ତାଣ୍ଡବ ରଚିଲା Hirakud ବନ୍ୟାଜଳ, ଏହି ସବୁ ଜିଲ୍ଲାକୁ ବଡ ବିପଦ ମାଡି ଆସୁଛି, ରୁହନ୍ତୁ ସାବଧାନ

ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗକୁ ନେଇ ଆସିଲା ବଡ଼ ଖବର ଶୁକ୍ରବାର ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦର ବନ୍ୟା ଜଳ। ଉପକୂଳବର୍ତ୍ତି ୮ଟି ଜିଲ୍ଲା ପାଇଁ ହାଇ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ଶୁକ୍ରବାର ମୁଣ୍ଡୁଳିରେ ପହଞ୍ଚିବ ହୀରାକୁଦର ବନ୍ୟା ଜଳ ଏହାକୁ ନେଇ ଜଳସମ୍ପଦ ବିଭାଗ ମୁଖ୍ୟ ଧିରେନ୍ ସାମଲ ସୂଚନା ଦେଇଛନ୍ତି।

ମୁଣ୍ଡୁଳିରେ ୭ ଲକ୍ଷ କ୍ୟୁ ସେକ୍ସ୍ ବନ୍ୟା ଜଳ ପହଞ୍ଚିବ। ଯାଜପୁର ଓ କେନ୍ଦ୍ରାପଡାରେ ଏହାର ପ୍ରଭାବ ଅଧିକ ଦେଖାଦେବ। ଆସନ୍ତାକାଲି ମହାନଦୀରେ ପାଣି ବଢ଼ିବା ସହ ବନ୍ୟା ଆସିବ ସେଥିପାଇଁ ଉପକୂଳବର୍ତ୍ତୀ ୮ ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରୀ କରାଯାଇଛି। ଖୋର୍ଦ୍ଧା, ପୁରୀ, କଟକ,ବାଲେଶ୍ବର,କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂପୁର,ଭଦ୍ରକ ଜିଲ୍ଲା ପାଇଁ ହାଇଆଲର୍ଟ ଜାରି କରାଯାଇଛି।

୧୯ ତାରିଖରେ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନ ବିଳମ୍ବ ହେବ। ହାଇଆଲର୍ଟ ଜିଲ୍ଲାଗୁଡ଼ିକ ପାଇଁ ଜଣେ ସିନିୟର୍ ଅଫିସର୍ ଙ୍କୁ ଦାୟିତ୍ଵ ଦିଆଯାଇଛି। ଚଳିତ ବର୍ଷ ଯାଜପୁର ବ୍ରାହ୍ମଣୀ ନଦୀରେ ୩ଟି ଏବଂ ଖୋର୍ଦ୍ଧାରେ ୨ଟି ଘାଇ ହୋଇଛି ଏବଂ ଆଜି ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଉପକୂଳବର୍ତ୍ତୀ ଜିଲ୍ଲାରେ ବିଜୁଳି ଘଡଘଡି ସହିତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି।