଦୁହିଁଙ୍କ ସାହାରା… ଏମିତି ପ୍ରେମ ଦେଖି ନ ଥିବେ, ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପ୍ରେମ ପକ୍ଷୀ ବେଦୀରେ ବସି ହାତକୁ ହାତ ଛନ୍ଦି ସାତ ଜନ୍ମ ପାଇଁ ସାଥୀ ହେଲେ ଦୁଇ ନିଆରା ପ୍ରେମୀ ଯୋଡି। ବରଯାତ୍ରୀ ଥିଲେ ବେଦୀ ଥିଲା ବନ୍ଧୁ ପରିଜନ ବି ଥିଲେ କିନ୍ତୁ ନିଆରା ଥିଲେ ବରକନ୍ୟା କାରଣ ଦୁଇଜଣ ଥିଲେ ଦିବ୍ୟାଙ୍ଗ ଦୁଇଜଣ ନିଜର ଅଭାବକୁ ବୁଝି ପରସ୍ପରର ସାଥ ଦେବାକୁ ସାତ ଜନ୍ମ ପାଇଁ ବାନ୍ଧି ହୋଇଗଲେ।

ଭଦ୍ରକ ସହରରେ ମା ବଙ୍କବାସୁଳି ମନ୍ଦିରରେ ବାହା ହୋଇଛନ୍ତି ଭଦ୍ରକ ବ୍ଲକ ଅନ୍ତର୍ଗତ ଗେଲପୁର ପଞ୍ଚାୟତ ନଳାଙ୍ଗ ପାଦପଟା ଗାଁର ପର୍ଶୁରାମ ପଣ୍ଡା ଓ ବେତଡା ପଞ୍ଚାୟତ ବିରିପଡ଼ା ଗାଁର ମାନତା ବିଶ୍ଵାଳ। ଉଭୟ ପର୍ଶୁରାମ ଓ ମାନତା ଦୃଷ୍ଟିହିନ ଉଭୟ ଦୁଇଜଣଙ୍କ ଅଭାବକୁ ଅନୁଭବ କରିପାରି ପରସ୍ପରକୁ ମନ ଦେଇ ବସିଲେ |

ଆଉ ତାପରେ ନିଜର ପ୍ରେମକୁ ସଫଳ କରିବା ପାଇଁ ସ୍ଵାମୀ ସ୍ତ୍ରୀ ହେବାକୁ ନିଷ୍ପତି ନେଲେ ପର୍ଶୁରାମ ଓ ମାନତା ଆଉ ବନ୍ଧୁ ପରିଜନ ଆଶ୍ରିବାଦରେ ମାନତାଙ୍କ ମଥାରେ ସିନ୍ଦୂର ଦେଲେ ପର୍ଶୁରାମ ଆଉ ପାଲଟି ଗଲେ ଆଦର୍ଶ ଦମ୍ପତି। ବର ପକ୍ଷର ଲୋକମାନେ ଦୁହିଁଙ୍କୁ ଆଶ୍ରିବାଦ ଦେବା ସହିତ ଘରକୁ ନୂଆ ବୋହୂ ମାନତାଙ୍କୁ ପଛୁଟି ନେଇଛନ୍ତି। ଏବେ ବରକନ୍ୟା ଦୁଇଜଣ ବିବାହ ବନ୍ଧନରେ ଆବଦ୍ଧ ହେବା ଯୋଗୁଁ ବେଶ୍ ଖୁସି ଥିବା ବେଳେ ତାଙ୍କ ପରିବାର ଲୋକ ମଧ୍ୟ ଖୁସିଥିବା କହିଛନ୍ତି।

ବର କନ୍ୟା ସାଜିଥିବା ପର୍ଶୁରାମ ଓ ମାନତା ଜନ୍ମରୁ ଚକ୍ଷୁ ରୋଗରେ ଆକ୍ରାନ୍ତ ହୋଇ ଗୋଟିଏ ଗୋଟିଏ ଆଖି ହରାଇଛନ୍ତି ଏବଂ ଅନ୍ୟ ଗୋଟେ ଚକ୍ଷୁରେ ସାମାନ୍ୟ ଦେଖା ଯାଉଛି ବିବାହ ପରେ ବେଶ୍ ଖୁସି ଅଛନ୍ତି ପର୍ଶୁରାମ ଓ ମାନତା ଉଭୟ ଉଭୟଙ୍କ ପ୍ରେମକୁ ସଫଳ ହେବା ଦେଖି ବେଶ୍ ଖୁସି ହେଉଛନ୍ତି ଏହି ଦୁଇ ନିଆରା ପ୍ରେମୀ ଯୋଡି।