Weather Alert: ପୁଣି ଆଉ ଏକ ଲଘୁଚାପ, ସାବଧାନ କଲେ ପାଣିପାଗ ବିଭାଗ, ଏଇ ତାରିଖରୁ ଛେଚିବ

ଗଭୀର ଅବପାତ ଲଘୁଚାପ ଆସନ୍ତା 24 ଘଣ୍ଟାରେ ଆହୁରି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ଏ ନେଇ 7 ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ସହ 12 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ ଲଘୁଚାପଟି 6 ଘଂଟା ଧରି ପଶ୍ଚିମ ରୁ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ଏବଂ ଏହା ଘଣ୍ଟା କୁ 16 ବେଗରେ ଗତି କରୁଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ତେବେ ଏହା 70 କିମି ବେଗରେ ପଶ୍ଚିମ ରୁ ଉତ୍ତର ପଶ୍ଚିମ ଦିଗ ରେ ଚାନ୍ଦବାଲି ଠାରେ ରହିଛି ଏବଂ କେଉଁଝର ଠାରୁ ପୂର୍ବରୁ ଦକ୍ଷିଣ ପୂର୍ବ ରେ 90 କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି |

ତେବେ ସୃଷ୍ଟ ଲଘୁଚାପ ଆଜି ରାତି ସୁଦ୍ଧା ଓଡିଶା ଅତିକ୍ରମ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ବଡ଼ ସୂଚନା ଜାରି ହୋଇଛି ତେବେ ଏହାର ପ୍ରଭାବ ରେ ଆଗାମୀ 24 ଘଣ୍ଟା ମଧ୍ୟରେ ରାଜ୍ୟରେ ଅତିପ୍ରବଳ ବର୍ଷା ଦେଖିବାକୁ ମିଳିବ ଉପକୂଳ ଜିଲ୍ଲା ଗୁଡିକରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବ ଅଭ୍ୟନ୍ତର ଓଡିଶା ଏବଂ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ଅତିପ୍ରବଳ ବର୍ଷା ନେଇ ରେଡ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ତେବେ 7 ଜି ଜିଲ୍ଲାକୁ ରେଡ ୱାର୍ଣ୍ଣିଙ୍ଗ ଜାରି ହୋଇଛି ସେ ସବୁ ଜିଲ୍ଲା ଗୁଡିକ ହେଉଛି ଢେଙ୍କାନାଳ ଅନୁଗୁଳ ଦେଓଗଡ ସମ୍ବଲପୁର ସୋନ ପୁର ବରଗଡ଼ ଏବଂ ଝାରସୁଗୁଡା ଜିଲ୍ଲା ଯାହାକି 7 ଟି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏହା ସହ ଆସନ୍ତା 24 ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲା ମାନଙ୍କରେ 12 ରୁ 20 ସେଣ୍ଟିମିଟର ମଧ୍ୟରେ ବର୍ଷା ହେବ ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ଏହା ସହ ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ସୁନ୍ଦରଗଡ଼ କେଉଁଝର ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ପୁରୀ ଖୋର୍ଦ୍ଧା ବୌଦ୍ଧ ଏବଂ ବଲାଙ୍ଗୀର ଜିଲ୍ଲା ଯାହାକି ଏହି 12 ଜିଲ୍ଲା ପାଇଁ ଆଜି ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ଆଜି ଅରେଞ୍ଜ ୱାର୍ଣ୍ଣିଙ୍ଗ ଜାରି କଲା ପାଣିପାଗ ବିଭାଗ | ତେବେ ସମସ୍ତ ଜିଲ୍ଲାମାନଙ୍କରେ ଆଜି ରାତିଠାରୁ ଆସନ୍ତା କାଲି ସଖାଳ 8 ଟା 30 ମଧ୍ୟରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ନେଇ ହାଇ ଆଲର୍ଟ ଜାରି ହୋଇଛି ଏବଂ ଜିଲ୍ଲା ଗୁଡିକ କୁ ସତର୍କ ରହିବାପାଇଁ ପାଣିପାଗ ବିଭାଗ ସୂଚନା ଦେଇଛି |

ସେପଟେ ପ୍ରବଳ ବର୍ଷା କୁ ଦୃଷ୍ଟି ରେ ରଖି ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା ଜିଲ୍ଲା ନୂଆପଡା କଳାହାଣ୍ଡି କନ୍ଧମାଳ ନୟାଗଡ ଗଣକମ ସମେତ ମୟୁରଭଞ୍ଜ ଜିଲ୍ଲା ଯାହାକି 6 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ତେବେ ଏ ସମସ୍ତ ଜିଲ୍ଲା ମାନଙ୍କରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସହ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଦେଖିବାକୁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ସେପଟେ ଡିପଡିପ୍ରେସନ ରୂପ ନେଇ ସାରିଛି ଲଘୁଚାପ | ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ରୁ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଏହା ଉତ୍ତର ଓଡିଶା ଦେଇ ଉତ୍ତର ସତିଶଗଡ ଏବଂ ମଧ୍ୟପ୍ରଦେଶ ଆଡକୁ ଗତି କରିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି |

ଏହା ସହ ଗତ ଦୁଇଦିନ ହେଲା ଲଘୁଚାପ ପ୍ରଭାବ ରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି ଏବଂ ବନ୍ୟା ସ୍ତିତି ନେଇ ପାଣିପାଗ ପକ୍ଷରୁ ବଡ଼ ସୂଚନା ଜାରି ହୋଇଛି ବିଶେଷକରି ଦେବୀ କୁଶଭଦ୍ରା ବୈତରଣୀ ବୁଢ଼ାବଳଦ ନଦୀରେ ଜଳସ୍ଥଳ ବୃଦ୍ଧିପାଇବା ଲାଗିଛି ଏହା ସହ ସୁବର୍ଣ୍ଣରେଖା ଋଷିକୂଲ୍ୟା ନଦୀରେ ମଧ୍ୟ ପାଣି ଫୁଲିବା ନେଇ ସେଣ୍ଟ୍ରାଲ ୱାଟର କମିଶନ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି ଏହା ସହ ମହାନଦୀ ରେ ଜଳସ୍ଥଳ ବୃଦ୍ଧି ପାଉଛି ମହାନଦୀ ର ସଖା ନଦୀ ରେ ମଧ୍ୟ ଜଳସ୍ଥଳ ବୃଦ୍ଧି ପାଇବା ଯୋଗୁ 17 ଜିଲ୍ଲାପାଇଁ ହାଇ ଆଲର୍ଟ ଜାରି କରିଛି ସେଣ୍ଟରାଲ ୱାଟର କମିଶନର ସେପଟେ ଆହୁରି ଦୁଇଦିନ ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ବର୍ଷା ଜାରି ରହିବ ଆଜି ରାତି ସୁଦ୍ଧା ଅଧିକାଂଶ ଜିଲ୍ଲାରେ ପ୍ରବ ରୁ ଅତି ପ୍ରବଳ ବର୍ଷା ଦେଖିବାକୁ ମିଳିବ |