Weather Update: ରାଜ୍ୟରେ କାହିଁକି ଭଲସେ ହଉନି ଲଘୁଚାପ ବର୍ଷା, IMD ଦେଲେ ଭୟାନକ ଖବର

ନମସ୍କାର ବନ୍ଧୁଗଣ ରାଜ୍ୟକୁ ଲଘୁଚାପ ମୁହାଁଉଛି କିନ୍ତୁ ଲଘୁଚାପ ପ୍ରଭାବରେ ବର୍ଷା ଦେଖିବା ପାଇଁ ମିଳୁନାହିଁ ଏହା ନେଇ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ସୂଚନା ଜାରୀ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ବିଶେଷଜ୍ଞ ଉମାଶଙ୍କର ଦାସ ଏହାକୁ ନେଇ ବଡ଼ ସୂଚନା ଜାରୀ କରିଛନ୍ତି। ତେବେ କଣ ରହିଛି ଆସୁଥିବା ଲଘୁଚାପକୁ ନୂଆ ରିପୋର୍ଟ ଏହାସହ ଓଡ଼ିଶାରେ କଣ ପାଇଁ ଲଘୁଚାପର ପ୍ରଭାବ ଦେଖିବା ପାଇଁ ମିଳୁନଥିବା ବେଳେ ପୁଣି କେବେଠାରୁ ବର୍ଷା ଆରମ୍ଭ ହେବ କିଛିଟା ବଡ଼ ଅପଡେଟ୍ ଜାରୀ ହୋଇଛି। ତେବେ ନିଶ୍ଚୟ ଜାଣିରଖନ୍ତୁ କଣ ରହିଛି ଆଜିର ନୂଆ ରିପୋର୍ଟ ଆସୁଥିବା ଲଘୁଚାପକୁ ନେଇ।

ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ସୂଚନା ଜାରୀ ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗ ବିଶେଷଜ୍ଞ ଉମା ଶଙ୍କର ଦାସ କଳିଙ୍ଗ ଟିଭିକୁ ସାକ୍ଷାତକାର ଦେଇ କହିଛନ୍ତି କି ସୁଷ୍ଟ ଲଘୁଚାପଟି ଧିମା ଅବସ୍ଥାରେ ଏବେ ରହିଛି। ସେପଟେ ପ୍ରଶାନ୍ତ ମହାସାଗରର ଉତ୍ତର ପଶ୍ଚିମରେ ଏକ ଟ୍ରପିକାଲ ସିଷ୍ଟମ୍ ଏକ୍ଟିଭ ରହିଛି। ଏହାର ପ୍ରଭାବରେ ସୃଷ୍ଟ ଲଘୁଚାପର ପ୍ରଭାବକୁ ଧିମା କରିବାରେ ଲାଗିଛି ବୋଲି ସେ ସୂଚନା ଦେଇଛନ୍ତି।


ତେଣୁ ରାଜ୍ୟରେ ଆସୁଥିବା ଲଘୁଚାପ ବର୍ଷା ଯେଉଁଭଳି ହେବାର ଥିଲା ସେହିଭଳି ବର୍ଷା ଦେଖିବାପାଇଁ ମିଳୁନାହିଁ ବୋଲି ସୂଚନା ଦେଇଛନ୍ତି। ଏହାସହ ସେ କହିଛନ୍ତି କି ଆଜି ସନ୍ଧ୍ୟା ସୁଦ୍ଧା ଲଘୁଚାପଟି ଗତିକରିବ ଏବଂ ଲଘୁଚାପ ପ୍ରଭାବରେ ଯେଉଁଭଳି ବର୍ଷା ହେବାର କଥା ସେହିଭଳି ବର୍ଷା ଦେଖିବାପାଇଁ ମିଳିବ ବୋଲି ସୂଚନା ଦେଇଛନ୍ତି।

ଏହାସହ ସୃଷ୍ଟ ଲଘୁଚାପଟି ଏବେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଉତ୍ତର ଉତ୍ତରପୂର୍ବ ଦିଗରେ ଗତିକରି ଓଡ଼ିଶା ଉପକୂଳକୁ ମୁହାଁହେବ ଏବଂ ଓଡ଼ିଶା ଦେଇ ଛତିଶଗଡ ଆଡ଼କୁ ଗତିକରିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରୀ ହୋଇଛି। ଏହାର ପ୍ରଭାବରେ ଆଜି ଓଡ଼ିଶାର ୬ ଟି ଜିଲ୍ଲାରେ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାମାନଙ୍କରେ ଆଜି ରାତିଠାରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ଆରମ୍ଭ ହେବ ବୋଲି IMD ପକ୍ଷରୁ ସୂଚନା ଦିଆଯାଇଛି।

ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ସମ୍ବଲପୁର,ସୋନପୁର,ବଲାଙ୍ଗୀର,ବୌଦ୍ଧ, ବରଗଡ଼ ଏବଂ ଅନୁଗୁଳ। ଯାହାକି ଏହି ୬ ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବାପାଇଁ ମିଳିବ ଏଥିପାଇଁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଅରେଞ୍ଜ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲା ମାନଙ୍କ ମଧ୍ୟରେ ରହିଛି ଯାଜପୁର,ଭଦ୍ରକ,ଜଗତସିଂହପୁର,କେନ୍ଦ୍ରାପଡ଼ା,କଟକ, ଢେଙ୍କାନାଳ,ଅନୁଗୁଳ,ସମ୍ବଲପୁର,ବୌଦ୍ଧ,ବଲାଙ୍ଗୀର,ସୋନପୁର ଏବଂ ବୌଦ୍ଧ। ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ।